
ନୂଆଦିଲ୍ଲୀ: ଆସନ୍ତା ସାଧାରଣ ନିର୍ବାଚନରେ ବିଜେପିକୁ ଉତ୍ତର ପ୍ରଦେଶରେ ଚେକ୍ ଦେବାକୁ ‘ବୁଆ’ ମାୟାବତୀଙ୍କ ବିଏସ୍ପି ଓ ‘ବବୁଆ’ ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି ଏକାଠି ହୋଇଛନ୍ତି। ଆସନ୍ତାକାଲି ଏ ସମ୍ପର୍କରେ ଚୂଡ଼ାନ୍ତ ଘୋଷଣା ହେବ। ଉତ୍ତର ପ୍ରଦେଶର ଲୋକସଭା ଆସନରେ କିଏ କେତୋଟି ଆସନରେ ଲଢ଼ିବ, ସେ ସମ୍ପର୍କରେ ସମସ୍ତ ବୁଝାମଣା ସରିଥିବା ବେଳେ କଂଗ୍ରେସ ଏହି ମେଣ୍ଟରୁ ବାଦ ପଡ଼ିବା ଏକପ୍ରକାରର ନିଶ୍ଚିତ ହୋଇଛି। କଂଗ୍ରେସକୁ ଏହି ବୁଆ ବବୁଆ ଯୋଡ଼ି କେବଳ ରାଏବରେଲୀ ଓ ଆମେଥି ଆସନ ଛାଡ଼ିବେ ବୋଲି ଜଣାପଡ଼ିଛି।
ଉତ୍ତର ପ୍ରଦେଶରେ କଂଗ୍ରେସକୁ ୨ଟି ଆସନ ଛଡ଼ାଯିବ ବୋଲି ଅଖିଲେଶ ଯାଦବ ସ୍ପଷ୍ଟ କରିଛନ୍ତି। କିନ୍ତୁ ବିଏସ୍ପି ଓ ସପା ମେଣ୍ଟରେ ରାହୁଲ ଗାନ୍ଧିଙ୍କ କଂଗ୍ରେସ ସାମିଲ ହେବ କି ନାହିଁ, ସେ ସମ୍ପର୍କରେ ଅଖିଲେଶ କୌଣସି ପ୍ରକାରର ନିଜର ମତ ସ୍ପଷ୍ଟ କରିନାହାନ୍ତି। ସେ କହିଛନ୍ତି, “ଆମେ କଂଗ୍ରେସକୁ ମେଣ୍ଟରେ ସାମିଲ କରିବୁ କି ନାହିଁ, ସେକଥା ପରେ ନିଷ୍ପତ୍ତି ହେବ। ହେଲେ ପ୍ରଥମେ ଆମେ ସମାଜବାଦୀ ପାର୍ଟି ଓ ବିଏସ୍ପି ମେଣ୍ଟ ପ୍ରକ୍ରିୟା ଶେଷ ହେବା ଦରକାର।”
ଆସନ୍ତାକାଲି ମଧ୍ୟାହ୍ଣରେ ଲକ୍ଷ୍ନୌ ସ୍ଥିତ ଏକ ପଞ୍ଚତାରକା ହୋଟେଲ୍ରେ ଅଖିଲେଶ ଓ ମାୟାବତୀ ଯୁଗ୍ମ ସାମ୍ବାଦିକ ସମ୍ମିଳନୀ ଡାକିଛନ୍ତି। ସେଥିରେ ଉଭୟ ନେତା ମେଣ୍ଟ ସମ୍ପର୍କରେ ଘୋଷଣା କରିବେ। ଏଥିସହ କିଏ କେତୋଟି ଆସନରେ ପ୍ରାର୍ଥୀ ଦେବ, ତାହା ସ୍ପଷ୍ଟ ହେବ। ଏହି ମେଣ୍ଟରେ ରାଷ୍ଟ୍ରୀୟ ଲୋକ ଦଳ ଓ ନିଶାଦ ପାର୍ଟି ଭଳି ଛୋଟିଆ ଦଳ ବୁଆ-ବବୁଆ ମେଣ୍ଟରେ ରହିବେ ବୋଲି ଜଣାପଡ଼ିଛି।
୨୦୧୪ରେ ବିଜେପି ମେଣ୍ଟ କରି ୮୦ଟି ଲୋକସଭା ଆସନରୁ ୭୩ଟିରେ ଜିତିଥିଲା। ତେଣୁ ଅଖିଲେଶ ଓ ମାୟାବତୀ ଏ ଗଣିତକୁ ଓଲଟପାଲଟ କରିବାକୁ ଚାହୁଁଛନ୍ତି।
from Odisha Reporter http://bit.ly/2D4qYRG
No comments:
Post a Comment