ବ୍ରାଣ୍ଡ୍‌ ଭାଲ୍ୟୁରେ ବି ଦୀପିକା ଆଗରେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 11, 2019

ବ୍ରାଣ୍ଡ୍‌ ଭାଲ୍ୟୁରେ ବି ଦୀପିକା ଆଗରେ

deep

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ନିଜ ଅଭିନୟର ଯାଦୁରେ ଫିଲ୍ମ ଇଣ୍ଡଷ୍ଟ୍ରୀରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। କିଛି ବର୍ଷ ମଧ୍ୟରେ ସେ ନିଜ ଫିଲ୍ମ ଓ ଚରିତ୍ରରେ କେବଳ ଦର୍ଶକଙ୍କ ହୃଦୟ ଜିଣିନାହାନ୍ତି ଏକ ଷ୍ଟାରଡମ୍‌ ବି ହାସଲ୍‌ କରିଛନ୍ତି। ଏହି କାରଣ ପାଇଁ ସେ ଫିଲ୍ମରେ ସବୁଠୁ ଅଧିକ ଅର୍ଥ ନେଉଥିବା ଅଭିନେତ୍ରୀଙ୍କ ମଧ୍ୟରେ ନିଜକୁ ସାମିଲ୍‌ କରିଛନ୍ତି। ବଲିଉଡ୍‌ରେ ଜଣେ ଆଗ ଧାଡ଼ିର ଅବିନେତାଙ୍କଠାରୁ ବି ତାଙ୍କୁ ଅଧିକ ଫିସ୍‌ ମିଳୁଛି। ଏବେ ପୁଣି ସେ ଆଉ ଏକ ସଫଳତା ନିଜ ନାଁ ଯୋଡିଛନ୍ତି।

ଜାଣିଛନ୍ତି ସେଇଟା କ’ଣ ?

Duff & Phelps ୨୦୧୮ର ସବୁ ବଡ଼ ବ୍ରାଣ୍ଡ୍‌ ଭାଲ୍ୟୁ ସେଲିବ୍ରିଟିମାନଙ୍କ ତାଲିକା ଏବେ ଜାରି କରିଛି। ଯେଉଁଥିରେ ଦୀପିକା ପାଦୁକୋନ୍‌ଙ୍କ ସ୍ଥାନ୍‌ ଖୁବ୍‌ ଆଶ୍ଚର୍ଯ୍ୟକର ରହିଛି। ଏହି ତାଲିକାରେ ଦୀପିକା ଦ୍ୱିତୀୟ ସ୍ଥାନରେ ଥିବା ବେଳେ ତାଙ୍କ ବ୍ରାଣ୍ଡ୍‌ ଭାଲ୍ୟୁ ୧୦୨.୫ ରହିଛି। ଗତ ବର୍ଷ ତଥା ୨୦୧୭ରେ ସେ ତୃତୀୟ ସ୍ଥାନରେ ଥିଲେ। କିନ୍ତୁ ୨୦୧୮ରେ ଫିଲ୍ମ ସେଲିବ୍ରିଟିଙ୍କ ସବୁଠୁ ଅଧିକ ବ୍ରାଣ୍ଡ୍‌ ଭାଲ୍ୟୁ ତାଲିକାରେ ସେ ସବୁଠୁ ଆଗରେ ଅଛନ୍ତି। ୨୦୧୭ରେ ଶାହାରୁଖ୍‌ ଖାନ୍‌ ଦ୍ୱିତୀୟ ସ୍ଥାନରେ ଥିଲେ। କିନ୍ତୁ ୨୦୧୮ରେ ତାଙ୍କୁ ଭାଲ୍ୟୁ ଖସି ପଞ୍ଚମ ସ୍ଥାନରେ ଆସି ପହଞ୍ଚିଛି।

ଏହି ତାଲିକାରେ ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲୀ ପ୍ରଥମ ସ୍ଥାନରେ ଅଛନ୍ତି। ତାଙ୍କ ବ୍ରାଣ୍ଡ୍‌ ଭାଲ୍ୟୁ ୧୭୦.୯ ରହି ସବୁଠୁ ଅଧିକ ବ୍ରାଣ୍ଡ୍‌ ଭ୍ୟାଲ୍ୟୁ ଥିବା ବ୍ୟକ୍ତି ସାଜିଛନ୍ତି। ୨୦୧୭ରେ ବି ବିରାଟ ପ୍ରଥମ ସ୍ଥାନରେ ଥିଲେ। ଏହି ତାଲିକାରେ ଅକ୍ଷୟ କୁମାର ରହିଛନ୍ତି ତୃତୀୟ ସ୍ଥାନରେ। ରଣବୀର ସିଂହ ଚତୁର୍ଥ, ଶାହାରୁଖ୍‌ ପଞ୍ଚମ ଓ ସଲ୍‌ମାନ୍‌ଙ୍କୁ ୬ଷ୍ଠ ସ୍ଥାନ ମିଳିଛି। ମହାନାୟକ ଅମିତାଭ୍‌ ବଚ୍ଚନ ଏହି ତାଲିକାରେ ସପ୍ତମରେ ଅଛନ୍ତି।



from Odisha Reporter http://bit.ly/2AFBUUg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages