ମୋଦିଙ୍କ ବିପକ୍ଷରେ ଲଢ଼ିବେନି କେଜ୍ରିୱାଲ୍‌! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 13, 2019

ମୋଦିଙ୍କ ବିପକ୍ଷରେ ଲଢ଼ିବେନି କେଜ୍ରିୱାଲ୍‌!

ଲକ୍ଷ୍ନୌ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦମୀ ପାର୍ଟି ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ୍‌ ପୂର୍ବଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ବାରାଣସୀରୁ ଲଢ଼ିଥିଲେ। କିନ୍ତୁ ଦଳ ପକ୍ଷରୁ କୁହାଯାଇଛି ଏଥର ସେ ନିଜେ ମୋଦିଙ୍କ ବିପକ୍ଷରେ ନ ଲଢ଼ି ଏହି ଆସନରେ ଜଣେ ବରିଷ୍ଠ ନେତାଙ୍କୁ ହିଁ ପ୍ରାର୍ଥୀ କରିବ।

ଦଳର ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂହଙ୍କ କହିବା ଅନୁଯାୟୀ, “କେଜ୍ରିୱାଲ ଦିଲ୍ଲୀ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବାକୁ ଚାହୁଁଥିବାରୁ ଲୋକସଭା ନିର୍ବାଚନ ଲଢ଼ିବେନି। ଆପ୍‌ ଦିଲ୍ଲୀ, ପଞ୍ଜାବ, ହରିଆଣା ଏବଂ ଗୋଆରେ ଲୋକସଭା ପ୍ରାର୍ଥୀ ଦେବ। ଉତ୍ତରପ୍ରଦେଶର କିଛି ଆସନରୁ ମଧ୍ୟ ଲଢ଼ିବାର ସମ୍ଭାବନା ରହିଛି ଏବଂ ଚୂଡ଼ାନ୍ତ ନିଷ୍ପତ୍ତି ଫେବୃଆରୀ ମାସରେ ନିଆଯିବ। ବାରାଣସୀ ବ୍ୟତୀତ ପୂର୍ବ ଓ ପଶ୍ଚିମ ଉତ୍ତରପ୍ରଦେଶରେ ମଧ୍ୟ ପ୍ରାର୍ଥୀ ଦିଆଯିବ।”

ଜାତୀୟ ନିର୍ବାଚନ ପାଇଁ ଦଳର ପ୍ରତିଶ୍ରୁତି ବାବଦରେ ସେ କହିଥିଲେ, “ଦିଲ୍ଲୀରେ ଆମେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷକ, ଶକ୍ତି ଏବଂ ପାନୀୟ ଜଳ ଯୋଗାଣକୁ ଗୁରୁତ୍ୱ ଦେଉଛୁ। ଆମେ ଜାତୀୟ ରାଜନୀତିକୁ ଆସିଲେ ଆମର ପ୍ରମୁଖ ପ୍ରସଙ୍ଗ ହେବ ସମସ୍ତଙ୍କୁ ଶିକ୍ଷା, ସମାଜର ଆର୍ଥିକ ଦୁର୍ବଳ ଶ୍ରେଣୀଙ୍କୁ ମାଗଣାରେ ଶିକ୍ଷା, ବେକାରୀ ଦମନ ଏବଂ ସ୍ୱାମୀନାଥନ୍‌ କମିଶନ୍‌ର ସୁପାରିସ ଲାଗୁ ଆଦି ପଦକ୍ଷେପ ରହିବ।”



from Odisha Reporter http://bit.ly/2CmWWHE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages