ରକ୍ତହୀନତା ଦୂର କରେ ମିଶ୍ରି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 30, 2019

ରକ୍ତହୀନତା ଦୂର କରେ ମିଶ୍ରି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଖାଇ ସାରିବା ପରେ ଆମେ ପ୍ରାୟତଃ ମିଶ୍ରି ଓ ପାନମଧୁରୀ ଖାଇଥାଉ। ଏହି ଦୁଇଟି ସାମଗ୍ରୀ ସାଧାରଣତଃ ମାଉଥ୍‌ ଫ୍ରେଶ୍‌ନର୍‌ ଭାବେ କାମ କରେ। ତେବେ କେବଳ ମାଉଥ୍‌ ଫ୍ରେଶ୍‌ନର୍‌ ନୁହେଁ, ମିଶ୍ରି ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖୁବ୍‌ ଉପକାରୀ।

ଆଜି ଆସନ୍ତୁ ଜାଣିବା, ନିୟମିତ ମିଶ୍ରି ଖାଇବା ଦ୍ୱାରା ଶରୀରକୁ କେଉଁ ସବୁ ଲାଭ ମିଳିଥାଏ।

ଥଣ୍ଡା, କାଶରୁ ମୁକ୍ତି ଦିଏ
ଶୀତଦିନେ ଶରୀର ସାଧାରଣତଃ ଥଣ୍ଡା, ଜ୍ୱର ଓ କାଶ ଭଳି ରୋଗରେ ଆକ୍ରାନ୍ତ ହୋଇଥାଏ। ଏହି ସବୁ ଥଣ୍ଡାଜନିତ ରୋଗରୁ ଉପଶମ ପାଇବା ପାଇଁ ମିଶ୍ରି ଗୁଣ୍ଡକୁ ଗୋଲମରିଚ ଗୁଣ୍ଡ ଓ ଘିଅ ସହ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହି ମିଶ୍ରଣକୁ ରାତି ସମୟରେ ସେବନ କରନ୍ତୁ। ଏହା ବ୍ୟତୀତ ମିଶିରି ଓ ଗୋଲମରିତ ପାଉଡର୍‌କୁ ଉଷୁମ ପାଣି ସହ ପିଇଲେ କାଶରୁ ମୁକ୍ତି ମିଳିଥାଏ

ହିମୋଗ୍ଲୋବିନ୍‌ ସ୍ତର ବୃଦ୍ଧି କରେ
ଶରୀରରେ ହିମୋଗ୍ଲୋବିନ୍‌ର ସ୍ତର କମ୍ ହେବା ଦ୍ୱାରା ରକ୍ତର ଅଭାବ ଦେଖାଦେଇଥାଏ। ଯାହାଫଳରେ କିଛି କାମ ନ କରି ମଧ୍ୟ ଥକା ଲାଗିଥାଏ। ଏପରିକି ଶରୀର ଦୁର୍ବଳ ଲାଗେ। କିଛି ଲୋକଙ୍କର ଏଥିଯୋଗୁ ମୁଣ୍ଡ ମଧ୍ୟ ବୁଲାଇଥାଏ। ରକ୍ତର ଅଭାବ ଯୋଗୁ କିଛି ଲୋକଙ୍କ ଦେହର ରଙ୍ଗ ହଳଦିଆ ପଡ଼ିଯାଇଥାଏ। ତେବେ ମିଶ୍ରି ଏହି ସମସ୍ତ ସମସ୍ୟାକୁ ସମାଧାନ କରିଥାଏ। ନିୟମିତ ମିଶ୍ରି ସେବନ କରିବା ଦ୍ୱାରା ଶରୀରରେ ହିମୋଗ୍ଲୋବିନ୍‌ ସ୍ତର ବୃଦ୍ଧି ପାଇଥାଏ ଓ ରକ୍ତ ସଞ୍ଚାଳନ ଠିକ୍‌ ହୋଇଥାଏ।

ହଜମ ଶକ୍ତି ବଢ଼ାଏ
ଖାଦ୍ୟ ଖାଇବା ପରେ ପାନମଧୁରୀ ସହ ମିଶ୍ରି ଖାଇଲେ ଖାଦ୍ୟ ଭଲ ହଜମ ହୁଏ। ମିଶ୍ରିରେ ଖାଦ୍ୟ ହଜମ କରିବାର ସବୁ ଶକ୍ତି ରହିଛି। ସେଥିପାଇଁ ଖାଦ୍ୟ ଖାଇବା ପରେ ମିଶ୍ରି ନିଶ୍ଚୟ ଖା’ନ୍ତୁ।

ଶରୀରକୁ ଶକ୍ତି ମିଳେ
ପାଟିର ସ୍ୱାଦ ବଢ଼ାଇବା ସହିତ ମିଶ୍ରି ଖାଇବା ଦ୍ୱାରା ଶରୀରକୁ ଶକ୍ତି ମିଲିଥାଏ। ପାନମଧୁରୀ ସହ ମିଶ୍ରି ଖାଇବା ଦ୍ୱାରା ମାନସିକ ସ୍ଥିତି ମଧ୍ୟ ଭଲ ରହିଥାଏ।

ନାକରୁ ରକ୍ତ ସ୍ରାବ ବନ୍ଦ କରେ
ଅନେକ ଲୋକଙ୍କ ନାକରୁ ରକ୍ତ ବାହାରିବା ସମସ୍ୟା ରହିଥାଏ। ଏହି ସମସ୍ୟା ଗରମ ଦିନେ ଅଧିକ ଦେଖିବାକୁ ମିଳିଥାଏ। ନିୟମିତ ମିଶ୍ରି ଖାଇଲେ ନାକରୁ ରକ୍ତସ୍ରାବ ବନ୍ଦ ହୋଇଥାଏ।



from Odisha Reporter http://bit.ly/2Sn8dSl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages