୨ ଦିନରେ ପ୍ରାୟ ୨୭ କୋଟି ଆୟ କଲା ‘ମଣିକର୍ଣ୍ଣିକା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 27, 2019

୨ ଦିନରେ ପ୍ରାୟ ୨୭ କୋଟି ଆୟ କଲା ‘ମଣିକର୍ଣ୍ଣିକା’

ମୁମ୍ବାଇ: କଙ୍ଗନା ରାନାୱତ୍‌ ଅଭିନୀତ ତଥା ନିର୍ଦ୍ଦେଶିତ ବହୁଚର୍ଚ୍ଚିତ ଫିଲ୍ମ ‘ମଣିକର୍ଣ୍ଣିକା: ଦ କୁଇନ୍‌ ଅଫ୍‌ ଝାନ୍‌ସି’ ଏବେ ବକ୍ସ ଅଫିସ୍‌ରେ ହଙ୍ଗାମା ରଚିବାକୁ ବସିଛି। ରିଲିଜ୍‌ ହେବାର ମାତ୍ର ଦୁଇ ଦିନ ମଧ୍ୟରେ ଏହି ଫିଲ୍ମ ପାଖାପାଖି ୨୭ କୋଟି ଟଙ୍କା ବ୍ୟବସାୟ କରିଛି। ଜାନୁଆରୀ ୨୫ ତାରିଖରେ ରିଲିଜ୍‌ ହୋଇଥିବା ‘ମଣିକର୍ଣ୍ଣିକା’ ପ୍ରଥମ ଦିନ ପ୍ରାୟ ୯ କୋଟି ଟଙ୍କା ଆୟ କରିଥିଲା। ଏବେ ମିଳିଥିବା ସୂଚନା ଅନୁସାରେ, ଦ୍ୱିତୀୟ ଦିନରେ ଏହା ପାଖାପାଖି ୧୮ କୋଟି ଟଙ୍କା ରୋଜଗାର କରିଛି।

ପ୍ରଥମ ଦିନ ଅପେକ୍ଷାକୃତ୍‌ କମ୍‌ ବ୍ୟବସାୟ କରିଥିବା କଙ୍ଗନାଙ୍କ ଫିଲ୍ମକୁ ଦ୍ୱିତୀୟ ଦିନରେ କିନ୍ତୁ ସାଧାରଣତନ୍ତ୍ର ଦିବସ ଛୁଟିରୁ ଖୁବ୍‌ ଫାଇଦା ମିଳିଛି। ବକ୍ସ ଅଫିସ୍‌ କଲେକ୍ସନ୍‌ ମୁତାବକ, ଫିଲ୍ମଟି ପ୍ରଥମ ଦିନରେ ୮.୭୫ କୋଟି ଟଙ୍କା ଆୟ କରିଥିବାବେଳେ ଗତକାଲି ଅର୍ଥାତ୍‌ ଦ୍ୱିତୀୟ ଦିନରେ ଏହା ୧୮.୧ କୋଟି ଟଙ୍କା ଆୟ କରିଛି।

ଝାନ୍ସିର ମହାରାଣୀ ଲକ୍ଷ୍ମୀ ବାଈଙ୍କ ଜୀବନ ଉପରେ ମୁଖ୍ୟତଃ ଆଧାରିତ ଫିଲ୍ମ ‘ମଣିକର୍ଣ୍ଣିକା’ରେ ଲକ୍ଷ୍ମୀ ବାଈଙ୍କ ଦେଶପ୍ରେମ ଓ ସାହସ ତଥା ବ୍ରିଟିଶ୍‌ ସରକାର ବିରୋଧରେ ତାଙ୍କ ସଂଘର୍ଷର କଥା ପ୍ରତିଫଳିତ ହୋଇଛି। କଙ୍ଗନା ଲକ୍ଷ୍ମୀ ବାଈଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମର ନିର୍ଦ୍ଦେଶନା କଙ୍ଗନା ଓ କ୍ରିଶ୍ ମିଳିତ ଭାବେ ଦେଇଛନ୍ତି।

ସେଶାଲ୍ ମିଡିଆରେ ବି ଫିଲ୍ମକୁ ଜବରଦସ୍ତ ରେସ୍‌ପନ୍ସ ମିଳୁଛି। ଫିଲ୍ମରେ କଙ୍ଗନାଙ୍କ ବ୍ୟତୀତ ଅଙ୍କିତା ଲୋଖଣ୍ଡେ, କୂଳଭୂଷଣ ଖରବନ୍ଦା, ଡ୍ୟାନି ଡେଙ୍ଗ୍‌ଜୋପା ଓ ଜିସୁସେନ୍ ଗୁପ୍ତା ପରି କଳାକାର ଅଛନ୍ତି। ସୂଚନା ଅନୁଯାୟୀ, ବକ୍ସ ଫିସ୍‌ରେ ‘ମଣିକର୍ଣ୍ଣିକା’କୁ କଡ଼ା ଟକ୍କର ଦେଉଛି ଫିଲ୍ମ ‘ଠାକ୍‌ରେ’। ନୱାଜୁଦ୍ଦିନ୍‌ ସିଦ୍ଦିକିଙ୍କ ଅଭିନୀତ ‘ଠାକ୍‌ରେ’ ପ୍ରଥମ ଦିନରେ ୬ କୋଟି ଟଙ୍କାର ବିଜିନେସ୍‌ କରିଛି।



from Odisha Reporter http://bit.ly/2FTP6Jq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages