ପର୍ଯ୍ୟଟନ ଋତୁରେ ଚାଲ ବୁଲିଯିବା ରାମିଆଳ ଦଣ୍ଡାଧାର ଡ୍ୟାମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 2, 2019

ପର୍ଯ୍ୟଟନ ଋତୁରେ ଚାଲ ବୁଲିଯିବା ରାମିଆଳ ଦଣ୍ଡାଧାର ଡ୍ୟାମ

tourism

ଢେଙ୍କାନାଳ (ଓଡ଼ିଶା ରିପୋର୍ଟର): ଶୀତ ବଢିବା ସାଙ୍ଗକୁ ଆରମ୍ଭ ହୋଇଛି ପର୍ଯ୍ୟଟନ ଋତୁ। ରାଜ୍ୟର ବିଭିନ୍ନ ସ୍ଥାନ ବୁଲି ଦେଖିବା ସହ ବଣଭୋଜିର ମଜା ନେବା ଲାଗି ଲୋକଙ୍କ ମଧ୍ୟରେ ବଢୁଛି ଆଗ୍ରହ। ଏମିତି ଏକ ପର୍ଯ୍ୟଟକ ସ୍ଥଳ ରହିଛି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକର ରାମିଆଳ ଦଣ୍ଡାଧାର ଡ୍ୟାମ।

ଦୁଇଟି ପାହାଡ଼ ମଝିରେ ବିସ୍ତିର୍ଣ୍ଣ ନୀଳ ଜଳରାଶି। ଶୀତୁଆ ସକାଳରେ ରାମିଆଳ ଦଣ୍ଡାଧାର ଡ୍ୟାମର ଏମିତି ପ୍ରକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟନଙ୍କୁ ଆକୃଷ୍ଟ କରୁଛି। ସେଥିପାଇଁ ପର୍ଯ୍ୟଟନ ଋତୁରେ ଏଠାକୁ ଲୋକଙ୍କ ସୁଅ ଛୁଟିଥାଏ। ପର୍ଯ୍ୟଟକମାନେ ପ୍ରକୃତିର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସାଙ୍ଗକୁ ଘର ଲୋକଙ୍କ ସାଙ୍ଗରେ ବଣଭୋଜି କରି ସମୟ ଅତିବାହିତ କରୁଛନ୍ତି।

tourismଶୀତଦିନରେ ଏଠାରେ ଜିଲ୍ଲା ତଥା ବାହାର ଜିଲ୍ଲାର ପର୍ଯ୍ୟଟକଙ୍କ ଭିଡ଼ ଜମୁଛି। ଏହାକୁ ନଜରରେ ରଖି ପାନୀୟ ଜଳ, ପାର୍କ, ପକ୍କା ରାସ୍ତା ନିର୍ମାଣ କଲେ ଅଧିକ ପର୍ଯ୍ୟଟକ ଏଥିପ୍ରତି ଆକର୍ଷିତ ହୋଇପାରନ୍ତେ ବୋଲି ମତପ୍ରକାଶ ପାଇଛି।

କଙ୍କଡ଼ାହାଡ଼ ବ୍ଲକ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସାହୁ କୁହନ୍ତି, “ଆଗାମୀ ଦିନରେ ଡ୍ୟାମରେ ବୋଟିଂ ସାଙ୍ଗକୁ ପର୍ଯ୍ୟଟକଙ୍କ ରହଣୀ ଲାଗି ପିଣ୍ଡି ନିର୍ମାଣ ଲାଗି ପ୍ରସ୍ତାବ ରହିଛି।”



from Odisha Reporter http://bit.ly/2LKYmzF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages