କୋହଲିଙ୍କ ପ୍ରଶଂସାରେ ଶତମୁଖ ଏହି କିମ୍ବଦନ୍ତୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 25, 2019

କୋହଲିଙ୍କ ପ୍ରଶଂସାରେ ଶତମୁଖ ଏହି କିମ୍ବଦନ୍ତୀ

ନୂଆଦିଲ୍ଲୀ: ଆଇସିସି ପୁରସ୍କାରର ପ୍ରମୁଖ ୩ଟି ପୁରସ୍କାରକୁ ପୋଛିନେଇଥିବା ବିରାଟ କୋହଲିଙ୍କ ସଫଳତାକୁ ନେଇ ଏବେ ସମଗ୍ର ବିଶ୍ୱ ଚକିତ ଏବଂ ଆଚମ୍ବିତ। ସେ କେବଳ ଦିନିକିଆ ଏବଂ ଟେଷ୍ଟରେ ଶ୍ରେଷ୍ଠ ଖେଳାଳି ହେବାର ଗୌରବ ହାସଲ କରିନାହାନ୍ତି, ସେ ବର୍ଷର ଶ୍ରେଷ୍ଠ ଖେଳାଳି ହେବାର ସୌଭାଗ୍ୟ ହାସଲ କରିବା ସହିତ ସମ୍ମାନଜନକ ଆଇସିସି ଟେଷ୍ଟ ଏବଂ ଦିନିକିଆ ଦଳର ଅଧିନାୟକ ଭାବେ ମଧ୍ୟ ତାଙ୍କୁ ମନୋନୀତ କରାଯାଇଛି। ତେବେ ଏବେ ତାଙ୍କୁ ପ୍ରଶଂସା କରିଛନ୍ତି ସେହି ମହାନ ଖେଳାଳି ସାର ଗ୍ୟାରିଫିଲ୍ଡ ସୋବର୍ସ ଯାହାଙ୍କ ନାମରେ ଆଇସିସି ଶ୍ରେଷ୍ଠ କ୍ରିକେଟର ପୁରସ୍କାର ଦିଆଯାଏ।

କୋହଲି ରିକି ପଣ୍ଟିଂଙ୍କ ପରେ ଦ୍ୱିତୀୟ ଖେଳାଳି ଯିଏକି କି ଲଗାତାର ଦୁଇ ଥର ପାଇଁ ଆଇସିସି ଶ୍ରେଷ୍ଠ କ୍ରିକେଟର ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ୨୦୧୮ ମସିହାରେ ହିଁ ସେ ୧୩ ଟେଷ୍ଟରୁ ୧୩୨୨ ରନ୍‌, ୧୪ ଦିନିକିଆରୁ ୧୨୦୨ ରନ୍‌ ଏବଂ ୧୦ଟି ଟି୨୦ରୁ ୨୧୧ ରନ୍‌ କରିପାରିଛନ୍ତି।

ତେବେ ସାର୍‌ ସୋବର୍ସ କୋହଲିଙ୍କ ବିଷୟରେ କହିଛନ୍ତି, “ସେ ଜଣେ ମହାନ ଖେଳାଳି, ତାଙ୍କ ସମସାମୟିକ ଏମିତି କୌଣସି କ୍ରିକେଟର ନାହାନ୍ତି ଯେକି ତାଙ୍କ ସହିତ ତୁଳନୀୟ ହୋଇପାରିବେ। ଏପରିକି ଅଧିନାୟକ ହିସାବରେ ସେ ବହୁତ ଚାଲାକ। ସେ ହିଁ ଏହି ପୁରସ୍କାର ପାଇବା ଯୋଗ୍ୟ।”



from Odisha Reporter http://bit.ly/2MwvlbE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages