
ମୁମ୍ବାଇ: ବଲିଉଡ୍ର ପ୍ରଖ୍ୟାତ କଣ୍ଠଶିଳ୍ପୀ ଓ ଶିବସେନାର ପ୍ରତିଷ୍ଠାତା ଦିବଂଗତ ରାଜନେତା ବାଲ ଠାକରେଙ୍କ ସମ୍ପର୍କରେ ଏକ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ବାଲ ଠାକରେ ଅନେକ ସମୟରେ ସୋନୁ ନିଗମଙ୍କୁ ଜୀବନରୁ ମାରି ଦେବାକୁ ଚାହୁଁଥିଲେ ବୋଲି ପୂର୍ବତନ ସାଂସଦ ନିଲେଶ ରାଣେ କହିଛନ୍ତି। ଏକଥା ସୋନୁ ନିଗମ ଜାଣିଥିଲେ ହେଁ ଚୁପ୍ ରହିଥିଲେ ବୋଲି ସେ କହିଛନ୍ତି।
ରତ୍ନଗିରିଠାରେ ସାମ୍ବାଦିକ ମାନଙ୍କୁ ସୂଚନା ଦେଇ ସେ କହିଛନ୍ତି, “ବାଲାସାହେବ ବିଭିନ୍ନ ସମୟରେ ସୋନୁ ନିଗମଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିଲେ। ଶିବ ସୈନିକମାନଙ୍କୁ ସୋନୁଙ୍କୁ ଧରି ହତ୍ୟା କରିବାକୁ କୁହାଯାଇଥିଲା। ବାଲ ଠାକରେ ଓ ସୋନୁ ନିଗମଙ୍କ ମଧ୍ୟରେ ଥିବା ସମ୍ପର୍କ କଥା ଆମକୁ ପଚାରନ୍ତୁ ନାହିଁ। କରଜାତ ଫାର୍ମ ହାଉସ୍ରେ ବାଲ ଠାକରେ ଏକାଧିକ ଲୋକଙ୍କୁ ହତ୍ୟା କରିଛନ୍ତି। ତେଣୁ ମୋ ସହ ଲାଗନ୍ତୁ ନାହିଁ। ମୋ ନାଁ ହେଉଛି ରାଣେ।”
ରାଜ୍ୟସଭା ସାଂସଦ ତଥା ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ନାରାୟଣ ରାଣେଙ୍କ ପୁଅ ନିଲେଶ ରାଣେ ଆହୁରି କହିଛନ୍ତି, “ଶିବସେନା ନେତା ଆନନ୍ଦ ଦିଘେଙ୍କ ମୃତ୍ୟୁ ପଛରେ ବାଲ ଠାକରେଙ୍କ ହାତ ରହିଥିଲା। କିନ୍ତୁ ଏହାକୁ ଏକ ଦୁର୍ଘଟଣା ଭାବେ ଦର୍ଶାଗଲା। ଆପଣ ଜାଣିଛନ୍ତି ଦିଘେ କେମିତି ପ୍ରାଣ ହରାଇଥିଲେ? ମୁଁ ଏଯାଏ ଦିଘେଙ୍କ ମୃତ୍ୟୁକୁ ନେଇ ଚୁପ୍ ଥିଲି। କିନ୍ତୁ ରାଣେ ସାହେବଙ୍କ ବିରୋଧରେ କିଏ କହିବ, ମୁଁ କେବେ ହେଲେ ଚୁପ୍ ରହିବି ନାହିଁ। ମୋ ପାଇଁ ବାଲ ସାହେବ ଗୁରୁତ୍ୱପୂର୍ଣ୍ଣ ନୁହନ୍ତି। ମୋ ପାଇଁ ରାଣେ ଶାହେବ ଗୁରୁତ୍ୱପୂର୍ଣ୍ଣ।”
ନିଲେଶ ରାଣେ ହେଉଛନ୍ତି ପୂର୍ବତନ ଶିବସେନା ନେତା ନାରାୟଣ ରାଣେଙ୍କ ପୁଅ। ନାରାୟଣ ରାଣେ ୧୯୯୯ରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଥିଲେ। ତେବେ ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଉଦ୍ଧବ ଠାକରେ ୨୦୦୫ରେ ଦଳକୁ ବହିଷ୍କାର କରିଥିଲେ। ନାରାୟଣ ରାଣେ ୨୦୦୫ରୁ ୨୦୧୭ ଯାଏ କଂଗ୍ରେସ ସହ ରହିଥିଲେ। ପରେ ସେ ମହାରାଷ୍ଟ୍ର ସ୍ୱାଭିମାନ ପକ୍ଷ ଦଳ ଗଢ଼ିଥିଲେ ଓ ଗତବର୍ଷ ବିଜେପି ସହାୟତାରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ନିଲେଶ ରାଣେ କଂଗ୍ରେସ ଟିକେଟ୍ରେ ୧୫ତମ ଲୋକସଭା ନିର୍ବାଚନରେ ବିଜୟୀ ହୋଇଥିଲେ। କିନ୍ତୁ ଏହାପରେ ସେ ଶିବସେନା ପ୍ରାର୍ଥୀ ବିନୟକ ରାଉତଙ୍କ ଠାରୁ ପରାସ୍ତ ହୋଇଥିଲେ।
from Odisha Reporter http://bit.ly/2TLSmcI
No comments:
Post a Comment