ଷଷ୍ଠ ଶ୍ରେଣୀ ଛାତ୍ରୀ ଗର୍ଭବତୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 18, 2019

ଷଷ୍ଠ ଶ୍ରେଣୀ ଛାତ୍ରୀ ଗର୍ଭବତୀ

କାମାକ୍ଷାନଗର (ରାକେଶ ଦେହୁରୀ): ବାଲିଗୁଡ଼ାରେ କୁଆଁରୀ କନିଆର କଳଙ୍କିତ କାହାଣୀ ମନରୁ ଲିଭି ନଥିବା ବେଳେ ଢ଼େଙ୍କାନାଳରୁ ଆସିଛି ସେହିପରି ଆଉ ଏକ ଅଭିଯୋଗ। ଏଠାରେ ଏକ ସେବାଶ୍ରମ ସ୍କୁଲରେ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରୀ ୭ ମାସର ଗର୍ଭବତୀ ହୋଇଛି। ଏନେଇ ସ୍କୁଲର ପ୍ରଧାନଶିକ୍ଷକ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

କଙ୍କଡ଼ାହାଡ ଥାନା ଅଞ୍ଚଳର ଏହି ଛାତ୍ରୀ ଜଣକ, ସେବାଶ୍ରମ ସ୍କୁଲରେ ଷଷ୍ଠ ଶ୍ରେଣୀରେ ପାଠ ପଢ଼ନ୍ତି। ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷାରୁ ସେ ଗର୍ଭବତୀ ଥିବା ଜଣାପଡ଼ିଥିଲା। ଏହା ଜଣାପଡ଼ିବା ପରେ ପ୍ରଧାନଶିକ୍ଷକ ଜନାର୍ଦ୍ଦନ ସାମଲ ଗତକାଲି ରାତିରେ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହାସହ ପରିବାର ଲୋକଙ୍କୁ ସେବାଶ୍ରମ ଆସିବାକୁ ଖବର ଦେଇଥିଲେ। ଅଭିଯୋଗକୁ ଭିତ୍ତିକରି କଙ୍କଡ଼ାହାଡ ପୁଲିସ ଓ ଶିଶୁ ସୁରକ୍ଷା ଅଧିକାରୀମାନେ ନାବାଳିକାଙ୍କ ଘରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ଛାତ୍ରୀ ଗର୍ଭବତୀ ହେବା ଘଟଣାରେ ତାଙ୍କ ଭାଉଜଙ୍କ ଭାଇ ଥିବା ପୁଲିସ୍‌ ସନ୍ଦେହ କରୁଥିବା ବେଳେ ପରିବାର ଲୋକେ ଏହାକୁ ଅସ୍ୱୀକାର କରିଛନ୍ତି।

ଅନ୍ୟପକ୍ଷରେ ଛାତ୍ରୀଙ୍କୁ ତାଙ୍କ ପରିବାର ଲୋକଙ୍କଠାରୁ ଦୂରେଇ ରଖାଯାଇଥିବା ଓ ଭେଟିବାକୁ ଦିଆଯାଉନଥିବା ଅଭିଯୋଗ ହୋଇଛି।

ଏନେଇ ପୁଲିସ୍‌କୁ ଯୋଗାଯୋଗ କରାଯିବାରେ, ଛାତ୍ର ଜଣକ ତାଙ୍କ କାକା ଘରକୁ ଯାଇଥିଲେ। ସେଠାରୁ ଫେରିବା ପରେ ଗର୍ଭବତୀ ହୋଇଥିବା ଜଣାପଡ଼ିଛି ବୋଲି ପୁଲିସ୍‌ କହିଛି।



from Odisha Reporter http://bit.ly/2sx8rYr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages