
ହାମିଲ୍ଟନ୍: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଆଜି ହାମିଲ୍ଟନ୍ରେ ଚତୁର୍ଥ ଦିନିକିଆ ମ୍ୟାଚ୍ ଖେଳାଯାଉଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତୀୟ ଦଳକୁ ଲାଗିଛି ପ୍ରାରମ୍ଭିକ ଝଟକା। ୧୧ ଓଭର ଭିତରେ ଭାରତ ହରାଇଛି ଚାରିଟି ୱିକେଟ୍। ଅଧିନାୟକ ରୋହିତ ଶର୍ମା, ଶିଖର ଧୱନ, ଅମ୍ବାତି ରାୟୁଡୁ ଓ ୱିକେଟ୍ କିପର ଦୀନେଶ କାର୍ତ୍ତିକ ଆଉଟ୍ ହୋଇଯାଇଛନ୍ତି।
ରୋହିତ ମାତ୍ର ୭ ରନ୍ କରି ଆଉଟ୍ ହୋଇଥିବା ବେଳେ ଧୱନ ୧୩ ରନ୍ କରି ଆଉଟ୍ ହୋଇଥିଲେ। ରାୟୁଡୁ ଓ କାର୍ତ୍ତିକ ଖାତା ଖୋଲି ପାରି ନଥିଲେ।
୫.୫ ଓଭରରେ ଟ୍ରେଣ୍ଟ୍ ବୋଲ୍ଟଙ୍କ ଦ୍ୱାରା ଏଲ୍ବିଡବ୍ଲ୍ୟ ହୋଇଥିଲେ ଧାୱନ। ଏହା ପରେ ୭.୬ ଓଭରରେ ରୋହିତ ଆଉଟ୍ ହୋଇଥିଲେ। ତାଙ୍କୁ ବି ବୋଲ୍ଟ ଆଉଟ୍ କରିଥିଲେ। ସେ ବୋଲ୍ଟଙ୍କ ଦ୍ୱାରା କଟ୍ ଆଣ୍ଡ୍ ବୋଲ୍ଡ ହୋଇଥିଲେ। ଏହା ପରେ ରାୟୁଡୁ ଓ କାର୍ତ୍ତିକଙ୍କୁ ଶିକାର କରିଥିଲେ କଲିନ୍ ଡି ଗ୍ରାଣ୍ଡହୋମ। ତାଙ୍କ ବଲ୍ରେ ଏ ଦୁଇ ଖେଳାଳି କ୍ୟାଚ୍ ଆଉଟ୍ ହୋଇଥିଲେ।
ଶେଷ ଖବର ଲେଖାଯିବା ସୁଦ୍ଧା ଭାରତ ୧୧ ଓଭରରେ ୪ ୱିକେଟ୍ ହରାଇ ୩୩ ରନ୍ କରିଛି। ଶୁଭମନ୍ ଗିଲ୍ ଓ କେଦାର ଯାଦବ କ୍ରିଜ୍ରେ ଅଛନ୍ତି।
ସୂଚନାଯୋଗ୍ୟ, ୫ଟି ମ୍ୟାଚ୍ ବିଶିଷ୍ଟ୍ ଏହି ସିରିଜ୍କୁ ଭାରତ ୩-୦ରେ ଜିତି ସାରିଛି। ଅଧିନାୟକ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଥିବା ଯୋଗୁ ତାଙ୍କ ଦାୟିତ୍ୱ ରୋହିତ ଶର୍ମାଙ୍କୁ ଦିଆଯାଇଛି। ରୋହିତ ଶର୍ମାଙ୍କ ନେତୃତ୍ୱରେ ଆଜି ଟିମ୍ ପଡ଼ିଆକୁ ଓହ୍ଲାଇଛି। ଟିମ୍ ଇଣ୍ଡିଆରେ ଆଜି ଜଣେ ନୂଆ ଖେଳାଳି ଖେଳୁଛନ୍ତି। ସେ ହେଉଛନ୍ତି ଶୁଭମନ ଗିଲ୍। ତାଙ୍କର ଏହା ଡେବ୍ୟୁ ମ୍ୟାଚ୍। ସେହିପରି ମହମ୍ମଦ ଶାମିଙ୍କ ସ୍ଥାନରେ ଖଲିଲ ଅହମଦଙ୍କୁ ଟିମ୍ରେ ସାମିଲ କରାଯାଇଛି।
from Odisha Reporter http://bit.ly/2Rv0BbM
No comments:
Post a Comment