ଓଡ଼ିଶା ସରକାର ଶୋଇ ରହିଛି: ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 15, 2019

ଓଡ଼ିଶା ସରକାର ଶୋଇ ରହିଛି: ମୋଦି

modi

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): “ଏଠାକାର ସରକାରଙ୍କର କ’ଣ ହୋଇଛି? ଏଠାକାର ସରକାର ଶୋଇ ରହିଛନ୍ତି। ଏଠାକାର ସରକାର ଟଙ୍କା ଖର୍ଚ୍ଚ ନ କରି ପକାଇ ରଖିଛନ୍ତି।”

ଆଜି ବଲାଙ୍ଗିର ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ପଥରଚେପାରେ ଦଳୀୟ ସମାବେଶରେ ଯୋଗ ଦେଇ ଓଡ଼ିଶା ସରକାରଙ୍କୁ ଟାର୍ଗେଟ୍ କରି ଏ କଥା କହିଥିଲେ। ତେବେ ପ୍ରଧାନମନ୍ତ୍ରୀଙ୍କ ପୂରା ଭାଷଣ ଭିତରେ ରାଜ୍ୟ ସରକାରଙ୍କ ବିରୋଧ କେବଳ ଏତିକି ଥିଲା ଶାଣିତ ସମାଲୋଚନା। ଆଉ ସେମିତି କିଛି ଶୁଣିବାକୁ ମିଳି ନଥିଲା।

ଏ ସମାଲୋଚନା କଲା ବେଳେ ସେ କହିଥିଲେ ଯେ ସରକାର (ଓଡ଼ିଶା ସରକାର) ନିର୍ବାଚନ ପାଇଁ ଟଙ୍କା ପକାଇ ନ ରଖନ୍ତୁ, ଲୋକଙ୍କ କଥା ବୁଝନ୍ତୁ।

ତା’ସହିତ ଓଡ଼ିଶାକୁ କେନ୍ଦ୍ର ସରକାର ଗୁରୁତ୍ୱ ଦେଉଥିବା ସେ ଦୋହରାଇ ଥିଲେ। ସେ କହିଥିଲେ, ଓଡ଼ିଶାରେ ଯୋଗାଯୋଗକୁ ସୁଦୃଢ଼ କରିବା ପାଇଁ କେନ୍ଦ୍ର ଗୁରୁତ୍ୱ ଦେଉଛି। ରେଳ ବିକାଶ କ୍ଷେତ୍ରରେ ଓଡ଼ିଶାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ପୂର୍ବ ସରକାର ତୁଳନାରେ ଆମେ ଓଡ଼ିଶାକୁ ୫ ଗୁଣ ଅଧିକ ଅର୍ଥ ଦେଇଛୁ।

pmଏହି ଦଳୀୟ ସଭାରେ ସେ ବିଶେଷ କରି ତାଙ୍କ ସରକାରଙ୍କ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଓ ପଦକ୍ଷେପ ସଂପର୍କରେ ଆଲୋକପାତ କରିଥିଲେ। ତା’ ସହିତ ପରୋକ୍ଷରେ କଂଗ୍ରେସ ଓ ମହାମେଣ୍ଟକୁ ଟାର୍ଗେଟ୍ କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ,“ସାରା ଦେଶରେ ୬ କୋଟି ବେଆଇନ ରାସନ କାର୍ଡ ରଦ୍ଦ ହୋଇଛି। ଏମିତିକି ଜନ୍ମ ହୋଇ ନଥିବା ଲୋକ ନାଁରେ ବି କାର୍ଡ ହୋଇଥିଲା। ଫର୍ଜି ରାସନକାର୍ଡ ରଦ୍ଦ ହେବାରୁ ଅସାଧୁଙ୍କ ରୋଜଗାର ବନ୍ଦ ହୋଇଛି। ରୋଜଗାର ଯିବାରୁ ଏବେ ସେମାନେ ମୋଦିକୁ ଟାର୍ଗେଟ କରୁଛନ୍ତି। ସେହି ଅସାଧୁମାନଙ୍କୁ ଜେଲ ପଠାଇବା ଆମର ପ୍ରଥମ କାମ।”

ସେ କହିଥିଲେ, ଗରିବଙ୍କୁ ଖାଦ୍ୟ ଦେବାକୁ ଗହମ କେଜି ୨ ଟଙ୍କାରେ ଦିଆଯାଉଛି। ୩୦ ଟଙ୍କାରେ କିଣା ଯାଉଥିବା ଚାଉଳ ୩ ଟଙ୍କାରେ ଦିଆଯାଉଛି।

ସେ ଆହୁରି ମଧ୍ୟ କହିଥିଲେ,“ଦେଶର ଲୁଟ୍ ହେବାକୁ ଥିବା ୯୦ ହଜାର କୋଟି ବନ୍ଦ କରିଛୁ। ସେହି ଲୁଟେରାମାନେ ଏବେ ମୋ ଠାରୁ ବଦଲା ନେବାକୁ ଚାହୁଁଛନ୍ତି। ମୋଦିକୁ ରାସ୍ତାରୁ ହଟାଇବାକୁ ସେମାନେ ଏକାଠି ହୋଇଛନ୍ତି। ଏ ଚୌକିଦାର ଗରିବଙ୍କ ଧନ ଲୁଟ୍ ବନ୍ଦ କରିବାକୁ ସଂକଳ୍ପବଦ୍ଧ।”

ପ୍ରଧାନମନ୍ତ୍ରୀ କହିଥିଲେ ଯେ ପୂର୍ବ ସରକାର ସଂସ୍କୃତି ପ୍ରତି ସଚେତନ ନଥିଲା କି ସମ୍ବେଦନଶୀଳ ନଥିଲା। ଏପରିକି ତାଙ୍କ ଦଳ ଶିବାଜୀ ସ୍ମାରକ ଓ ଷ୍ଟାଚ୍ୟୁ ଅଫ୍ ୟୁନିଟିକୁ ବିରୋଧ କରୁଥିଲା।

modiଦଳୀୟ ସମାବେଶରେ ଯୋଗ ଦେବା ପୂର୍ବରୁ ବଲାଙ୍ଗିର ରେଳ ଷ୍ଟେସନ୍ ନିକଟରେ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ପ୍ରାୟ ୧୫୪୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କରିଥିଲେ। ସେ ଛତିଶଗଡ଼ର ରାୟପୁରରୁ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ସକାଳ ପ୍ରାୟ ୧୦ଟାରେ ଆସି ବଲାଙ୍ଗିରରେ ପହଞ୍ଚିଥିଲେ। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଜାନୁଆରୀ ୫ ତାରିଖରେ ବାରିପଦା ଆସି ୪,୫୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ କରିଥିଲେ ଏବଂ ଦଳୀୟ ସମାବେଶରେ ଯୋଗ ଦେଇଥିଲେ।

ଚଳିତ ମାସରେ ଏହା ପ୍ରଧାନମନ୍ତ୍ରୀ ଦ୍ୱିତୀୟ ଓଡ଼ିଶା ଗସ୍ତ ହୋଇଥିବା ବେଳେ ଗତ ୨୦ ଦିନରେ ଏହା ତାଙ୍କର ତୃତୀୟ ଓଡ଼ିଶା ଗସ୍ତ। ଡିସେମ୍ବର ମାସରେ ସେ ଭୁବନେଶ୍ୱର ଆସି ଉଭୟ ସରକାରୀ ଓ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।



from Odisha Reporter http://bit.ly/2Fr7Rnn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages