ସରକାରୀ କାର୍ଯ୍ୟକ୍ରମ ଅଧାରୁ ଉଠି ପଳାଇଲେ ନରସିଂହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 11, 2019

ସରକାରୀ କାର୍ଯ୍ୟକ୍ରମ ଅଧାରୁ ଉଠି ପଳାଇଲେ ନରସିଂହ

narashingha

ବଲାଙ୍ଗିର (ଓଡିଶା ରିପୋର୍ଟର): ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ କଂଗ୍ରେସ। ବଲାଙ୍ଗିର ଜିଲ୍ଲା ସଦର ବ୍ଲକ୍ ଶିବତଲା ଗାଁରେ ଦେଖିବାକୁ ମିଳିଛି ଏହି ଘଟଣା। ସରକାରୀ କାର୍ଯ୍ୟକ୍ରମକୁ ବିଜେଡି ଦଳୀୟ କାର୍ଯ୍ୟକ୍ରମରେ ପରିଣତ କରିଦେଇଥିବା ଅଭିଯୋଗ କରି ବିରୋଧୀ ଦଳ ନେତା ନରସିଂହ ମିଶ୍ର କାର୍ଯ୍ୟକ୍ରମ ଅଧାରୁ ଉଠି ପଳାଇଛନ୍ତି।

ଏହି କାର୍ଯ୍ୟକ୍ରମରେ ସରକାରୀ ଅଧିକାରୀଙ୍କ ସହ ସ୍ଥାନୀୟ ବିଧାୟକ ନରସିଂହ ମିଶ୍ର, ସାଂସଦ କଳିକେଶ ନାରାୟଣ ସିଂହଦେଓ, ପୂର୍ବତନ ସାଂସଦ ଅନଙ୍ଗ ଉଦୟ ସିଂହଦେଓ ପ୍ରମୁଖ ଯୋଗ ଦେଇଥିଲେ। ଏହାସହ ବିଜେଡି ଓ କଂଗ୍ରେସ ସମର୍ଥକମାନେ ବି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ତେବେ କାର୍ଯ୍ୟକ୍ରମ ଚାଲିଥିବାବେଳେ ହଠାତ୍ କିଛି ଲୋକ ବିଜେଡି ଜିନ୍ଦାବାଦ୍ ନାରା ସହ ସ୍ଥାନୀୟ ନେତାଙ୍କ ନାଁ ଧରି ଜିନ୍ଦାବାଦ କରିଥିଲେ। ଏହାର ପ୍ରତିବାଦ କରି ନରସିଂହ କାର୍ଯ୍ୟକ୍ରମ ଅଧାରୁ ଉଠି ଚାଲିଯାଇଥିଲେ। ଏହାପରେ କିଛି ସମୟ ପାଇଁ ସେଠାରେ କଂଗ୍ରେସ ଓ ବିଜେଡି କର୍ମୀ ନିଜ ନିଜ ନେତାଙ୍କ ନାଁରେ ସ୍ଲୋଗାନ୍ ଏବଂ ନାରାବାଜି କରିବାରେ ଲାଗିଥିଲେ। ଯାହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା।

ଏହା ପରେ ନରସିଂହ ନିଜ ଅଫିସରେ ସାମ୍ବାଦିକ ସମ୍ମିଳନୀ ଡକାଇ ସରକାରୀ କାର୍ଯ୍ୟକ୍ରମରେ ସରକାରୀ ଦଳ ଦାଦାଗିରି କରୁଥିବା ଅଭିଯୋଗ କରିଛନ୍ତି। ସେ କହିଛନ୍ତି, “ସରକାରୀ କାର୍ଯ୍ୟକ୍ରମରେ ଦଳୀୟ ନେତୃବୃନ୍ଦ ଦାଦାଗିରି କରିବା ଅନୁଚିତ। ଏହାକୁ ମୁଁ ନିନ୍ଦା କରୁଛି। ସେମାନେ ଯେତେବେଳେ ବିଜେଡି ନେତାଙ୍କ ସପକ୍ଷରେ ସ୍ଲୋଗାନ ଦେଲେ, ସ୍ୱାଭାବିକ ଭାବେ ଯେଉଁ କଂଗ୍ରେସ କର୍ମୀ ଥିଲେ ସେମାନେ ଏହାର ଉତ୍ତର ଦେଲେ। ଶାନ୍ତି ଭଙ୍ଗ ହେବାର ଆଶଙ୍କା କରି ମୁଁ ସେ ଜାଗା ଛାଡ଼ି ପଳାଇ ଆସିଲି।”

ଅନ୍ୟପଟେ ଦାଦାଗିରି କରାଯାଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଜେଡି କାର୍ଯ୍ୟକାରିଣୀ ସଦସ୍ୟ ଅର୍କେଶ ନାରାୟଣ ସିଂହଦେଓ। ସେ କହିଛନ୍ତି, “ମୁଖ୍ୟମନ୍ତ୍ରୀ ଏହାକୁ ଉଦ୍‌ଘାଟନ କରିବାର ଫଟୋ ଦେଖିବା ପରେ ବିଜେଡି କର୍ମୀ ଉତ୍ସାହିତ ହୋଇଯାଇ ମୁଖ୍ୟମନ୍ତ୍ରୀଙ୍କ ସ୍ଲୋଗାନ ଦେଇଥିଲେ। ହୁଏତ ଏହା ତାଙ୍କୁ ଖରାପ ଲାଗିଥିବ। ଏହା ବିଜେଡି କାର୍ଯ୍ୟକ୍ରମ ନଥିଲା କି କାହାକୁ ଅପମାନିତ କରିବାର କିଛି ଉଦ୍ଦେଶ୍ୟ ନଥିଲା।”

ସେପଟେ ସରକାରୀ କାର୍ଯ୍ୟକ୍ରମରେ ବିଜେଡିର ନାରାବାଜିର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।



from Odisha Reporter http://bit.ly/2TIDWKq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages