ପାଗଳି ଦେଇଥିଲା ଇଞ୍ଜେକସନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 21, 2019

ପାଗଳି ଦେଇଥିଲା ଇଞ୍ଜେକସନ୍‌

ସମ୍ବଲପୁର (ଓଡ଼ିଶା ରିପୋର୍ଟର): ସମ୍ବଲପୁର ସଦର ମେଡିକାଲରେ ରୋଗୀଙ୍କୁ ମନଇଚ୍ଛା ଇଞ୍ଜେକସନ୍‌ ଦିଆଯିବା ଘଟଣା ଉପରୁ ପରଦା ଉଠିଚି। କୌଣସି ନର୍ସ ନୁହେଁ, ବରଂ ଜଣେ ମାନସିକ ବିକାରଗ୍ରସ୍ତ ମହିଳା ରୋଗୀଙ୍କୁ ଇଞ୍ଜେକସନ୍‌ ଦେଇଥିବା ଜଣାପଡ଼ିଛି। ଲିଲି ଜାଲ ନାମକ ଏହି ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ପୁଲିସ୍‌ ଗିରଫ କରିଛି।

ଗତ ୧୯ ତାରିଖ ବିଳମ୍ବିତ ରାତିରେ ଲିଲି ଘରେ ଝଗଡ଼ା କରି ମେଡିକାଲ ଆସିଥିଲେ। ଏହି ସମୟରେ ପୁରୁଷ ମେଡିସିନ ଓ୍ୱାର୍ଡରେ କାର୍ଯ୍ୟରତ ନର୍ସ ନଥିବା ଦେଖି ସେ ୫ରୁ ଅଧିକ ରୋଗୀଙ୍କୁ ମନଇଚ୍ଛା ଇଞ୍ଜେକସନ୍‌ ଦେଇଥିଲେ।

ସେପଟେ ଘଟଣା ଜଣାପଡ଼ିବା ପରେ ସେଦିନ ଡ୍ୟୁଟିରେ ଥିବା ନର୍ସ ରଜନୀ ସାହୁଙ୍କୁ ନିଲମ୍ବିତ କରାଯାଇଛି।  ସେହିପରି ଡ୍ୟୁଟିରେ ଥିବା ସିକ୍ୟୁରିଟି ଗାର୍ଡଙ୍କୁ ବହିଷ୍କାର କରାଯିବା ସହ  ସିକ୍ୟୁରିଟି ସଂସ୍ଥାକୁ ନୋଟିସ୍‌ କରାଯାଇଛି।



from Odisha Reporter http://bit.ly/2FOv9mH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages