କାହା ସହ କଥା ହେଉନାହାନ୍ତି, ଘରେ ବସୁଛନ୍ତି ପାଣ୍ଡ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 16, 2019

କାହା ସହ କଥା ହେଉନାହାନ୍ତି, ଘରେ ବସୁଛନ୍ତି ପାଣ୍ଡ୍ୟା

ନୂଆଦିଲ୍ଲୀ: ଟିଭି କାର୍ଯ୍ୟକ୍ରମ ‘କଫି ୱିଥ୍‌ କରନ୍‌’ରେ ମହିଳାଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେଇ ନିଲମ୍ବିତ ହୋଇଥିବା ଟିମ୍‌ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ବ୍ୟାଟସ୍‌ମ୍ୟାନ୍‌ କେଏଲ୍‌ ରାହୁଲଙ୍କୁ ଚାରିଆଡ଼ୁ ବିରୋଧ ଜାରି ରହିଛି। ବିସିସିଆଇ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଉଭୟଙ୍କୁ ଅଷ୍ଟ୍ରେଲିଆ ଗସ୍ତର ଅଧାରୁ ସ୍ୱଦେଶ ଫେରାଇ ଅଣାଯାଇଛି।

ତେବେ ଅଷ୍ଟ୍ରେଲିଆରୁ ଫେରିବା ପରେ ପାଣ୍ଡ୍ୟା ସଂପୂର୍ଣ୍ଣ ରୂପେ ବଦଳି ଯାଇଛନ୍ତି। ସେ ଆଦୌ କାହା ସହ କଥା ହେଉନାହାନ୍ତି କି କାହା ଫୋନ ମଧ୍ୟ ଉଠାଉ ନାହାନ୍ତି। ଏପରି କି ଘର ବାହାରକୁ ପାଦ କାଢ଼ୁ ନାହାନ୍ତି। ସବୁବେଳେ ଘର ମଧ୍ୟରେ ନିଜକୁ ବନ୍ଦ କରି ଭୁଲ ପାଇଁ ଅନୁତାପ କରୁଛନ୍ତି ବୋଲି ତାଙ୍କ ବାପା କହିଛନ୍ତି।

ପାଣ୍ଡ୍ୟାଙ୍କ ବାପା ହିମାଂଶୁ କହିଛନ୍ତି, “ଅଷ୍ଟ୍ରେଲିଆରୁ ଫେରିବା ପରେ ସେ(ହାର୍ଦ୍ଦିକ) ଘରୁ ବାହାରକୁ ପାଦ କାଢ଼ିନାହିଁ। ଏପରି କି ମକର ସଂକ୍ରାନ୍ତି ମଧ୍ୟ ପାଳନ କରିନାହିଁ। ସେ ଭାରତ ଓ ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ ଟିଭିରେ ଦେଖିଲା। ସେ ଘର ମଧ୍ୟରେ ଥିଲେ ମଧ୍ୟ କାହା ସହ କଥା ହେଉନାହିଁ କି କେହି ଫୋନ କଲେ, ତା’କୁ ମଧ୍ୟ ଉଠାଉ ନାହିଁ। ସେ କେବଳ ଏବେ ବିଶ୍ରାମ ନେଉଛି। ଗୁଜରାଟରେ ମକର ସଂକ୍ରାନ୍ତ ଧୂମଧାମରେ ପାଳନ ହୁଏ।

ହେଲେ ହାର୍ଦ୍ଦିକ ଏହି ଉତ୍ସବରେ ଭାଗ ନେଇନାହିଁ କି ଗୁଡ଼ି ମଧ୍ୟ ଉଡ଼ାଇ ନାହିଁ। ସେ ଗୁଡ଼ି ଉଡ଼ାଇବାକୁ ବହୁତ ଭଲ ପାଏ। କିନ୍ତୁ କ୍ରିକେଟ ପାଇଁ କିଛି ବର୍ଷ ହେଲା ଗୁଡ଼ି ଉଡ଼ାଇବାକୁ ସମୟ ପାଇନଥିଲା। ଏଥର ଘରେ ଥିଲେ ମଧ୍ୟ ସେ ଗୁଡ଼ି ଉଡ଼ାଇ ନାହିଁ। ତା’ ମନ ଭଲ ନଥିବାରୁ ସେ କୌଣସି ପ୍ରକାରର ଉତ୍ସବ ମନାଇ ନାହିଁ। ସେ ଟିଭି ଶୋ’ରେ ଯେଉଁଭଳି କଥା କହିଥିଲା, ସେଥିପାଇଁ ସେ ଅନୁତପ୍ତ। ସେ ଏଭଳି ଭୁଲ କରିବ ନାହିଁ ବୋଲି ପ୍ରତିଜ୍ଞା କରିଛି।”

ତେବେ କେଏଲ୍ ରାହୁଲଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ।



from Odisha Reporter http://bit.ly/2STlX42

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages