
ସୋଲାପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅଗୁସ୍ତା ୱେଷ୍ଟଲ୍ୟାଣ୍ଡ ଦୁର୍ନୀତିର ମଧ୍ୟସ୍ଥି ଖ୍ରୀଷ୍ଟିଆନ୍ ମିଶେଲ କେମିତି ରାଫେଲ ଯୁଦ୍ଧ ବିମାନ ପାଇଁ ଲବି କରିବାକୁ ଚାହୁଁଥିଲେ, ତା’ର ଉଦାହରଣ ଦେଇ ରାହୁଲ ଗାନ୍ଧି ଏବଂ ଗାନ୍ଧି ପରିବାରକୁ ଟାର୍ଗେଟ କରିଛନ୍ତି। ଯୁଦ୍ଧ ବିମାନ ପାଇଁ ରାଫେଲର ପ୍ରତିଦ୍ୱନ୍ଦ୍ୱୀ ୟୁରୋ ଫାଇଟର ସହ ମିଶେଲ ଲବି କରିଥିଲେ ବୋଲି ଖବର ପ୍ରକାଶ ପାଇବା ପରେ ମୋଦି ରାହୁଲ ଗାନ୍ଧିଙ୍କୁ ଏଭଳି ଟାର୍ଗେଟ କରିଛନ୍ତି।
ମହାରାଷ୍ଟ୍ରର ଶୋଲାପୁରରେ ଏକ ସାଧାରଣ ସଭାକୁ ଉଦ୍ବୋଧନ ଦେଇ ମୋଦି କହିଛନ୍ତି, “ ଯୁଦ୍ଧ ବିମାନ ପାଇଁ ମିଶେଲ ମାମା ଅନ୍ୟ କମ୍ପାନୀଙ୍କ ପାଇଁ ଲବି କରୁଥିଲେ। ରାଫେଲ ଡିଲ୍କୁ ନେଇ ଯେଉଁ କଂଗ୍ରେସ ନେତାମାନେ ଚିତ୍କାର କରୁଛନ୍ତି, ସେମାନେ ଏହାର ଜବାବ ଦିଅନ୍ତୁ। ମିଶେଲ ମାମାଙ୍କ ସହ ତାଙ୍କର ସମ୍ପର୍କ କ’ଣ? କ’ଣ ସେମାନେ ଉତ୍ତର ଦେବା ଠିକ୍ ହେବନି କି? କ’ଣ ଦେଶର ଚୌକିଦାର ସେମାନଙ୍କୁ ଏ ପ୍ରଶ୍ନ ପଚାରି ପାରିବ ନାହିଁ? କମିସନ ନେଉଥିବା ବନ୍ଧୁମାନେ ଚୌକିଦାରଙ୍କୁ ଡରାଇବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ସେମାନେ ଏଥିରେ କେବେ ସଫଳ ହୋଇପାରିବେ ନାହିଁ। କାରଣ ଚୌକିଦାର କେବେ ଶୁଏନାହିଁ କିମ୍ବା ଡରେ ନାହିଁ। ଯେଉଁମାନେ ମୋ ଉପରେ ମିଛର ବର୍ଷା କରୁଛନ୍ତି, ସେମାନେ କେବେ ହେଲେ ସଫଳ ହୋଇପାରିବେ ନାହିଁ। ସ୍ୱଚ୍ଛତା ପୁଣିଥରେ ସମସ୍ତଙ୍କୁ ପଛରେ ପକାଇ ଦେବ।”
ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେରେ ପ୍ରକାଶିତ ଖବର ଅନୁଯାୟୀ, ଅଗୁସ୍ତା ୱେଷ୍ଟଲ୍ୟାଣ୍ଡ ଦୁର୍ନୀତିର ଅନ୍ୟତମ ମଧ୍ୟସ୍ଥି ଗୁଇଡୋ ହାସକେଙ୍କ ଠିକଣାରେ ଚଢ଼ଉ ବେଳେ କିଛି ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ମିଳିଥିଲା। ସେମାନେ ରାଫେଲର ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ୟୁରୋ ଫାଇଟର ସହ ଯୁଦ୍ଧ ବିମାନ ଡିଲ୍ ପାଇଁ ଲବି କରିଥିଲେ। ତେବେ କୌଣସି କାରଣରୁ ଏହି ଡିଲ୍ ସମ୍ଭବପର ହୋଇପାରି ନଥିଲା। ୨୦୦୭ରେ ଏହି ଡିଲ୍ ପାଇଁ ଲବି କରାଯାଇଥିଲା
from Odisha Reporter http://bit.ly/2M3Xpmw
No comments:
Post a Comment