ପଞ୍ଚଦଶ ଅର୍ଥ କମିଶନଙ୍କ ନିକଟରେ ଏହିସବୁ ଦାବି ରଖିଲେ ନବୀନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 9, 2019

ପଞ୍ଚଦଶ ଅର୍ଥ କମିଶନଙ୍କ ନିକଟରେ ଏହିସବୁ ଦାବି ରଖିଲେ ନବୀନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଞ୍ଚଦଶ ଅର୍ଥ କମିଶନଙ୍କ ନିକଟରେ ରାଜ୍ୟ ପାଇଁ ସ୍ୱତନ୍ତ୍ର ପାହ୍ୟା ଦାବି ଦୋହରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ସହିତ ସେ ଟ୍ୟାକ୍ସ ଡିଭଲ୍ୟୁସନ୍‌ ୪୨ରୁ ୫୦ ପ୍ରତିଶତକୁ ବୃଦ୍ଧି କରିବାକୁ ଦାବି କରିଛନ୍ତି।

ଆଜି ପଞ୍ଚଦଶ ଅର୍ଥ କମିଶନଙ୍କ ସହିତ ରାଜ୍ୟ ସରକାରଙ୍କ ବୈଠକ ହୋଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା, ଅନ୍ୟ ବରିଷ୍ଠ ମନ୍ତ୍ରୀ ଓ ଅଧିକାରୀ ଯୋଗ ଦେଇଥିଲେ। ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆହୁରି ୧୦ ବର୍ଷ ପାଇଁ ରାଜ୍ୟର ଜିଏସ୍‌ଟି କ୍ଷତିର ଭରଣା କେନ୍ଦ୍ର କରିବା ଉଚିତି। ତା’ ସହିତ କୋଇଲା ଖଣି ଅଞ୍ଚଳରୁ ଗ୍ରୀନ୍‌ ଏନର୍ଜି ସେସ୍ ଓ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପରିଚାଳନା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ୧୫ ଶହ କୋଟି ଟଙ୍କା ଦାବି କରିଛନ୍ତି।

ବୈଠକରେ ମୁଖ୍ୟମନ୍ତ୍ରୀ ବିଗତ ୧୯ ବର୍ଷର ଆର୍ଥିକ ପ୍ରଗତିର ତଥ୍ୟ ଉପସ୍ଥାପନ କରିଛନ୍ତି। ସେତେବେଳର ଓ ବର୍ତ୍ତମାନର ଓଡ଼ିଶା ଭିତରେ ପ୍ରଭେଦ ସେ ଦର୍ଶାଇଛନ୍ତି।
ଦାରିଦ୍ର୍ୟ ଦୂରୀକରଣରେ ଓଡ଼ିଶା ଦେଶରେ ସବୁଠୁ ଆଗରେ। ତା’ ସହିତ ବିପର୍ଯ୍ୟୟ ପରିଚାଳନାରେ ଉନ୍ନତି, କୃଷି ଓ ଖାଦ୍ୟଶସ୍ୟ ଉତ୍ପାଦନ ବୃଦ୍ଧି ହୋଇଥିବା ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି। ତେବେ ଏଥର ବି କେନ୍ଦ୍ରୀୟ ଅବହେଳା କଥା ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ। ଶିଳ୍ପ କରିଡ଼ର, କୋଇଲା ରୟାଲିଟି ପ୍ରତି ଅଣଦେଖା କରାଯାଇଛି। କେବିକେ ଅନୁଦାନ ହ୍ରାସ, ବ୍ୟାକିଂ, ରେଳରେ ମଧ୍ୟ ଓଡ଼ିଶାକୁ ଅଣଦେଖା କରାଯାଇଛି ବୋଲି ସେ ଉଲ୍ଲେଖ କରିଛନ୍ତି।



from Odisha Reporter http://bit.ly/2Qxsm2X

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages