
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ୧୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିବେ। ଏଥରେ ସେ ବଲାଙ୍ଗିରରେ ଆୟୋଜିତରେ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ଗସ୍ତ ନେଇ ସମ୍ଭାବ୍ୟ କାର୍ଯ୍ୟସୂଚୀ ଜାରି କରାଯାଇଛି।
ପ୍ରଧାନମନ୍ତ୍ରୀ ୧୫ ତାରିଖ ସକାଳ ସାଢ଼େ ୯ଟାରେ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବେ। ସେ ସେଠାରୁ ହେଲିକପ୍ଟର ଯୋଗେ ବଲାଙ୍ଗିର ଯିବେ। ୧୦ଟା ୪୦ରେ ବଲାଙ୍ଗିର ରେଲୱେ ଷ୍ଟେସନଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ।
ସେଠାରୁ ପ୍ରଧାନମନ୍ତ୍ରୀ ହେଲିକପ୍ଟର ଯୋଗେ ପଥରଚେପା ଯାଇ ଏକ ସାଧାରଣ ସଭାକୁ ସମ୍ବୋଧନ କରିବେ। ୧୧ଟା ୪୫ ମିନିଟରୁ ଏହି ସଭା ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ସାଢ଼େ ୧୨ଟାରେ ସଭା ସରିବା ପରେ ପ୍ରଧାନମନ୍ତ୍ରୀ ସେଠାରୁ ଝାରସୁଗୁଡ଼ା ଯିବେ। ସେଠାରୁ ସେ ଅପରାହ୍ଣ ଗୋଟାଏ ୪୫ ମିନିଟ୍ରେ କେରଳର ତିରୁଅନନ୍ତପୁରମ୍ ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି।
from Odisha Reporter http://bit.ly/2H0gCqd
No comments:
Post a Comment