ଅଷ୍ଟ୍ରେଲିଆ ଓପନ୍‌ ଟ୍ରଫି ପାଇଁ ନାଡାଲ–ଜୋକଭିଚ୍‌ ଲଢ଼େଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 25, 2019

ଅଷ୍ଟ୍ରେଲିଆ ଓପନ୍‌ ଟ୍ରଫି ପାଇଁ ନାଡାଲ–ଜୋକଭିଚ୍‌ ଲଢ଼େଇ

ମେଲବର୍ଣ୍ଣ: ବିଶ୍ୱର ୧ ନଂ ଟେନିସ୍‌ ତାରକା ନୋଭାକ୍‌ ଜୋକଭିଚ୍‌ ଓ ନଂ ୨ ରାଫେଲ ନାଡାଲଙ୍କ ମଧ୍ୟରେ ଅଷ୍ଟ୍ରେଲିଆ ଓପନ୍‌ ଗ୍ରାଣ୍ଡସ୍ଲାମ୍‌ ଟ୍ରଫି ପାଇଁ ଟକ୍କର ହେବ। ରବିବାର ଏହି ହାଇ ଭୋଲଟେଜ୍‌ ମ୍ୟାଚ୍‌ ଖେଳାଯିବ।

ଗୁରୁବାର ନାଡାଲ ଫାଇନାଲ୍‌ରେ ପ୍ରବେଶ କରିଥିବା ବେଳେ ଆଜି ଜୋକଭିଚ୍‌ ସେମିଫାଇନାଲ୍‌ ମ୍ୟାଚ୍‌ ଖେଳିଥିଲେ। ଆଜିର ମୁକାବିଲାରେ ଜୋକଭିଚ୍‌ ପ୍ରତିପକ୍ଷ ଲୁକାସ୍‌ ପୋଉଲେଙ୍କୁ ସିଧାସଳଖ ୬-୦,୬-୨ ଓ ୬-୨ ସେଟ୍‌ରେ ପରାସ୍ତ କରି ‍ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଏହି ବିଜୟ ସହ ଜୋକଭିଚ୍‌ ୭ମଥର ପାଇଁ ଅଷ୍ଟ୍ରେଲିଆ ଓପନ୍‌ ଫାଇନାଲ୍‌ରେ ପ୍ରବେଶ କରିବାର ରେକର୍ଡ କରିଛନ୍ତି।

ଜୋକଭିଚ୍‌ ଏହାପୂର୍ବରୁ ୨୦୦୮,୨୦୧୧,୨୦୧୨,୨୦୧୩,୨୦୧୫ ଓ ୨-୦୧୬ରେ ଅଷ୍ଟ୍ରେଲିଆ ଓପନ୍‌ ଜିତିଛନ୍ତି। କିନ୍ତୁ ଗତଥର ସେ ଏଲ୍‌ବୋ ଆଘାତ ଯୋଗୁ ଶେଷ ୪ ଜଣଙ୍କ ମଧ୍ୟରେ ସ୍ଥାନ ପାଇ ନଥିଲେ। ହେଲେ ଚଳିତ ବର୍ଷ ଜବରଦସ୍ତ ପ୍ରଦର୍ଶନ କରି କମ୍‌ବ୍ୟାକ୍‌ କରିଛନ୍ତି।

ଅନ୍ୟପକ୍ଷରେ ନାଡାଲ ୬ଷ୍ଠଥର ପାଇଁ ଅଷ୍ଟ୍ରେଲିଆ ଓପନ ଫାଇନାଲ୍‌କୁ ଯାଇଛନ୍ତି। ତେବେ ସେ କେବଳ ୨୦୦୯ରେ ଟ୍ରଫି ଜିତିବାକୁ ସକ୍ଷମ ହୋଇଥିଲେ। ରବିବାର ଯଦି ଜୋକଭିଚ୍‌ ବିଜୟୀ ହୁଅନ୍ତି, ତା’ହେଲେ ୧୭ଥର ପାଇଁ ଗ୍ରାଣ୍ଡସ୍ଲାମ ଜିତିବାର ରେକର୍ଡ ସୃଷ୍ଟି କରିବେ। ସେହିପରି ଜୋକଭିଚ୍‌ ଜିତିଲେ, ଏହା ତାଙ୍କ କ୍ୟାରିୟରର ୧୫ତମ ଗ୍ରାଣ୍ଡସ୍ଲାମ୍‌ ହେବ।

୨୦୧୨ ଅଷ୍ଟ୍ରେଲିଆ ଓପନ୍‌ ଫାଇନାଲ୍‌ରେ ଜୋକଭିଚ୍‌ ଓ ନାଡାଲ ମୁହାଁମୁହିଁ ହୋଇଥିଲେ। ଦୀର୍ଘ ୫ ଘଣ୍ଟା ଓ ୩୦ ମିନିଟ୍‌ ଧରି ଚାଲିଥିବା ଏହି ମ୍ୟାଚ୍‌ରେ ଜୋକଭିଚ୍‌ ବାଜିମାତ କରିଥିଲେ।



from Odisha Reporter http://bit.ly/2UdJSLR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages