ପୂଜ୍ୟପୂଜା ଭୁଲିଗଲେ ସଂସ୍କାରୀ ବିଧାୟକ, ଯଦୁମଣିଙ୍କ ଜୟନ୍ତୀରେ ପାନଦୋକାନୀ କୁଳମଣି କଲେ ମାଲ୍ୟାର୍ପଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 9, 2019

ପୂଜ୍ୟପୂଜା ଭୁଲିଗଲେ ସଂସ୍କାରୀ ବିଧାୟକ, ଯଦୁମଣିଙ୍କ ଜୟନ୍ତୀରେ ପାନଦୋକାନୀ କୁଳମଣି କଲେ ମାଲ୍ୟାର୍ପଣ

ନୟାଗଡ଼(ଓଡ଼ିଶା ରିପୋର୍ଟର): ‘ଆମ ପାଇଁ ବଡ଼ ଆମ ନୟାଗଡ଼’ ଏବଂ ‘ଉନ୍ନତି ସାଥୀରେ- ସମଜା ସଂସ୍କାର’ର ନାରା ଦେଉଥିବା ନୟାଗଡ଼ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ପୂଜ୍ୟପୂଜା ପଦାକୁ ଆସିଛି। ନୟାଗଡ଼ରେ ଜନ୍ମିତ କିଛି ମହାପୁରୁଷଙ୍କ ମଧ୍ୟରୁ ହାସ୍ୟରସର ଅନିନ୍ଦ୍ୟ ସମ୍ରାଟ୍‌ ତଥା ଆଶୁ କବି ଉତ୍କଳ ଘଣ୍ଟ ଯଦୁମଣିଙ୍କ ପାଇଁ ନୟାଗଡ଼ ଜିଲ୍ଲା ସମଗ୍ର ଭାରତବର୍ଷରେ ପରିଚିତି ଲାଭ କରିଛି। କିନ୍ତୁ ଯଦୁମଣିଙ୍କ ଜୟନ୍ତୀକୁ ପ୍ରଶାସନ ଏବଂ ସ୍ଥାନୀୟ ବିଧାୟକ ଏତେ ସହଜରେ ଭୁଲିଯିବା ନୟାଗଡ଼ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।

କେବଳ ବିଧାୟକ ନୁହନ୍ତି ବହୁ ବକ୍ତା, ବୁଦ୍ଧିଜୀବୀ ଏବଂ ତଥାକଥିତ ସମାଜସେବୀ ସଭାସମିତିରେ ଯଦୁମଣିଙ୍କୁ ନେଇ ଅନର୍ଗଳ ଭାଷର ଦେଉଥିବାବେଳେ ଧର୍ମଘଟ ଏବଂ ଅନ୍ୟ କିଛି ବାହାନାରେ ନୟାଗଡ଼ ପୁରୁଣା ସହରଠାରେ ପ୍ରତିଷ୍ଠା କରାଯାଇଥିବା ଉତ୍କଳ ଘଣ୍ଟଙ୍କ ପ୍ରତିମୂର୍ତ୍ତିରେ ଧୂଳିଟିକିଏ ଝାଡ଼ିବାପାଇଁ ମଧ୍ୟ କେହି ଆସିଲେନି।

ସ୍ଥାନୀୟ ଜଗନ୍ନାଥ ମନ୍ଦିର ନିକଟରେ ପ୍ରତିଷ୍ଠିତ ଏହି ମୂର୍ତ୍ତି କିନ୍ତୁ କାହା ହାତ ଟେକାକୁ ଅପେକ୍ଷା କରିନଥିଲା। ସ୍ଥାନୀୟ ଜଣେ ପାନଦୋକାନୀ କୁଳମଣି ଖିଲାରଙ୍କ ନଜରରେ ଏହି ଅବହେଳିତ ମୂର୍ତ୍ତି ନଜର ଆସିବାରୁ ବାଧ୍ୟ ହୋଇ ସେ ଏହାକୁ ସଫାସୁତୁରା କରିଥିଲେ ଏବଂ ଗତକାଲି ଦିନ ଦୁଇଟାବେଳେ ମାଲ୍ୟାର୍ପଣ କରିଥିଲେ।

ନିଜକୁ ସମାଜର ପ୍ରତିଷ୍ଠିତ ଏବଂ ବହୁଶିକ୍ଷିତ ଦର୍ଶାଇ ଯଦୁମଣି ମାଟିର ଲୋକ ଦର୍ଶାଉଥିବା କେହି ବ୍ୟକ୍ତି ଏଥିପ୍ରତି ନଜର ଦେଉନଥିଲାବେଳେ ପାନଦୋକାନୀଙ୍କ ମହାନତା ପାଇଁ ସମଗ୍ର ଜିଲ୍ଲାବାସୀ ଏବଂ ଯଦୁମଣିପ୍ରେମୀ ତାଙ୍କର ଭୁରିଭୁରି ପ୍ରଶଂସା କରୁଛନ୍ତି। ତେବେ ଏହି ଘଟଣା ପ୍ରଥମଥର ନୁହେଁ। ପୂର୍ବରୁ ସୁପରିଚିତ ସଂଗ୍ରାହକ ସ୍ୱର୍ଗତ ଦାଶିଆ ଅଜାଙ୍କ ସ୍ମୃତିରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆୟୋଜିତ ପ୍ରତିଯୋଗୀତା ମଧ୍ୟ ବନ୍ଦ ରହିଛି।

ସମଗ୍ର ରାଜ୍ୟ ପରି ନୟାଗଡ଼ ଜିଲ୍ଲା ଏବେ ବିଜୁମୟ ହେଉଥିବାବେଳେ ସ୍ଥାନୀୟ ମହାପୁରୁଷଙ୍କ ପ୍ରତି ପ୍ରଶାସନ ଓ ଜନପ୍ରତିନିଧିଙ୍କ ଏତାଦୃଶ ଅସମ୍ମାନ ଭବିଷ୍ୟତରେ ଆନ୍ଦୋଳନର ରୂପ ନେବ ବୋଲି ଚର୍ଚ୍ଚା ହେଉଛି।



from Odisha Reporter http://bit.ly/2SIqvKA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages