ପୁଞ୍ଜିଲାଲ୍ ବିରୋଧରେ ଆଜି ଫାଇନାଲ୍ ଚାର୍ଜସିଟ୍ ଦାଖଲ କରିବ କ୍ରାଇମବ୍ରାଞ୍ଚ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 30, 2019

ପୁଞ୍ଜିଲାଲ୍ ବିରୋଧରେ ଆଜି ଫାଇନାଲ୍ ଚାର୍ଜସିଟ୍ ଦାଖଲ କରିବ କ୍ରାଇମବ୍ରାଞ୍ଚ୍‌

punjilalpatanagarh

ବଲାଙ୍ଗିର (ମନୋରଞ୍ଜନ ଯୋଶୀ): ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ୍ ମେହେର ବିରୋଧରେ ଆଜି ଫାଇନାଲ୍ ଚାର୍ଜସିଟ୍ ଦାଖଲ ହେବ। ତଦନ୍ତ ଭାର ହାତକୁ ନେଇଥିବା କ୍ରାଇମବ୍ରାଞ୍ଚ ଟିମ୍ ଦୀର୍ଘ ୧୧ମାସ ଧରି ବିଭିନ୍ନ ଦିଗରୁ ଖୋଳତାଡ଼ କରି ୬୫ ପୃଷ୍ଠାର ଚୂଡ଼ାନ୍ତ ଚାର୍ଜସିଟ୍ ପ୍ରସ୍ତୁତ କରିଛି। ଏଥିରେ ୭୬ଜଣ ସାକ୍ଷୀଙ୍କ ବୟାନ, ସାଇଣ୍ଟିଫିକ୍ ଟିମ୍‌ ବିଶେଷଜ୍ଞଙ୍କ ମତ ଓ ମାଳ ମାଳ ତଥ୍ୟ ରହିଛି। ପାଟଣାଗଡ଼ ଏସଡିଜେଏମ୍ କୋର୍ଟରେ ଆଜି ଏହି ଚାର୍ଜସିଟ୍ ଦାଖଲ କରାଯିବ।

ଗତ ଅଗଷ୍ଟ ମାସରେ ଏହି ମାମଲାରେ କ୍ରାଇମବ୍ରାଞ୍ଚ ମଧ୍ୟବର୍ତ୍ତିକାଳୀନ ଚାର୍ଜସିଟ୍ ଦାଖଲ କରିଥିଲା। ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ୍ ମେହେର ଗିରଫ ହୋଇ ଏବେ ଜେଲ୍‌ରେ ଅଛି।

ସୂଚନାଯୋଗ୍ୟ, ଗତବର୍ଷ ଫେବ୍ରୁଆରୀ ୨୩ ତାରିଖରେ ଘଟିଥିବା ପାର୍ସଲ ବୋମା ବିସ୍ଫୋରଣରେ ସୌମ୍ୟଶେଖର ଓ ତାଙ୍କର ଜଣେ ସଂପର୍କୀୟ ଜେଜେମାଆଙ୍କର ମୃତ୍ୟୁ ଘଟିଥିଲା। ସୌମ୍ୟଙ୍କ ପତ୍ନୀ ରୀମାରାଣୀ ଆହତ ହୋଇଥିଲେ। ସୌମ୍ୟଶେଖରଙ୍କ ମା’ଙ୍କ ସହିତ ପୁଞ୍ଜିଲାଲଙ୍କ ଶତ୍ରୁତା ଥିଲା। କଲେଜ ଅଧ୍ୟକ୍ଷ ପଦକୁ ନେଇ ଏହି ଶତ୍ରୁତା ସୃଷ୍ଟି ହୋଇଥିଲା। ସେହି କାରଣରୁ ପୁଞ୍ଜିଲାଲ ଏଭଳି ଏକ ହତ୍ୟାକାଣ୍ଡର ଷଡ଼ଯନ୍ତ୍ର ରଚିଥିବା ନେଇ କ୍ରାଇମ୍ବ୍ରାଞ୍ଚ ତଦନ୍ତରୁ ଜଣାପଡ଼ିଛି।

ଏହି ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା ଘଟଣାର ମାଷ୍ଟର ମାଇଣ୍ଡ ଅଧ୍ୟାପକ ପୁଞ୍ଜିଲାଲ୍ ମେହେରକୁ ଘଟଣାର ୨ମାସ ପରେ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ।



from Odisha Reporter http://bit.ly/2HHqgyo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages