ଆଇଇଡି ବିସ୍ଫୋରଣ, ମେଜର୍‌ଙ୍କ ସମେତ ୨ ସହିଦ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 11, 2019

ଆଇଇଡି ବିସ୍ଫୋରଣ, ମେଜର୍‌ଙ୍କ ସମେତ ୨ ସହିଦ୍‌

ଶ୍ରୀନଗର: ଜମ୍ମୁ-କଶ୍ମୀରର ରଜୌରୀ ଜିଲ୍ଲା ଅନ୍ତର୍ଗତ ନୌଶେରାରେ ଆଜି ଭୟଙ୍କର ଆଇଇଡି ବିସ୍ଫୋରଣ ହୋଇଛି। ଏଥିରେ ଜଣେ ସେନାର ମେଜର ଓ ଜଣେ ଯବାନ ସହିଦ ହୋଇଛନ୍ତି। ନୌଶେରାର ଲାମା ବେଲଟ୍‌ ସ୍ଥିତ ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ନିକଟରେ ଆତଙ୍କବାଦୀମାନେ ପାଟ୍ରୋଲିଂ କରୁଥିବା ଭାରତୀୟ ଯବାନଙ୍କୁ ଟାର୍ଗେଟ କରି ଆଇଇଡି ଖଞ୍ଜିଥିଲେ।

ଆଜି ଭାରତୀୟ ଯବାନମାନେ ସେହି ଅଞ୍ଚଳରେ ସର୍ଚ୍ଚଅପରେସନ୍‌ କରୁଥିବା ବେଳେ ପୂର୍ବରୁ ଖଞ୍ଜା ଯାଇଥିବା ଆଇଇଡି ବିସ୍ଫୋରଣ ହୋଇଥିଲା।

ଏଥିରେ ୨ ଜଣ ଯବାନ ଓ ଜଣେ ମେଜର ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ତୁରନ୍ତ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲେ ହେଁ ସେଠାରେ ମେଜର ଓ ଜଣେ ଯବାନଙ୍କ ମୃତ୍ୟୁ ଘଟିଥିଲା। ଏବେ ବି ଆଉ ଜଣେ ଯବାନ ଗୁରୁତର ରହିଥିବା ଜଣାପଡ଼ିଛି।

ଏହାପୂର୍ବରୁ ଆଜି ସନ୍ଧ୍ୟାରେ ଶ୍ରୀନଗର ସ୍ଥିତ ଲାଲ ଚୌକଠାରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଗ୍ରେନେଡ୍‌ ମାଡ଼ କରିଥିଲେ। ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି।



from Odisha Reporter http://bit.ly/2RKJoiO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages