
ଲକ୍ଷ୍ନୌ: ଉତ୍ତର ପ୍ରଦେଶର ସମାଜବାଦୀ ପାର୍ଟିରୁ ଅଲଗା ହୋଇ ପ୍ରଗତିଶୀଳ ସମାଜବାଦୀ ପାର୍ଟି(ପିଏସ୍ପି) ଗଠନ କରିଥିବା ଅଖିଲେଶ ଯାଦବଙ୍କ ଦାଦା ଶିବପାଲ ସିଂହ ଯାଦବ ଏଥର ଲୋକସଭା ନିର୍ବାଚନ ଲଢ଼ିବେ। ସେ ୨୦୧୯ ଉତ୍ତର ପ୍ରଦେଶର ଫିରୋଜାବାଦ ଲୋକସଭା ଆସନରୁ ପ୍ରାର୍ଥୀ ହେବେ ବୋଲି ଘୋଷଣା କରିଛନ୍ତି।
ଏହି ଆସନରେ ସମାଜବାଦୀ ପାର୍ଟି ପ୍ରାର୍ଥୀ ତଥା ଶିବପାଲ ଯାଦବଙ୍କ ପୁତୁରା ଅକ୍ଷୟ ଯାଦବ ୨୦୧୪ରେ ଜିତିଥିଲେ। ଏବେ ଶିବପାଲ ତାଙ୍କ ପୁତୁରାଙ୍କ ବିପକ୍ଷରେ ଲଢ଼େଇ କରିବେ। ଅକ୍ଷୟ ଯାଦବ ହେଉଛନ୍ତି ରାମଗୋପାଲ ଯାଦବଙ୍କ ପୁଅ।
ଶିବପାଲ ଯାଦବ କହିଛନ୍ତି,“ମୁଲାୟମ ସିଂହ ଯାଦବ ସମାଜବାଦୀ ପାଟିଁ ଗଠନ କରିଥିଲେ। ହେଲେ ଅଖିଲେଶ ଯାଦବ ସାମଜବାଦୀ ପାର୍ଟିରୁ ମୋତେ ସାଇଡ୍ କରିଦେଲେ। ଫଳରେ ମୁଁ ବାଧ୍ୟ ହୋଇ ନୂଆ ଦଳ ଗଠନ କରିଛି। ମୁଲାୟମ ସିଂହ ମାୟାବତୀଙ୍କୁ କେବେହେଲେ ବେହେନଜୀ(ଭଉଣୀ) ବୋଲି ସମ୍ବୋଧନ କରିନଥିଲେ।
ତଥାପି ଅଖିଲେଶ ତାଙ୍କୁ କେମିତି ବୁଆ ବୋଲି କହୁଛନ୍ତି? ଅଖିଲେଶ ତାଙ୍କ ବାପା ଓ ଦାଦାଙ୍କ ସହ ଛଳନା କରି ଠକିଛନ୍ତି। ମୁଁ ଅଖିଲେଶଙ୍କ ପାଇଁ ସବୁ କାମ କରିଥିଲି। ହେଲେ ସେ ମୋ ସହ କ’ଣ କଲେ ସେକଥା ସମସ୍ତେ ଜାଣିଛନ୍ତି। ଅଖିଲେଶଙ୍କୁ କେବେ ହେଲେ ବିଶ୍ୱାସ କରାଯାଇ ପାରିବ ନାହିଁ।”
ଶିବପାଲ ଏବ ଇଟାୱାର ଜସୱନ୍ତନଗରରୁ ବିଧାୟକ ରହିଛନ୍ତି।
from Odisha Reporter http://bit.ly/2G2pGJ1
No comments:
Post a Comment