ଯୁବ ଚାଷୀଙ୍କ କମାଲ: ଚାଷ କାମ ପାଇଁ ତିଆରି କଲେ ଡ୍ରୋନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 7, 2019

ଯୁବ ଚାଷୀଙ୍କ କମାଲ: ଚାଷ କାମ ପାଇଁ ତିଆରି କଲେ ଡ୍ରୋନ୍‌

drone1

ଗୁଣପୁର (ଇନ୍ଦ୍ରଜିତ୍‌ ପଣ୍ଡା): ରାୟଗଡ଼ା ଜିଲ୍ଲା ଗୁଡାରୀ ବ୍ଳକ୍‌ ସନ୍ୟାସୀଗୁଡ଼ର ଯୁବ ଚାଷୀ ପି. ବାବୁ ରାଓ ଏମିତି ଏକ ଡ୍ରୋନ୍‌ ତିଆରି କରିଛନ୍ତି ଯାହା ଆଗାମୀ ଦିନରେ ଚାଷ କାର୍ଯ୍ୟର ଏକ ଅବିଚ୍ଛେଦ୍ୟ  ଅଙ୍ଗ ହେବାକୁ ଯାଉଛି। ଏହି ଡ୍ରୋନ୍‌ ଦ୍ୱାରା ଔଷଧ ଛିଞ୍ଚନଠାରୁ ଆରମ୍ଭ କରି ଧାନ ବୁଣା, ସାର ବୁଣା ସବୁକିଛି କରିହେବ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏମିତି ଏକ ନୂତନ ଡ୍ରୋନ ତିଆରି କରିବାକୁ ସକ୍ଷମ ହୋଇଛନ୍ତି ବାବୁ ରାଓ।

ପ୍ରାୟ ୩ ଲକ୍ଷ ୫୦ ହଜାର ଟଙ୍କା ବିନିମୟରେ ବାବୁ ରାଓ ଏହି ଅତ୍ୟାଧୁନିକ ଡ୍ରୋନ୍‌ ସ୍ପ୍ରେ ମେସିନ୍ ତିଆରି କରିଛନ୍ତି। ଦିନକୁ ଦିନ ଚାଷ କ୍ଷେତ୍ରରେ ମୂଲିଆଙ୍କ ଅଭାବ ଲାଗି ରହିଥିବାରୁ ଏହି ମେସିନ ଚାଷ କାର୍ଯ୍ୟରେ ବେଶ୍‌ ସହାୟକ ହେବ ବୋଲି  ବାବୁ ରାଓ ଆଶା ରଖିଛନ୍ତି ।

ପିଲାବେଳୁ ପାଠ ପଢ଼ା ସହ ତାଙ୍କର ଚାଷ ପ୍ରତି ଆଗ୍ରହ ରହିଥିଲା। ଗ୍ରାଜୁଏସନ୍ ଓ ପରେ ଆନ୍ଧ୍ରରୁ ବିଏଡ୍ ପାସ୍ ପରେ ଚାକିରି ନମିଳିବାରୁ ଚାଷ କରିବାକୁ ସେ ମନ ସ୍ଥିର କରିନେଇଥିଲେ। ବିଦେଶରେ ଡ୍ରୋନ୍‌ ସାହାଯ୍ୟରେ ଔଷଧ ଛିଞ୍ଚନ କରାଯାଉଥିବା ସେ ୟୁଟ୍ୟୁବରେ ଦେଖିଥିଲେ।

droneଏହି ଭିଡିଓ ଦେଖିବା ପରେ କିଛି ନୂଆ କରିବାକୁ ତାଙ୍କର ଇଚ୍ଛା ହୋଇଥିଲା। ଏହାପରେ ସେ ଏପରି ଏକ ଅତ୍ୟାଧୁନିକ ଡ୍ରୋନ୍‌ ମେସିନ୍ ତିଆରି କରିଥିଲେ। ଏଥିପାଇଁ ତାଙ୍କୁ ପ୍ରାୟ ୨୦ ମାସ ସମୟ ଲାଗିଥିଲା। ଏହି ମେସିନ୍ ଦ୍ୱାରା ସ୍ଥାନୀୟ ଅଞ୍ଚଳର ଚାଷୀ ମଧ୍ୟ ଉପକୃତ ହୋଇପାରିବେ ବୋଲି ସେ କହିଛନ୍ତି।

ବାବୁ ରାଓ କହିଛନ୍ତି, “ଭବିଷ୍ୟତରେ ଏହି ଡ୍ରୋନ୍‌ ଏକ ଭଲ କୃଷି ଯନ୍ତ୍ରପାତି ହୋଇପାରିବ। ମେସିନ୍‌ର ମୂଳ ଲକ୍ଷ୍ୟ ହେଉଛି କମ୍‌ ସମୟରେ ଅଧିକ ଜମିରେ ଔଷଧ ଛିଞ୍ଚନ କରିପାରିବ। ଚକଡ଼ା ପୋକ ଓ କପାରେ ଧଳା ମାଛି ଏଡ଼ାଇବାକୁ ଏହି ମେସିନ୍‌ ଭଲ କାମ କରିବ। ଏହି ଡ୍ରୋନ୍‌କୁ ମୁଁ ‘ମୁଖ୍ୟମନ୍ତ୍ରୀ ଅଭିନବ କୃଷି ସମ୍ମାନ’ ଯୋଜନାରେ ଅଂଶଗ୍ରହଣ କରାଇଛି। ଯଦି ସରକାର ପଦକ୍ଷେପ ନିଅନ୍ତି, ଚାଷୀ ଉପକୃତ ହୋଇପାରିବେ।”

ସେ ଆହୁରି କହିଛନ୍ତି, “ଯେ କୌଣସି ଚାଷୀ ଏହାକୁ ପରିଚାଳିତ କରିପାରିବେ। ଏକର ପ୍ରତି ଚାଷ ଜମିରେ ସ୍ପ୍ରେ କରିବାକୁ ୩ ଶହ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏହା ଡ୍ରୋନ୍‌ ସାହାଯ୍ୟରେ ୨୦୦ ଟଙ୍କା ଖର୍ଚ୍ଚ ହେବ। ବର୍ତ୍ତମାନ ବିନା ବୈଜ୍ଞାନିକ ଜ୍ଞାନ କୌଶଳରେ ଚାଷରେ ଲାଭ ମିଳିପାରିବ ନାହିଁ। ଏହି ମେସିନ୍‌ ବ୍ୟତୀତ ମୁଁ ଆଉ କିଛି ନୂଆ ତିଆରି କରିବାକୁ ଚାହୁଁଛି। ଯଦି ସରକାରଙ୍କ ପକ୍ଷରୁ କିଛି ପ୍ରୋତ୍ସାହନ ମିଳିଲେ ଆଗକୁ ଆହୁରି ଅନେକ କିଛି ତିଆରି କରିପାରିବି।”



from Odisha Reporter http://bit.ly/2CSKUXQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages