ଅବସର ପରେ ସରକାରୀ ଚାକିରିକୁ ନା କହିଲେ ଜଷ୍ଟିସ୍‌ ସିକ୍ରି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 13, 2019

ଅବସର ପରେ ସରକାରୀ ଚାକିରିକୁ ନା କହିଲେ ଜଷ୍ଟିସ୍‌ ସିକ୍ରି

ନୂଆଦିଲ୍ଲୀ: ଲଣ୍ଡନ୍‌ ଭିତ୍ତିକ କମନ୍‌ୱେଲ୍‌ଥ ସେକ୍ରେଟେରିଏଟ୍‌ ଆର୍ବିଟ୍ରାଲ ଟ୍ରିବ୍ୟୁନାଲ୍‌ (ସିଏସ୍‌ଏଟି)ର ସଦସ୍ୟ/ସଭାପତି ହେବାପାଇଁ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଅଫରକୁ ପ୍ରଥମେ ଅନୁମତି ଦେଇ ପରେ ନା କହିଛନ୍ତି ସୁପ୍ରିମ କୋର୍ଟ ବିଚାରପତି ଜଷ୍ଟିସ୍‌ ଏକେ ସିକ୍ରି। ସୂଚନାଯୋଗ୍ୟ ଯେ ସେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଗଢ଼ାଯାଇଥିବା ଉଚ୍ଚସ୍ତରୀୟ ପ୍ୟାନେଲ୍‌ର ସଦସ୍ୟ ଥିଲେ ଏବଂ ସିବିଆଇ ମୁଖ୍ୟ ଆଲୋକ ବର୍ମାଙ୍କୁ ହଟାଇବାପାଇଁ ହୋଇଥିବା ନିଷ୍ପତ୍ତିକୁ ସମ୍ମତି ଦେଇଥିଲେ।

ବର୍ତ୍ତମାନର ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ପରେ ସବୁଠାରୁ ବରିଷ୍ଠତମ ସଦସ୍ୟ ଜଷ୍ଟିସ୍‌ ସିକ୍ରି ସରକାରଙ୍କୁ ଚିଠି ଲେଖି ଆଜି ସନ୍ଧ୍ୟାରେ ହିଁ ସେ ପୂର୍ବରୁ ଦେଇଥିବା ଅନୁମତି ପ୍ରତ୍ୟାହାର କରିନେଇଛନ୍ତି।

ବିଶେଷ ସୂତ୍ରରୁ ଜଣାଯାଇଛି ଯେ, ସରକାର ଏହି ଉଚ୍ଚ ଅନ୍ତର୍ଜାତୀୟ ପଦବୀ ପାଇଁ ଗତ ମାସରେ ତାଙ୍କୁ ଅଫର ଦେଇଥିଲେ। ସେ ଅନୁମତି ମଧ୍ୟ ଦେଇଥିଲେ। ଏହା ହୋଇଥିଲେ ସେ ସିଏସଏଟିରେ ବର୍ଷକୁ ୨ରୁ ୩ଟି ଶୁଣାଣିରେ ଉପସ୍ଥିତ ହୋଇଥାନ୍ତେ। ଜଷ୍ଟିସ ସିକ୍ରି ଆସନ୍ତା ମାର୍ଚ୍ଚ ମାସରେ ଅବସର ଗ୍ରହଣ କରିବେ। ସେ ଏହି ସିଏସ୍‌ଏଟି ସଦସ୍ୟ ପଦ ଗ୍ରହଣ କରିଥିଲେ ଆସନ୍ତା ଚାରି ବର୍ଷ ପର୍ଯ୍ୟନ୍ତ ସେହି ପଦରେ ରହିଥାନ୍ତେ।

ସେ ପ୍ରଧାନ ବିଚାରପତିଙ୍କ ପ୍ରତିନିଧି ଭାବରେ ସିବିଆଇ ମୁଖ୍ୟଙ୍କ ସମ୍ପର୍କରେ ବିଚାର ପାଇଁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଗଢ଼ାଯାଇଥିବା ଉଚ୍ଚସ୍ତରୀୟ ପ୍ୟାନେଲ୍‌ର ସଦସ୍ୟ ଥିଲେ ଏବଂ ତାଙ୍କର ଭୋଟ୍‌ ହିଁ ଆଲୋକଙ୍କ ଭବିଷ୍ୟତର ନିଷ୍ପତ୍ତି ନେଇଥିଲା। ଏହି କମିଟିରେ ଥିବା ତୃତୀୟ ସଦସ୍ୟ ଲୋକସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାଡ଼ଗେ ନିଷ୍ପତ୍ତି ବିରୋଧରେ ଭୋଟ୍‌ ଦେଇଥିଲେ।



from Odisha Reporter http://bit.ly/2M7ss0F

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages