ସ୍ଥାନୀୟ ଆତଙ୍କୀଙ୍କୁ ‘ମାଟିର ପୁଅ’ କହିଲେ ମେହବୁବା ମୁଫତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 15, 2019

ସ୍ଥାନୀୟ ଆତଙ୍କୀଙ୍କୁ ‘ମାଟିର ପୁଅ’ କହିଲେ ମେହବୁବା ମୁଫତି

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଆତଙ୍କ ଖେଳାଉଥିବା ସ୍ଥାନୀୟ ଆତଙ୍କବାଦୀଙ୍କୁ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ପରୋକ୍ଷରେ ସହାନୁଭୁତି ଦେଖାଇବା ସହ ସେମାନେ ଆମ ମାଟିର ପୁଅ ବୋଲି କହିଛନ୍ତି।

ଏଥିସହ ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀମାନଙ୍କ ମଧ୍ୟରେ ଘଟୁଥିବା ଗୁଳି ବିନିମୟକୁ ରୋକିବା ପାଇଁ କେନ୍ଦ୍ର ସରକାର ଉପତ୍ୟକାରେ ଥିବା ଆତଙ୍କୀ ଆକ୍କା ମାନଙ୍କ ସହ ଆଲୋଚନା କରନ୍ତୁ ବୋଲି ମୁଫତି ପରାମର୍ଶ ଦେଇଛନ୍ତି।

ପିଡିପି ସୁପ୍ରିମୋ ମେହବୁବା ଅନନ୍ତନାଗରେ ଏକ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, “ ଏବେ ଭାରତ ସରକାର ପାକିସ୍ତାନ ଓ ବିଚ୍ଛିନ୍ନତାବାଦୀଙ୍କ ସହ ଆଲୋଚନା କରିବାକୁ ଆଗେଇ ଆସିବା ଦରକାର। ସେହିପରି ଉପତ୍ୟକାରେ ଯୁବକମାନଙ୍କୁ ବନ୍ଧୁକ ଧରାଉଥିବା ଆତଙ୍କବାଦୀ ଗୋଷ୍ଠୀର ନେତାମାନଙ୍କ ସହ ଆଲୋଚନା କରି ହିଂସା ବନ୍ଦ କରାଯିବା ଦରକାର।

ମୁଁ ବିଶ୍ୱାସ କରେ ଆତଙ୍କବାଦୀ ଓ ହୁରିୟାତ ନେତାଙ୍କ ସହ ଆଲୋଚନା କଲେ ସମସ୍ୟାର ସମାଧାନ ହୋଇପାରିବ। ଏଥିସହ ସ୍ଥାନୀୟ ଆତଙ୍କବାଦୀମାନେ କେମିତି ହିଂସା ପଥରେ ନ ଯିବେ, ସେଥିପାଇଁ ବ୍ୟବସ୍ଥା କରାଯିବା ଦରକାର। ୧୧୯୬ରେ ମୁଁ ରାଜନୀତି ଆରମ୍ଭ କରିଥିଲି।

ସେବେଠାରୁ କହୁଛି ସ୍ଥାନୀୟ ଆତଙ୍କବାଦୀ ଆମ ମାଟିର ପୁଅ। ସେମାନଙ୍କ ଜୀବନକୁ ରକ୍ଷା କରିବାକୁ ଆମେ ଯଥା ସମ୍ଭବ ଚେଷ୍ଟା କରିବା ଦରକାର। କାରଣ ସେମାନେ ଆମ ସମ୍ପତ୍ତି। ଯଦି ଏନକାଉଣ୍ଟର ହେଉଛି ତା’ହେଲେ ଦୁଇ ଜଣ (ଆତଙ୍କବାଦୀ ଓ ସୁରକ୍ଷାକର୍ମୀ) ମୁହାଁମୁହିଁ ହେଉଛନ୍ତି। ଏହି ସମୟରେ ଆଉ କିଛି କରିବାର ନଥାଏ। ତେଣୁ କେନ୍ଦ୍ର ସରକାର ଏଭଳି ସମସ୍ୟାର ସମାଧାନ କରିବା ଦରକାର। ”



from Odisha Reporter http://bit.ly/2TPGcQ7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages