ଘରେ ପ୍ରସ୍ତୁତ କରନ୍ତୁ ଖାଣ୍ଟି ଓଡ଼ିଆ ଖାଦ୍ୟ “ଖଟାମିଠା ନଡ଼ିଆ ଗୋଟମା” - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 15, 2019

ଘରେ ପ୍ରସ୍ତୁତ କରନ୍ତୁ ଖାଣ୍ଟି ଓଡ଼ିଆ ଖାଦ୍ୟ “ଖଟାମିଠା ନଡ଼ିଆ ଗୋଟମା”

coconut

ଆବଶ୍ୟକ ସାମଗ୍ରୀ: କୋରା ନଡ଼ିଆ, ଅରୁଆ ଚାଉଳ ବଟା, ଗୁଜୁରାତି ଗୁଣ୍ଡ, ପଞ୍ଚଫୁଟଣ, ତେଜପତ୍ର, ଶୁଖିଲା ଲଙ୍କା, ତେନ୍ତୁଳି ରସ, ଗୁଡ଼, କଞ୍ଚାଲଙ୍କା ଛେଚା, ଅଦା ଛେଚା, କାଜୁ, କିସ୍‌ମିସ୍, ରିଫାଇନ୍ ତେଲ ଓ ଲୁଣ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ନଡ଼ିଆକୁ କୋରିବେ ଆଉ ଅରୁଆ ଚାଉଳକୁ ବାଟି ରଖିବେ। ତାପରେ ନଡ଼ିଆ କୋରାରେ ଅରୁଆ ଚାଉଳ ବଟା, ଗୁଜୁରାତି ଗୁଣ୍ଡ ପକେଇ ଭଲଭାବେ ଗୋଳାଇ ଦେବେ । ଏହା ଭଲଭାବେ ଗୋଳେଇ ହୋଇଯିବା ପରେ ଗୋଲ ଗୋଲ ଛୋଟ ଛୋଟ ଗୁଳା କରି ରଖନ୍ତୁ। ଏହାପରେ ଚୁଲିରେ କଡ଼େଇ ବସେଇ ତେଲ ପକାନ୍ତୁ। ତେଲ ଗରମ ହୋଇଯିବା ପରେ ପଞ୍ଚଫୁଟଣ, ତେଜପତ୍ର, ଶୁଖିଲା ଲଙ୍କା ପକେଇ ଛୁଙ୍କ ପ୍ରସ୍ତୁତ କରନ୍ତୁ। ତାପରେ ସେଥିରେ ତେନ୍ତୁଳି ରସ ଓ ଅଳ୍ପ ପାଣି ଦେଇ ଦୁଇ ମିନିଟ୍ ଫୁଟାନ୍ତୁ।

ତେନ୍ତୁଳି ରସ ଫୁଟିବା ପରେ ଗୁଡ଼ ମିଶେଇ ପାଗ ପ୍ରସ୍ତୁତ କରନ୍ତୁ। ସେଇ ପାଗରେ କଞ୍ଚାଲଙ୍କା ଛେଚା, ଅଦା ଛେଚା ଓ ସ୍ୱାଦ ଅନୁସାରେ ଲୁଣ ପକେଇ ଗୋଳାଇ ଦିଅନ୍ତୁ। ତାପରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଗୋଲ ଗୋଲ ନଡ଼ିଆ କୋରାକୁ ପକେଇ ୨ ମିନିଟ୍ ଫୁଟାନ୍ତୁ। ଶେଷରେ ଭଜା କାଜୁ ଓ ଖିସମିସ୍ ପକେଇ ଚୁଲିରୁ ଓହ୍ଲେଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଖଟାମିଠା ନଡ଼ିଆ ଗୋଟମା।

 



from Odisha Reporter http://bit.ly/2FzIpeQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages