ବନ୍ଦୀ ଜୀବନ ବିତାଉଛି ‘ସୁନ୍ଦରୀ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 2, 2019

ବନ୍ଦୀ ଜୀବନ ବିତାଉଛି ‘ସୁନ୍ଦରୀ’

sundari

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରାୟ ୨ମାସ ହେଲା, ବନ୍ଦୀ ଜୀବନ କାଟୁଛି ବାଘୁଣୀ ‘ସୁନ୍ଦରୀ’। କାରଣ ମଣିଷ ସହ ଜୀବଜନ୍ତୁଙ୍କୁ ମାରି ଖାଉଥିବା ଅଭିଯୋଗ ପରଠୁ ସ୍ୱତନ୍ତ୍ର ଏନ୍‌କ୍ଲୋଜରରେ ସୁନ୍ଦରୀ ସଜା କାଟୁଛି। ତାହାରି ଭିତରେ ଖାଉଛି ଆଉ ବୁଲୁଛି। ପୂର୍ବପରି ଆଉ ଅବାଧ ବିଚରଣ କରିପାରୁନି ସେ। ଏଭଳି ସ୍ଥିତିରେ ଆଗକୁ କେଉଁଠି ରହିବ ସୁନ୍ଦରୀ ? କ’ଣ ହେବ ତାର ଭବିଷ୍ୟତ ? ତାକୁ ନେଇ ନାନା ପ୍ରଶ୍ନ ଉଙ୍କି ମାରୁଥିବାବେଳେ ରାଜ୍ୟର ପ୍ରଥମ ଅନ୍ତଃରାଜ୍ୟ ବ୍ୟାଘ୍ର ସମ୍ପ୍ରସାରଣ ପ୍ରକଳ୍ପର ଭବିଷ୍ୟତକୁ ନେଇ ମଧ୍ୟ ଆଶଙ୍କା ଦେଖାଦେଇଛି।

ସରକାରୀ ବ୍ୟବସ୍ଥାର ଜନ୍ତାରେ ପଡ଼ି ଛଟପଟ ହେଉଛି ସୁନ୍ଦରୀ। ମୁକ୍ତ ଭାବେ ବିଚରଣ କରି ଶିକାର କରିବାକୁ ଚାହୁଁଥିଲେ ବି ନାଚାର। କାରଣ ମଣିଷ ସହ ଜୀବଜନ୍ତୁଙ୍କୁ ମାରୁଥିବା ବିବାଦ ପରଠୁ ସାତକୋଶିଆ ଅଭୟାରଣ୍ୟ ରାଇଗୁଡ଼ା ପାଲଟିଛି ତା ଠିକଣା। ନଭେମ୍ବର ୬ରୁ ଦୁଇ ଏକର ପରିମିତ ଏନ୍‌କ୍ଲୋଜରରେ ଏକ ପ୍ରକାର ବନ୍ଦୀ ଜୀବନ କାଟୁଛି।

ଏହା ମଧ୍ୟରେ ଦୁଇମାସ ବିତିବାକୁ ବସିଛି, ହେଳେ ରାଜ୍ୟ ସରକାର ଏବଂ ବନ ବିଭାଗର ଗତିବିଧିକୁ ଲକ୍ଷ୍ୟ କଲେ ଲାଗୁଛି, ସତେ ଯେମିତି ‘ସୁନ୍ଦରୀ’କୁ ପାସୋରି ଗଲେଣି ସମସ୍ତେ। ସେପଟେ ବାଘୁଣୀ ସୁନ୍ଦରୀ ଯିବା ପରଠୁ ସାତକୋଶିଆ ବାସିନ୍ଦା ସାମୟିକ ଭାବେ ଆଶ୍ୱସ୍ତି ଅନୁଭବ କରିଛନ୍ତି।

ସତ, କିନ୍ତୁ ବ୍ୟାଘ୍ର ସମ୍ପ୍ରସାରଣ ପ୍ରକଳ୍ପର ଭବିଷ୍ୟତ ଏବଂ ସୁନ୍ଦରୀର ଥଇଥାନକୁ ନେଇ ମଧ୍ୟ ଆଶଙ୍କା ଦେଖାଦେଇଛି।

ପ୍ରଶ୍ନ ଉଠୁଛି, ଜଙ୍ଗଲୀ ଜନ୍ତୁ ସୁନ୍ଦରୀକୁ ଆଣି ଏତେଦିନ ଧରି ଏନ୍‌କ୍ଲୋଜରରେ ରଖାଯାଇଛି କାହିଁକି ? ଏଭଳି ବନ୍ଦୀ ଜୀବନ ଯୋଗୁ ସୁନ୍ଦରୀର ସ୍ୱାଭାବିକ ଆଚରଣ ପ୍ରଭାବିତ ହେବନି କି ? କିଛି ଦିନ ତଳେ ନ୍ୟାସନାଲ୍ ଟାଇଗର କନଜର୍ଭେସନ ଅଥରିଟି, ଏନ୍‌ଟିସିଏ ସୁନ୍ଦରୀର ସାତକୋଶିଆରେ ରହଣିକୁ ନେଇ ବନ ବିଭାଗର ଦାୟିତ୍ୱ ଉପରକୁ ଅଙ୍ଗୁଳି ଉଠାଇଥିଲେ। ଚିଫ୍ ୱାଇଲ୍ଡ ଲାଇଫ୍ ୱାର୍ଡେନ୍ ସନ୍ଦୀପ ତ୍ରିପାଠୀ କହିଛନ୍ତି, “ଏନଟିସିଏର ଗାଇଡ ଲାଇନ୍‌ ଅନୁଯାୟୀ ପଦକ୍ଷେପ ନିଆଯାଉଛି। ଖୁବଶୀଘ୍ର ସୁନ୍ଦରୀକୁ ଜଙ୍ଗଲରେ ଛଡ଼ାଯିବ।”

ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ ମତ, ଆବଶ୍ୟକ ସ୍ଥଳେ ସୁନ୍ଦରୀକୁ ନେଇ ଗାଇଡ ଲାଇନ୍‌ରେ ପରିବର୍ତ୍ତନ ହେବା ଜରୁରୀ।

ତେବେ ଏନ୍‌କ୍ଲୋଜରରୁ ମୁକ୍ତ ହୋଇ କେବେ ଜଙ୍ଗଲରେ ଅଭୟ ବିଚରଣ କରିବ ଏହି ଜଙ୍ଗଲୀ ମହାବଳ ସୁନ୍ଦରୀ ? କ’ଣ ହେବ ପ୍ରଥମ ଅନ୍ତଃରାଜ୍ୟ ବ୍ୟାଘ୍ର ସମ୍ପ୍ରସାରଣ ପ୍ରକଳ୍ପର ଭାଗ୍ୟ ?



from Odisha Reporter http://bit.ly/2F1YBoM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages