‘ମୁନ୍ନା ଭାଇ ଏମ୍‌ବିବିଏସ୍’ର ଏହି ଅଭିନେତା ୩ ବର୍ଷ ହେଲାଣି ନିଖୋଜ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 13, 2019

‘ମୁନ୍ନା ଭାଇ ଏମ୍‌ବିବିଏସ୍’ର ଏହି ଅଭିନେତା ୩ ବର୍ଷ ହେଲାଣି ନିଖୋଜ୍

ମୁମ୍ବାଇ: ବଲିଉଡ୍‌ର ସୁପରହିଟ୍‌ ଫିଲ୍ମ ‘ମୁନ୍ନା ଭାଇ ଏମ୍‌ବିବିଏସ୍’ରେ ୭ ମିନିଟ୍‌ ଅଭିନୟରେ ଲୋକପ୍ରିୟ ହୋଇଥିବା ଅଭିନେତା ବିଶାଲ୍‌ ଠାକୁର ଗତ ତିନି ବର୍ଷ ହେଲା ନିଖୋଜ ଅଛନ୍ତି। ସୂଚନା ଅନୁଯାୟୀ ବିଶାଲଙ୍କର ଶେଷ କଥାବାର୍ତ୍ତା ୨୦୧୫ରେ ତାଙ୍କ ମା’ଙ୍କ ସହ ହୋଇଥିଲା। ସେଦିନ ବିଶାଲ୍ ମାଙ୍କ ସହ ଏକ ହଲିଉଡ୍‌ ଫିଲ୍ମ ଦେଖିଯିବାକୁ କହିଥିଲେ। ହେଲେ ମାଆ ମନାକରି ଦେଇଥିଲେ।

ସୂଚନା ଅନୁଯାୟୀ ମାଆଙ୍କ ସହ କଥା ହେବା ପରେ ରାତି ୧୦.୩୦ରେ ବିଶାଲ୍ ଘରୁ ବାହାରିଯାଇଥିଲେ, ଗଲାବେଳେ ମାଆଙ୍କ ଠାରୁ ୫୦୦ ଟଙ୍କା ମଧ୍ୟ ନେଇକି ଯାଇଥିଲେ ବିଶାଲ୍। ତା’ପରେ ସେହି ରାତି ଗୋଟାଏ ବେଳେ ନିଜ ପିତାଙ୍କୁ ମେସେଜ କରିଥିଲେ ।  ସେ କୌଣସି ପାର୍ଟିକୁ ଯାଉଛନ୍ତି ଓ ପରଦିନ ସକାଳେ ଘରକୁ ଫେରିବେ ବୋଲି କହିଥିଲେ। ହେଲେ ସେବେଠାରୁ ଆଉ ଘରକୁ ଫେରିନାହାନ୍ତି। ଏହି ଘଟଣାକୁ ୩ ବର୍ଷ ବିତିଗଲାଣି।

ପୁଲିସର କହିବା ଅନୁଯାୟୀ ବିଶାଲଙ୍କୁ ତାଙ୍କ ଗାର୍ଲଫ୍ରେଣ୍ଡଙ୍କ ସହ ଜାନୁଆରୀ ୧ ତାରିଖରେ Ghodbunder Roadରେ ସକାଳ ୧୧.୪୫ରେ ଦେଖାଯାଇଥିଲା। ତାଙ୍କର ଶେଷ ଫେସ୍‌ବୁକ୍‌ ପୋଷ୍ଟ ୧୨.୧୦ ମିନିଟ୍‌ର ଅପ୍‌ଡେଟ୍‌ ହୋଈଥିଲା  ଯେଉଁଥିରେ ‘ହାପି ନିୟୁ ଇୟର୍’ ଲେଖା ହୋଇଥିଲା। ଏହାର କିଛି ସମୟ ପରେ ତାଙ୍କ ଫୋନ୍‌ ବନ୍ଦ ହୋଇଯାଇଥିଲା। ଏହାପରଠୁ ବିଶାଲଙ୍କର କୌଣସି ସୂଚନା ମିଳି ନାହିଁ।

୨୦୧୫ରେ ବିଶାଲଙ୍କ ଗର୍ଲଫ୍ରେଣ୍ଡ ତାଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ହେଲେ ପରେ ତାଙ୍କ ମାଆ କହିଲେ ଏହା କେବଳ ଏକ ଛୋଟ ଝଗଡ଼ା ଥିଲା। ପରେ ଯୁତୀ ଜଣକ ଅଭିଯୋଗ ଫେରାଇନେଇଥିଲେ ମଧ୍ୟ ଏହି ମାମଲା ଯୋଗୁ ବିଶାଲଙ୍କୁ ଆଉ କାମ ମିଳିଲା ନାହିଁ। ଏଥିପାଇଁ ସେ ଅନେକ ଚିନ୍ତାରେ ରହୁଥିଲେ। ବିଶାଲ ‘ଟାଙ୍ଗୋ ଚାର୍ଲି’, ‘ଚାନ୍ଦିନି ବାର୍’ ଓ କିଛି ଟିଭି ସିରିଏଲରେ କାମ କରିଛନ୍ତି।

 



from Odisha Reporter http://bit.ly/2FyneJQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages