ଘରେ କେହି ନଥିବା ବେଳେ ଗ୍ରୀଲ୍‌ ଭାଙ୍ଗି ଲୁଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 20, 2019

ଘରେ କେହି ନଥିବା ବେଳେ ଗ୍ରୀଲ୍‌ ଭାଙ୍ଗି ଲୁଟ୍‌

ଉଦଳା (ମାନସ ପାଣି): ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ। ଏପରି ଘଟଣା ମୟୂରଭଞ୍ଜ ଜିଲ୍ଲାରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଉଦଳା ଏନ୍‌ଏସି ୧୨ ନମ୍ୱର ୱାର୍ଡ଼ର ନାଗପାଳ ସାହିରେ ବାସ କରନ୍ତି ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ଜଗତାନନ୍ଦ ଶତପଥୀ। ପିଲାମାନେ ବାହାରେ ଚାକିରି କରୁଥିବାରୁ ଶ୍ରୀ ଶତପଥୀ ଓ ତାଙ୍କ ପତ୍ନୀ ଅନେକ ସମୟରେ ଘରେ ରହନ୍ତି ନାହିଁ। ଦୁଇ ଦିନ ତଳେ କୌଣସି କାମରେ ସେ ବାହାରକୁ ଯାଇଥିଲେ। ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଗତକାଲି ବିଳମ୍ୱିତ ରାତିରେ ଗ୍ରୀଲ୍‌ ଭାଙ୍ଗି ଭାଙ୍ଗି ଘର ଭିତରେ ପଶି ଆଲ୍‌ମିରାରେ ଥିବା ନଗଦ ୨ ଲକ୍ଷ ୨୦ ହଜାର ଟଙ୍କା ଓ ୨୫୦ ଗ୍ରାମ ସୁନା ଅଳଙ୍କାର ଲୁଟି ନେଇଛନ୍ତି।

ଏନେଇ ସେ ଆଜି ଅଭିଯୋଗ କରିବା ପରେ ପୁଲିସ୍‌ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ହେଲେ ପୁଲିସ ଅଭିଯୁକ୍ତଙ୍କ ପତ୍ତା ପାଇନାହିଁ।

ସୂଚନାରୁ ପ୍ରକାଶ, ୩ ମାସ ତଳେ ଏନ୍‌ଏସିର ୧୨ ୱାର୍ଡ଼ରେ ଦିନ ଦି’ପହରରେ ସିରିଜ୍‌ ଚୋରି ହୋଇଥିଲା। ଦୁର୍ବୃତ୍ତମାନେ ୩ ଟି ଘରୁ ଲୁଟି ନେଇଥିଲେ। ଏହି ଘଟଣାରେ ଆଜି ପର୍ଯ୍ୟନ୍ତ ଲୁଟେରାଙ୍କ ପତ୍ତା ପାଇନି ପୁଲିସ। ପୁଣି ଗତକାଲି ହୋଇଥିବା ଚୋରି ପୁଲିସର ମୁଣ୍ଡବ୍ୟଥାର କାରଣ ସାଜିଛି।

ଢ଼ିଲା ପାଟ୍ରୋଲିଂ ଯୋଗୁ ଏମିତି ବାରମ୍ୱାର ଚୋରି ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଯାହାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।



from Odisha Reporter http://bit.ly/2AV2KrX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages