
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୋଲକତାରୁ ବେଆଇନ୍ ଭାବେ ଭୁବନେଶ୍ୱରକୁ କାହିଁକି ଆସୁଛି ବସ୍ତା ବସ୍ତା କଏନ? କଣ ହୋଇପାରେ ଏହା ପଛର କାରଣ? ଏହା ବ୍ୟବସାୟ ନା ଏହା ପଛରେ ଅନ୍ୟ କିଛି ବେଆଇନ ରାକେଟ୍ ରହିଛି?ଏହାର ଖୋଳତାଡ଼ ଚାଲିଥିବା ବେଳେ କଏନ ଆଣୁଥିବା ଭୁବନେଶ୍ୱରର ଉଦୟ ବିଶ୍ୱାଳଙ୍କୁ ଜିଏସ୍ଟି କର୍ତ୍ତୃପକ୍ଷ ପଚରାଉଚରା ଚଳାଇଛି।
ମଠ ଓ ମନ୍ଦିରରେ ସଂଗ୍ରହ ହେଉଥିବା କଏନକୁ ଏଜେଣ୍ଟଙ୍କ ଜରିଆରେ କୋଲକାତାରୁ ଆଣି ନିର୍ଦ୍ଦିଷ୍ଟ କମିଶନ୍ରେ ଏହାକୁ ମଲ୍, ହାଟ ଓ ଅନ୍ୟ ବ୍ୟବସାୟୀଙ୍କୁ ଦିଆଯାଇଥାଏ ବୋଲି ଉଦୟ କହିଛନ୍ତି। କଏନ ବଦଳ ଲାଗି ତାଙ୍କୁ ରିଜର୍ଭ ବ୍ୟାଙ୍କର ଅନୁମତି ଥିବା ମଧ୍ୟ ସେ ଦେଖାଇଛନ୍ତି। ତେବେ ପୂରା କାରବାର ପଛର ସତ ଏଯାଏ ସ୍ପଷ୍ଟ ହୋଇପାରିନି।
ଘଟଣା ପଛରେ କୌଣସି ରାକେଟ୍ କିମ୍ବା ବେଆଇନ କାରବାର ଚାଲିନଥିବା କଏନ୍ ଆଣୁଥିବା ଉଦୟ ଦାବି କରୁଥିଲେ ମଧ୍ୟ ଜିଏସ୍ଟି କର୍ତ୍ତୃପକ୍ଷ କିନ୍ତୁ ଖୋଳତାଡ଼ ଜାରି ରଖିଛନ୍ତି। ଏହା ପଛରେ ଯଦି କୌଣସି ବେନିୟମ କାରବାରର ସୁରାଗ୍ ମିଳେ, ତାହେଲେ ପୁଲିସ ତଦନ୍ତ ଆରମ୍ଭ ହେବ ବୋଲି ଡିଜିପି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି।
କୋଲକାତାରୁ ଯାତ୍ରୀବାହୀ ବସରେ ବସ୍ତା ବସ୍ତା କଏନ୍ ଭୁବନେଶ୍ୱର ଅଣାଯାଉଥିବା ବେଳେ ଗତକାଲି ରେଡ୍ କରି ଧରିଥିଲେ ସେଣ୍ଟ୍ରାଲ ଏକ୍ସାଇଜ୍ ଓ ଜିଏସ୍ଟି କର୍ତ୍ତୃପକ୍ଷ। ଆଜି ଆଉ କିଛି ବସ୍ତା କଏନ୍ ଜବତ ହୋଇଥିବା ବେଳେ ଏଯାଏ ମୋଟି ୪୫ ବସ୍ତା କଏନ୍ ଜବତ ହୋଇଛି।
from Odisha Reporter http://bit.ly/2DebT0k
No comments:
Post a Comment