ସ୍ୱପ୍ନରେ ଆଇସ୍‌କ୍ରିମ୍‌ ଖାଉଛନ୍ତି କି ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 25, 2019

ସ୍ୱପ୍ନରେ ଆଇସ୍‌କ୍ରିମ୍‌ ଖାଉଛନ୍ତି କି !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶୋଇବା ସମୟରେ ଅନେକ କଥା ଆମେ ସ୍ୱପ୍ନରେ ଦେଖିଥାଉ। ସ୍ୱପ୍ନ ଦେଖିବା ଏକ ସାଧାରଣ କଥା। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସମସ୍ତ ସ୍ୱପ୍ନର ଏକ ବିଶେଷ ମହତ୍ତ୍ୱ ରହିଛି। ସ୍ୱପ୍ନଶାସ୍ତ୍ର ଅନୁସାରେ କିଛି ସ୍ୱପ୍ନ ଶୁଭ ସଙ୍କେତ ଦେଉଥିବା ବେଳେ କିଛି ସ୍ୱପ୍ନ ଖରାପ ସଙ୍କେତ ଦେଇଥାନ୍ତି।

ଅନେକ ସମୟରେ ଆପଣ ସ୍ୱପ୍ନରେ କିଛି ଖାଉଥିବାର ଦୃଶ୍ୟ ଦେଖିଥାନ୍ତି। ଜାଣିଛନ୍ତି, ଏହାର ମାନେ କ’ଣ ?

ସ୍ୱପ୍ନଶାସ୍ତ୍ର ଅନୁସାରେ ଏହାର ମଧ୍ୟ ଏକ ବିଶେଷ ମହତ୍ତ୍ୱ ରହିଛି। ତେବେ ଆସନ୍ତୁ ଜାଣିବା ସ୍ୱପ୍ନରେ ଖାଦ୍ୟ ଖାଉଥିବା ଦେଖିଲେ, ଏହା ଆପଣଙ୍କୁ କ’ଣ ସଙ୍କେତ ଦେଇଥାଏ।

  • ସ୍ୱପ୍ନରେ ଅଁଳା ଖାଉଥିବା ଦେଖିଲେ, ଏହା ମନସ୍କାମନା ପୂର୍ଣ୍ଣ ହେବାର ସଙ୍କେତ ଦେଇଥାଏ। ଯଦି ଆପଣ ଅଁଳାକୁ ନ ଖାଇ କେବଳ ଏହାର ଦୃଶ୍ୟ ଦେଖୁଛନ୍ତି, ତେବେ ଆପଣଙ୍କ ଇଚ୍ଛା ଅଧା ପୂରଣ ହୋଇଥାଏ।
  • ଅଦା ଖାଉଥିବା ଦେଖିଲେ, ମାନ ସମ୍ମାନ ବୃଦ୍ଧି ହୋଇଥାଏ।
  • ଯଦି ଆପଣ ସ୍ୱପ୍ନରେ ସପୁରୀ ଖାଉଥିବା ଦେଖୁଛନ୍ତି, ତେବେ ଏହା ଏହି ସଙ୍କେତ ଦେଇଥାଏ ଯେ, ପ୍ରଥମେ ଆପଣଙ୍କ ଅନେକ ଦୁଃଖ, କଷ୍ଟର ସାମ୍ନା କରିବାକୁ ପଡ଼ିବ ଏବଂ ପରେ ସୁଖଶାନ୍ତି ମିଳିବ।
  • ସେହିପରି ଆଇସ୍‌କ୍ରିମ୍‌ ଖାଉଥିବା ଦେଖିଲେ, ଏହା ଆପଣଙ୍କ ଜୀବନରେ ସୁଖଶାନ୍ତି ଆସିବାର ପୂର୍ବାଭାଷ ଦେଇଥାଏ ବୋଲି ସ୍ୱପ୍ନ ଶାସ୍ତ୍ରରେ ଉଲ୍ଲେଖ ରହିଛି।
  • ଜୁଆଣି ଖାଉଥିବା ଦେଖିଲେ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ।
  • ସ୍ୱପ୍ନରେ ଆମ୍ୱ ଖାଉଥିବା ଦେଖିଲେ, ଏହା ସନ୍ତାନ ଓ ଧନ ପ୍ରାପ୍ତିର ସଙ୍କେତ ଦେଇଥାଏ।
  • ସେହିପରି ଯଦି ଆପଣ ତେନ୍ତୁଳୀ ଖାଇବା ଦେଖୁଛନ୍ତି, ଏହା ମହିଳାଙ୍କ ପାଇଁ ଶୁଭପ୍ରଦ ହୋଇଥିବା ବେଳେ ପୁରୁଷଙ୍କ ପାଇଁ ଅଶୁଭ।


from Odisha Reporter http://bit.ly/2Tc3ZK9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages