
ପାରାଦୀପ(ଓଡ଼ିଶା ରିପୋର୍ଟର): ପାରାଦୀପରେ ‘ଓଟିଭି’ ପ୍ରତିନିଧିଙ୍କୁ ଖବର ସଂଗ୍ରହ ବେଳେ ଆକ୍ରମଣ ଘଟଣାରେ ଜଣେ ଅଭିଯୁକ୍ତକୁ ପୁଲିସ୍ ଗିରଫ କରିଛି। ଲକ୍ ଥାନା ପୁଲିସ୍ ତାଙ୍କୁ ଗିରଫ କରିଛି।
ସାମ୍ବାଦିକ ଜଣକୁ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ସମର୍ଥକ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା।
ପାରାଦୀପ ଗଡ଼ ଶ୍ରୀମା ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ବିଭିନ୍ନ ଦାବିରେ ୩ ଦିନ ହେଲା ଧାରଣା ଦେଇଥିଲେ। ଗତକାଲି ଖବର ସଂଗ୍ରହ ପାଇଁ ଓଟିଭି ପ୍ରତିନିଧି ସେଠାକୁ ଯାଇଥିବାବେଳେ, କିଛି ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ସମର୍ଥକ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଏମିତିକି ସେମାନେ ତାଙ୍କ କ୍ୟାମେରା ମଧ୍ୟ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଥିଲା।
ସୂଚନାଯୋଗ୍ୟ, କିଛି ଦିନ ତଳେ ଭୁବନେଶ୍ୱରରେ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ମଧ୍ୟ ଆକ୍ରମଣ ହୋଇଥିଲା। ଫିଲ୍ମ ହଲରେ କିଛି ପିଲାଙ୍କ ଆଚରଣକୁ ବିରୋଧ କରିବାରୁ ସେ ଆକ୍ରୋଶର ଶିକାର ହୋଇଥିଲେ। ଅଭିଯୁକ୍ତମାନେ ତାଙ୍କୁ ପିଟି ରକ୍ତାକ୍ତ କରି ଦେଇଥିଲେ। ଏହି ଘଟଣାରେ ପୁଲିସ୍ ତିନି ଜଣଙ୍କୁ ଗିରଫ କରିଛି।
from Odisha Reporter http://bit.ly/2DJkMPn
No comments:
Post a Comment