ପୁଅର ସ୍କୁଲ୍‌ରେ ନାଚିବାରୁ ସ୍ତ୍ରୀକୁ ବ୍ୟାଟ୍‌ରେ ପିଟିଲେ ଯୁବକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 29, 2019

ପୁଅର ସ୍କୁଲ୍‌ରେ ନାଚିବାରୁ ସ୍ତ୍ରୀକୁ ବ୍ୟାଟ୍‌ରେ ପିଟିଲେ ଯୁବକ

narela1

କଲ୍ୟାଣ: ପୁଅର ସ୍କୁଲ୍‌ରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ନୃତ୍ୟ କରି ଜଣେ ମହିଳା ସ୍ୱାମୀଙ୍କଠାରୁ ମାଡ଼ ଖାଇଛନ୍ତି। ତାଙ୍କ ସ୍ୱାମୀ ତାଙ୍କୁ ବ୍ୟାଟରେ ଖୁବ୍ ଜୋରରେ ପିଟି ଥିବା ନେଇ ଅଭିଯୋଗ ହୋଇଛି।

ଏ ଘଟଣା ଘଟିଛି ମହାରାଷ୍ଟ୍ରର ଥାନେ ଜିଲ୍ଲାର କଲ୍ୟାଣ ସହରରେ। ଏହି ମହିଳାଙ୍କ ନାଁ ଅଲ୍‌ପା କାଲୋଖେ (୨୫)।

ଜାନୁଆରୀ ୧୯ ତାରିଖରେ ଅଲ୍‌ପାଙ୍କ ପୁଅର ସ୍କୁଲ୍‌ରେ ଏକ ସାଂସ୍କୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସେଥିରେ ସେ ନୃତ୍ୟ କରିଥିଲେ। କାର୍ଯ୍ୟକ୍ରମ ପରେ ଯେତେବେଳେ ସେ ଘରକୁ ଫେରିଲେ, ତାଙ୍କ ସ୍ୱାମୀ ସୁନୀଲ (୩୦) ତାଙ୍କୁ ଗାଳିଗୁଲଜ କରିଥିଲେ। ଅଲ୍‌ପା ନାଚନ୍ତୁ ବୋଲି ସେ ଚାହୁଁ ନଥିଲେ। ଏହାକୁ ନେଇ ବି ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ନୃତ୍ୟ ପରିବେଷଣ ନ କରିବାକୁ ସେ ଅଲ୍‌ପାଙ୍କୁ ତାଗିଦ୍ କରିଥିଲେ। ତେବେ ଅଲ୍‌ପା ଏହାକୁ ମାନି ନ ଥିଲେ। ତେଣୁ ସୁନୀଲ ରାଗି ଯାଇଥିଲେ।

ପୁଲିସ୍ ସୁନୀଲଙ୍କ ନାଁରେ ମାମଲା ରୁଜୁ କରିଛି। ସୁନୀଲ ପୂର୍ବରୁ ବି ବହୁଥର ଅଲ୍‌ପାଙ୍କୁ ମାରପିଟ କରିଥିବା ପୁଲିସ୍ କହିଛି।



from Odisha Reporter http://bit.ly/2S5Tfjt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages