ବିଜେଡି ବିଧାୟକ ଓ ମନ୍ତ୍ରୀଙ୍କ ଘରେ ଚୁଡ଼ି ବାନ୍ଧିଲା ମହିଳା ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 18, 2019

ବିଜେଡି ବିଧାୟକ ଓ ମନ୍ତ୍ରୀଙ୍କ ଘରେ ଚୁଡ଼ି ବାନ୍ଧିଲା ମହିଳା ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହିଳାଙ୍କୁ ସୁରକ୍ଷା ଦେବାରେ ରାଜ୍ୟର ନବୀନ ପଟ୍ଟନାୟକ ସରକାର ବିଫଳ ହୋଇଥିବାର ଅଭିଯୋଗ ଆଣି ବିଜେପି ମହିଳା ମୋର୍ଚ୍ଚା ଆଜି ବିଜେଡି ବିଧାୟକ ଓ ମନ୍ତ୍ରୀମାନଙ୍କ ବାସଭବନରେ ଚୁଡ଼ି ବାନ୍ଧି ଅଭିନବ ଉପାୟରେ ପ୍ରତିବାଦ ଜଣାଇଛି।

ମହିଳା ବିଜେପିର ୫୦ରୁ ଅଧିକ କର୍ମୀ ଓ ନେତ୍ରୀ ଭାଗ ଭାଗ ହୋଇ ରାଜଧାନୀ ଭୁବନେଶ୍ୱରରେ ଥିବା ବିଧାୟକ ଓ ମନ୍ତ୍ରୀମାନଙ୍କ ସରକାରୀ କ୍ୱାର୍ଟର୍ସ ଗେଟରେ ନାଲି ଚୁଡ଼ି ବାନ୍ଧି ନିଜର ପ୍ରତିବାଦ ଜଣାଇଛନ୍ତି। ପିପିଲି ଗଣଦୁଷ୍କର୍ମ ପୀଡ଼ିତା ମାମଲାର ତଦନ୍ତ ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର କରିବା ଦାବିରେ ମହିଳା ବିଜେପି ମୋର୍ଚ୍ଚାର ଭୁବନେଶ୍ୱର ଶାଖା ନେତୃତ୍ୱରେ ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କ ସମେତ ଏମଏଲଏ କଲୋନୀର ବହୁ ବିଧାୟକଙ୍କ ଘରେ ନାଲିଚୁଡ଼ି ବନ୍ଧାଯାଇଛି। ତେବେ ପୁଲିସ ସେମାନଙ୍କୁ ଅଟକାଇବା ଯୋଗୁ ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା ଓ ପରେ ସେମାନଙ୍କୁ ପୁଲିସ ଗିରଫ କରି ଛାଡ଼ି ଦେଇଥିଲା।

ସୂଚନା ଅନୁସାରେ, ରାଜ୍ୟରେ ମହିଳା ବିରୋଧୀ ହିଂସା ଓ ନିର୍ଯାତନା ବଢ଼ି ଚାଲିଥିବାବେଳେ ରାଜ୍ୟ ସରକାର ମହିଳାଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛନ୍ତି। ଏହାର ପ୍ରତିବାଦରେ ରାଜ୍ୟର ବିଭିନ୍ନ ଭାଗରୁ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ନାଲିଚୁଡ଼ି ସଂଗ୍ରହ କରାଯାଇଥିଲା। ବିଜେପି ମହିଳା ମୋର୍ଚ୍ଚାର ସଦସ୍ୟମାନେ ଏହି ନାଲିଚୁଡ଼ିକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଉପହାର ଦେବା ପାଇଁ ନବୀନ ନିବାସକୁ ଯାଇଥିଲେ ମଧ୍ୟ ପୁଲିସ ସେମାନଙ୍କୁ ଅଟକାଇଥିଲା। ଏହାପରେ ମହିଳା ବିଜେପି ସଦସ୍ୟମାନେ ମନ୍ତ୍ରୀ ଓ ବିଜେଡି ବିଧାୟକଙ୍କ ବାସଭବନର ଗେଟରେ ନାଲିଚୁଡ଼ି ଟାଙ୍ଗି ପ୍ରତିବାଦ ଜଣାଇଥିଲେ।

ବିଜେପିର ନେତ୍ରୀମାନେ ଅଭିଯୋଗ କରିଛନ୍ତି ଯେ, ମହିଳାମାନଙ୍କୁ ସୁରକ୍ଷା ଦେବାରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାର ବିଫଳ ହୋଇଥିବାରୁ ରାଜ୍ୟବ୍ୟାପୀ ସଂଗୃହୀତ ହୋଇଥିବା ନାଲିଚୁଡ଼ି ସେମାନଙ୍କୁ ପ୍ରଦାନ କରି ସେମାନଙ୍କ ମଧ୍ୟରେ ନାରୀ ଜାତି ସମ୍ମାନ ବଢ଼ାଇବାକୁ ମହିଳା ବିଜେପି ଉଦ୍ୟମ କରିଛି। ଏହା ସତ୍ତ୍ୱେ ଯଦି ନବୀନ ପଟ୍ଟନାୟକ ସରକାର ନଚେତିବେ ତା’ହେଲେ ରାଜ୍ୟରେ ବ୍ୟାପକ ଜନସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯିବ। ସେମାନେ ପିପିଲି ଗଣଦୁଷ୍କର୍ମ ମାମଲାର ତଦନ୍ତ ଦାୟିତ୍ୱ ତୁରନ୍ତ ସିବିଆଇକୁ ହସ୍ତାନ୍ତର କରିବାକୁ ମଧ୍ୟ ଦାବି କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଜେପି ପକ୍ଷରୁ ନାଲିଚୁଡ଼ି ପ୍ରଦାନ ପାଇଁ ପ୍ରୟାସ ଜାରି ରହିବ ବୋଲି ଭୁବନେଶ୍ୱର ବିଜେପି ମହିଳା ମୋର୍ଚ୍ଚାର ସଦସ୍ୟମାନେ ଚେତାବନୀ ଦେଇଛନ୍ତି।



from Odisha Reporter http://bit.ly/2Mg1p3n

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages