ଅନେକ ଫିଲ୍ମରେ ଅଭିନୟ କରି ମଧ୍ୟ ବଲିଉଡ୍‌ରେ ଅସଫଳ ଏହି ଖାନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 13, 2019

ଅନେକ ଫିଲ୍ମରେ ଅଭିନୟ କରି ମଧ୍ୟ ବଲିଉଡ୍‌ରେ ଅସଫଳ ଏହି ଖାନ୍

ମୁମ୍ୱାଇ: ଆମିର୍ ଖାନ୍‌ଙ୍କ ଭଣଜା ଇମରାନ୍‌ ଖାନ୍‌ ବଲିଉଡ୍‌ରେ ଅନେକ ଫିଲ୍ମ କରିଛନ୍ତି। ଇମ୍‌ରାନ୍‌ ୨୦୦୮ରେ ହୋଇଥିବା ଫିଲ୍ମ ‘ଜାନେ ତୁ ୟା ଜାନେ ନା’ ଜରିଆରେ ବଲିଉଡ୍‌ରେ ନିଜକ କ୍ୟାରିୟର୍‌ ଆରମ୍ଭ କରିଥିଲେ। ଏହି ଫିଲ୍ମର ଅଭିନେତ୍ରୀ ଥିଲେ ଜେନେଲିଆ ଡିସୋଜା। ଏହି ଫିଲ୍ମଟି ସେହି ସମୟରେ ହିଟ୍‌ ହୋଇଥିଲା ଓ ଇମ୍‌ରାନ୍‌ଙ୍କୁ ବେଶ୍‌ ପ୍ରଶଂସା ମଧ୍ୟ ମିଳିଥିଲା।

କିନ୍ତୁ ଏହା ପରେ ଇମ୍‌ରାନ୍‌ ଅନେକ ଫିଲ୍ମ କରିଛନ୍ତି, କିନ୍ତୁ ମାମୁଁ ଆମିର୍‌ଙ୍କ ପରି ସେତେଟା ସଫଳତା ହାସଲ କରିପାରିନାହାନ୍ତି। ଇମ୍‌ରାନ୍‌ ଆଜି ତାଙ୍କର ୩୬ତମ ଜନ୍ମଦିନ ସେଲିବ୍ରେଟ୍‌ କରୁଛନ୍ତି। ୧୯୮୩ ମସିହା ୧୩ ଜାନୁଆରୀ ଇମ୍‌ରାନ୍‌ ଜନ୍ମଗ୍ରହଣ କରିଥିଲେ। ଆସନ୍ତୁ ଜାଣିବା ଇମ୍‌ରାନ୍‌ଙ୍କ ବିଷୟରେ କିଛି ଅଜଣା କଥା।

ଇମ୍‌ରାନ୍‌ଙ୍କ ଜନ୍ମ ଆମେରିକାରେ ହୋଇଥିଲା। ବହୁତ କମ୍‌ ଲୋକ ଏହି କଥା ଜାଣିଛନ୍ତି ଯେ, ଇମ୍‌ରାନ୍‌ ଦେଢ଼ ବର୍ଷର ହୋଇଥିବା ସମୟରେ ତାଙ୍କ ବାପାମା’ ଅଲଗା ହୋଇ ଯାଇଥିଲେ। ଇମ୍‌ରାନ୍‌ ତାଙ୍କ ମା’ଙ୍କ ପାଖରେ ରହିଥିଲେ।
ଫିଲ୍ମ ବ୍ୟାକ୍‌ଗ୍ରାଉଣ୍ଡ୍‌ ସହିତ ଜଡ଼ିତ ଥାଇ ମଧ୍ୟ ଇମ୍‌ରାନ୍‌ଙ୍କୁ ଏକ ଷ୍ଟାର୍‌ କିଡ୍‌ ପରି ସୁଯୋଗ ମିଳି ପାରିନାହିଁ। ୧୧ ବର୍ଷ ହେଲା ଇମ୍‌ରାନ୍‌ ବଲିଉଡ୍‌ରେ ଏଣ୍ଟ୍ରି କରିଛନ୍ତି କିନ୍ତୁ ୨୦୧୫ ପରଠାରୁ ତାଙ୍କର ଗୋଟିଏ ହେଲେ ଫିଲ୍ମ ରିଲିଜ୍‌ ହୋଇନାହିଁ।
ଇମ୍‌ରାନ୍ ବଲିଉଡ୍‌ରେ ଜଣେ ଶିଶୁ କଳାକାର ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ। ଆମିର୍‌ ଖାନ୍‌ଙ୍କ ସୁପର୍‌ହିଟ୍‌ ଫିଲ୍ମ ‘କୟାମତ ସେ କୟାମତ ତକ୍‌’ରେ ଇମ୍‌ରାନ୍ ଆମିର୍‌ଙ୍କ ପିଲାଦିନର ଚରିତ୍ରରେ ଅଭିନୟ କରିଥିଲେ।

ଏହି ଫିଲ୍ମଟି ୧୯୮୮ ମସିହାରେ ରିଲିଜ୍‌ ହୋଇଥିଲା। ଏହି ଫିଲ୍ମର ୪ ବର୍ଷ ପରେ ଇମ୍‌ରାନ୍ ‘ଜୋ ଜିତା ୱୋହି ସିକନ୍ଦର୍‌’ରେ ଅଭିନୟ କରିଥିଲେ। ଏହି ଫିଲ୍ମରେ ମଧ୍ୟ ଆମିର୍‌ ଲିଡ୍‌ ରୋଲ୍‌ରେ ରହିଥିଲେ ଏବଂ ଇମ୍‌ରାନ୍‌ ମାମୁଁ ଆମିର୍‌ଙ୍କର ଛୋଟବେଳର ଚରିତ୍ରରେ ଅଭିନୟ କରିଥିଲେ।
ଏହା ପରେ ଇମ୍‌ରାନ୍ ଲିଡ୍‌ ଆକ୍ଟର୍‌ ଭାବେ ଅନେକ ଫିଲ୍ମରେ ଅଭିନୟ କରିଛନ୍ତି। ସେ ଅଭିନୟ କରିଥିବା ଫିଲ୍ମ ମଧ୍ୟରେ ‘ଜାନେ ତୁ ୟା ଜାନେ ନା’, ‘କିଡ୍‌ନାପ୍‌’, ‘ଲକ୍‌’, ‘ଆଇ ହେଟ୍ ଲଭ୍‌ ଷ୍ଟୋରୀ’, ‘ବ୍ରେକ୍‌ କେ ବାଦ୍‌’, ‘ଡେଲି ବେଲି’, ‘ମେରେ ବ୍ରଦର୍‌ କି ଦୁଲହନ୍‌’, ‘ଏକ ମେଁ ଔର୍‌ ଏକ୍‌ ତୁ’, ‘ଗୋରୀ ତେରେ ପ୍ୟାର୍‌ ମେଁ’ ରହିଛି।
ଏହି ଫିଲ୍ମ ମଧ୍ୟରୁ କିଛି ଫିଲ୍ମ ବକ୍ସ ଅଫିସ୍‌ରେ ହିଟ୍‌ ହୋଇଥିଲା ଏବଂ ଅନ୍ୟ ସବୁ ଫ୍ଲପ୍‌ ହୋଇଥିଲା।
ଇମ୍‌ରାନ୍ ୨୦୧୧ରେ ତାଙ୍କ ଗାର୍ଲଫ୍ରେଣ୍ଡ୍‌ ଅବନ୍ତିକାଙ୍କୁ ବିବାହ କରିଥିଲେ। ଅବନ୍ତିକା ଓ ଇମ୍‌ରାନ୍‌ଙ୍କର ଗୋଟିଏ ଝିଅ ଅଛି। ଯାହାର ନାମ ଇମାୟରା।
ଇମ୍‌ରାନ୍‌ ଖାନ୍‌ ତାଙ୍କର ଶେଷ ଫିଲ୍ମ କଙ୍ଗନା ରଣାୱତ୍‌ଙ୍କ ସହିତ କରିଥିଲେ। ଏହି ଫିଲ୍ମର ନାମ ଥିଲା ‘କଟ୍ଟି ବଟ୍ଟି’।



from Odisha Reporter http://bit.ly/2M5WTUQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages