ମୋଦି ସରକାରର ବିଫଳତା ପ୍ରତିବାଦରେ ୨ଦିନିଆ ଧର୍ମଘଟ : ସିପିଆଇଏମ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 7, 2019

ମୋଦି ସରକାରର ବିଫଳତା ପ୍ରତିବାଦରେ ୨ଦିନିଆ ଧର୍ମଘଟ : ସିପିଆଇଏମ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରର ୫୬ ମାସର ଚରମ ବିଫଳତା ପ୍ରତିବାଦରେ ୮ ଓ ୯ ତାରିଖ ଦୁଇଦିନ ଧରି ଦେଶବ୍ୟାପୀ ଧର୍ମଘଟ ପାଳନ କରାଯିବ ବୋଲି ସିପିଆଇଏମ୍ କହିଛି।

ଦଳର ବରିଷ୍ଠ ନେତା ଜନାର୍ଦ୍ଦନ ପତି ଏକ ପ୍ରେସ୍ ରିଲିଜରେ କହିଛନ୍ତି ଯେ, ଭାରତର ବଜାରରେ ପୁଞ୍ଜି ନିବେଶ ଚିତ୍ର ଆହୁରି ଦୟନୀୟ। ୨୦୧୮ରେ ଘରୋଇ ବଜାରରୁ ୮୩ ହଜାର କୋଟି ଟଙ୍କା ପୁଞ୍ଜି ପ୍ରତ୍ୟାହାର ହୋଇଛି। ଏହାର ବ୍ୟାପକ ପ୍ରଭାବ ନିଯୁକ୍ତି କ୍ଷେତ୍ରରେ ପଡ଼ିବ। ମୋଦି ସରକାରଙ୍କ ଶାସନ କାଳରେ ସର୍ବାଧିକ ପରିମାଣର ସରକାରୀ ସମ୍ପତ୍ତି ବିକ୍ରୟ ହୋଇଛି। ୧୯୯୧ରୁ ୨୦୧୪ ମଧ୍ୟରେ ୨୩ ବର୍ଷରେ ପ୍ରାୟ ୧ ଲକ୍ଷ ୫୩ ହଜାର କୋଟି ଟଙ୍କାର ଜାତୀୟ ସମ୍ପତ୍ତି ବିକ୍ରି ହୋଇଥିବା ବେଳେ କେବଳ ନରେନ୍ଦ୍ର ମୋଦିଙ୍କ ଶାସନର ୪ ବର୍ଷ ମଧ୍ୟରେ ପ୍ରାୟ ଦୁଇଲକ୍ଷ ଦଶ ହଜାର କୋଟି ଟଙ୍କାର ସରକାରୀ ସମ୍ପତ୍ତିକୁ ବିକ୍ରି କରାଯାଇ ବଡ଼ ବଡ଼ ପୁଞ୍ଜିପତିକୁ ହସ୍ତାନ୍ତର କରାଯାଇଛି। ଚଳିତ ଆର୍ଥିକ ବର୍ଷର ମାତ୍ର ୯ ମାସ ସମୟ ମଧ୍ୟରେ ଦେଶର ୭୭ ହଜାର କୋଟି ଟଙ୍କାର ସମ୍ପତ୍ତି ବିକ୍ରି କରାଯାଇଛି।

ସେହିପରି ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନମି ସଂସ୍ଥାର ରିପୋର୍ଟରୁ ଅନୁସାରେ ୨୦୧୮ରେ ଦେଶରେ ୧ କୋଟି ୯ ଲକ୍ଷ ଲୋକ କାମ ହରାଇଛନ୍ତି। ଡିସେମ୍ବର ୨୦୧୭ ମସିହା ପର୍ଯ୍ୟନ୍ତ ଦେଶରେ ୪୦ କୋଟି ୭୯ ଲକ୍ଷ ଲୋକ କାମ କରୁଥିଲେ। ମାତ୍ର ୨୦୧୮ ଡିସେମ୍ବରରେ ଏହି ସଂଖ୍ୟା କମି ୩୯ କୋଟି ୭୦ ଲକ୍ଷରେ ପହଞ୍ଚଛି। ଅର୍ଥାତ୍ ୧ କୋଟି ୯ ଲକ୍ଷ ଲୋକ କାମ ହରାଇଛନ୍ତି। ଏହି କର୍ମଚ୍ୟୁତ ଲୋକମାନଙ୍କ ମଧ୍ୟରେ ମହିଳାମାନଙ୍କ ସଂଖ୍ୟା ବହୁତ ବେଶୀ। ୧ କୋଟି ୯ ଲକ୍ଷ କର୍ମଚ୍ୟୁତଙ୍କ ମଧ୍ୟରେ ମହିଳାମାନଙ୍କ ସଂଖ୍ୟା ୮୮ ଲକ୍ଷ। ମହିଳାମାନଙ୍କ ସଶକ୍ତିକରଣ କରିବା ଓ ଆତ୍ମ ନିର୍ଭରଶୀଳ କରିବାର ସ୍ଲୋଗାନ ପାଣି ଫୋଟକା ପରି ମିଳାଇ ଯାଇଛି।

ଏନ୍.ଡି.ଏ. ସରକାରର ଏହି ବିଫଳତା ବିରୋଧରେ ଦେଶର ଶ୍ରମିକ ଓ କୃଷକମାନେ ପ୍ରତିବାଦ କରିବା ଆଦୌ ଅସ୍ୱାଭାବିକ ନୁହେଁ। ସମଗ୍ର ଦେଶରେ ଏଥିପାଇଁ ମଧ୍ୟ ଆସନ୍ତାକାଲି ଓ ପହରଦିନ ୮ ଓ ୯ ତାରିଖ ଦୁଇଦିନ ଦେଶବ୍ୟାପୀ ଧର୍ମଘଟ ଓ ହରତାଳ ପାଳନ କରାଯାଉଛି ବୋଲି ସେ କହିଛନ୍ତି।



from Odisha Reporter http://bit.ly/2RfPVTa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages