
ମେଲବର୍ଣ୍ଣ: ବିଶ୍ୱର ଅନ୍ୟତମ ଷ୍ଟାର ଟେନିସ୍ ତାରକା ଆଣ୍ଡି ମରେ ଆସନ୍ତା ୧୪ ତାରିଖରୁ ଆରମ୍ଭ ହେଉଥିବା ଅଷ୍ଟ୍ରେଲିଆ ଓପନ୍ ପରେ ଅବସର ଘୋଷଣା କରିପାରନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହି ଆଶଙ୍କା ପ୍ରକାଶ କରିବା ସହ କାନ୍ଦି ପକାଇଥିଲେ।
୩୧ ବର୍ଷୀୟ ମରେ କହିଛନ୍ତି, “ ମୁଁ ଏବେ ଗଣ୍ଠି ଜନିତ ଅସ୍ତ୍ରୋପଚାର କରିଛି। ଯେତେ ଚେଷ୍ଟା କଲେ ମଧ୍ୟ ଏହି ସମସ୍ୟାରୁ ମୁଁ ମୁକୁଳି ପାରୁନାହିଁ। ତେଣୁ ଅଷ୍ଟ୍ରେଲିଆ ଓପନ୍ ପରେ ବୋଧେ ମୁଁ ଅବସର ଘୋଷଣା କରିବି।
ମୋର ଆହୁରି ଟେନିସ୍ ଖେଳିବାକୁ ଇଚ୍ଛା। ହେଲେ ମୋ ଶରୀର ଏଥିପାଇଁ ଅନୁମତି ଦେଉନାହିଁ। ମୁଁ ଭାବିଥିଲି ୱିମ୍ବଲଡନ୍ ପରେ ଅବସର ନେବି। ହେଲେ ଏଥିପାଇଁ ଆହୁରି ୪ରୁ ୫ମାସ ଖେଳିବାକୁ ପଡ଼ିବ। ଯେଉଁଥି ପାଇଁ ଏବେ ସଂପୂର୍ଣ୍ଣ ଫିଟ୍ ନୁହେଁ।”
ମରେ ୩ଥର ଗ୍ରାଣ୍ଡସ୍ଲାମ ଜିତିଥିବା ବେଳେ ୨ଥର ଅଲିମ୍ପିକ୍ସ ଚାମ୍ପିୟନ ହୋଇଥିଲେ। ସେହିପରି ସେ ଏକାଧିକ ଥର ଡେଭିସ୍ କପ୍ ଜିତଛନ୍ତି।
from Odisha Reporter http://bit.ly/2SJxdA4
No comments:
Post a Comment