
ନୟାଗଡ଼ (ସତ୍ୟ ନାରାୟଣ ସୁରଜଗଦେବ): ନିମନ୍ତ୍ରିତ ଅତିଥି ଭୋଜି ଖାଇ ଯାଇ ସାରିଥିଲେ। ବର ଗାଁରେ ପହଞ୍ଚି ସାରିଥିଲା। କନ୍ୟା ଘର ଲୋକେ ବରକୁ ଅପେକ୍ଷା କରି ବସିଥିଲେ। କିନ୍ତୁ, ରୋଶଣି କନ୍ୟା ଘର ମୁହାଁହେବା ପୂର୍ବରୁ ପରିତ୍ସା ଯିବା ବାହାନାରେ ବର ଫେରାର ହୋଇଗଲା। ଏଭଳି ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ରଣପୁର ଥାନା ଅର୍ନ୍ତଗତ ଯଦୁପୁର ଗାଁରେ।
ଅଡ଼ାଲ ଗାଁର ଜଣେ ଯୁବକଙ୍କ ବିବାହ ଯଦୁପୁର ଗାଁର ଜଣେ ଯୁବତୀଙ୍କ ସହ ସ୍ଥିର ହୋଇଥିଲା। ଗତ ଶନିବାର ବାହାଘର ଥିଲା। ଠିକ୍ ସମୟରେ ବରଯାତ୍ରୀ ଧରି ସେ ଯଦୁପୁରରେ ପହଞ୍ଚିଥିଲେ। ତେବେ ରୋଶଣି କନ୍ୟା ଘର ମୁହାଁହେବା ପୂର୍ବରୁ ସେ ଫେରାର ହୋଇଯାଇଥିଲେ। ପରିତ୍ସା ଯିବା ବାହାନାରେ ସେ ଗାଡ଼ିରୁ ଓହ୍ଲାଇ କେଉଁଆଡ଼େ ପଳାଇଥିଲେ।
ବର ଫେରାର ହେବା କଥା କନ୍ୟା ଘର ଜାଣିବା ପରେ ତାଙ୍କ ବାପା ଓ ବର ଗାଡ଼ି ସହ ରୋଶଣି ପାଇଁ ଯାଇଥିବା ଦୁଇଟି ଗାଡ଼ିକୁ ଅଟକ ରଖିଥିଲେ। ଏଥିସହ ବିବାହ ପାଇଁ ଖର୍ଚ୍ଚ ହୋଇଥିବା ଅର୍ଥ ଦେବାକୁ ସେମାନେ ଦାବି କରିଥିଲେ।
ପରେ ସେ ରଣପୁର ଥାନାରେ ପହଞ୍ଚିଥିଲେ ଓ ବାହା ହେବେ ବୋଲି କହିଥିଲେ। ହେଲେ ଯୁବତୀଙ୍କ ପରିବାର ଲୋକେ ରାଜି ହୋଇ ନ ଥିଲେ। ପୁଲିସ୍ ତାଙ୍କୁ ଅଟକ ରଖିଛି। ତେବେ ସେ କାହିଁକି ଫେରାର ହୋଇଯାଇଥିଲେ, ତାହା ଜଣାପଡ଼ିନି।
from Odisha Reporter http://bit.ly/2FWs30y
No comments:
Post a Comment