
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ସାଧାଣର ନିର୍ବାଚନର ଠିକ୍ ୪ରୁ ୫ ମାସ ପୂର୍ବରୁ କଂଗ୍ରେସ ଗାନ୍ଧି ପରିବାରର ଲଳନା ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ରାଜନୀତିକୁ ଆଣିଛି। ସେ ଦଳର ମହାସଚିବ ହେବା ସହ ପୂର୍ବ ଉତ୍ତର ପ୍ରଦେଶ ଦାୟିତ୍ୱ ନେଇଛନ୍ତି। ତେବେ କ’ଣ ପାଇଁ ସକ୍ରିୟ ରାଜନୀତିକୁ ଆସୁ ନଥିଲେ ପ୍ରିୟଙ୍କା? ଏହାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି।
ଆଜି ଏହି ପ୍ରଶ୍ନର ଉତ୍ତର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଦେଇଛନ୍ତି। ଭୁବନେଶ୍ୱର ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଦେଇ ସେ କହିଛନ୍ତି, ବହୁ ବର୍ଷ ପୂର୍ବରୁ ପ୍ରିୟଙ୍କା ରାଜନୀତିକୁ ଆସିବେ ବୋଲି ନିଷ୍ପତ୍ତି ହୋଇଥିଲା। କିନ୍ତୁ ତାଙ୍କର ଦୁଇ ପିଲା ଛୋଟ ଥିବାରୁ ସେ ରାଜନୀତିକୁ ଆସି ପାରୁ ନଥିଲେ।
ପ୍ରିୟଙ୍କା ଓ ମୋ ଭାବନା ପ୍ରାୟ ସମାନ। ଗୋଟିଏ ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ଆମେ ଗୋଟିଏ ନିଷ୍ପତ୍ତି ନେଇଥାଉ। ମୁଁ ୧୦ ଦିନରେ କୌଣସି ନିଷ୍ପତ୍ତି ନେଇନାହିଁ। ମୁଁ ଦୀର୍ଘ ଦିନରୁ ପ୍ରିୟଙ୍କା ସହ ରାଜନୀତିକୁ ଆସିବା ପାଇଁ କଥାବାର୍ତ୍ତା ଜାରି ରଖିଥିଲି। ସେ ସମୟରେ ତାଙ୍କର ପିଲା ଛୋଟ ଥିବାରୁ ସେ ପ୍ରଥମେ ସେମାନଙ୍କ କଥା ବୁଝିବାକୁ ଚାହିଁଥିଲେ। ଏବେ ତାଙ୍କ ପିଲା ବଡ଼ ହୋଇଗଲେଣି। ତାଙ୍କର ଗୋଟିଏ ପିଲା ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ବେଳେ ଆଉ ଜଣେ ବିଶ୍ୱବିଦ୍ୟାଳୟ ଯିବାକୁ ପ୍ରସ୍ତୁତ ହେଉଛନ୍ତି। ”
ପ୍ରିୟଙ୍କା ଭାବନା ସମ୍ପର୍କରେ ସୂଚନା ଦେଇ ରାହୁଲ କହିଛନ୍ତି,“ ଆପଣ ଯଦି କୌଣସି ପ୍ରସଙ୍ଗରେ ମୋ ଭଉଣୀଠାରୁ ପ୍ରଥମେ ରାୟ ଜାଣନ୍ତୁ ଏବଂ ଏହାପରେ ମୋ ରାୟ ପଚାରନ୍ତୁ। ଆମେ ଅଲଗା ଅଲଗା ରୁମ୍ରେ ବସିଥିଲେ ହେଁ ପ୍ରାୟ ୮୦% ଗୋଟିଏ ପ୍ରକାରର ମତ ଆସିବ।”
୧୯୯୭ରେ ପ୍ରିୟଙ୍କା ଗାନ୍ଧି ବ୍ୟବସାୟୀ ରବର୍ଟ ଭଦ୍ରାଙ୍କୁ ବିବାହ କରିଥିଲେ। ତାଙ୍କୁ ଗୋଟିଏ ଝିଅ ଓ ଗୋଟିଏ ପୁଅ ଅଛନ୍ତି।
from Odisha Reporter http://bit.ly/2Uhz4Mz
No comments:
Post a Comment