କୁମ୍ଭମେଳା ପାଇଁ ଜିଓର ‘କୁମ୍ଭ ଜିଓ-ଫୋନ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 8, 2019

କୁମ୍ଭମେଳା ପାଇଁ ଜିଓର ‘କୁମ୍ଭ ଜିଓ-ଫୋନ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସବୁ ଭାରତୀୟଙ୍କ ପାଇଁ ଡିଜିଟାଲ ସେବା ସୁଲଭ କରିବା ପାଇଁ ଆରମ୍ଭ ହୋଇଥିବା ଜିଓ ଫୋନ ଏବେ ‘କୁମ୍ଭ ଜିଓ-ଫୋନ’ର ଶୁଭାରମ୍ଭ କରିଛି। ପ୍ରସିଦ୍ଧ କୁମ୍ଭମେଳାକୁ ଦୃଷ୍ଟିରେ ରଖି ଜିଓ କମ୍ପାନୀ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି।
ଜାନୁଆରୀ ୧୫ରୁ ମାର୍ଚ୍ଚ ୪ ଯାଏ ହେଉଥିବା ଏହି କୁମ୍ଭ ମେଳା ସମୟରେ ଲକ୍ଷ ଲକ୍ଷ ତୀର୍ଥଯାତ୍ରୀଙ୍କ ଭକ୍ତିପୂତ ଅନୁଭୂତିକୁ ଅଧିକ ରୁଦ୍ଧିମନ୍ତ କରିବା ପାଇଁ ଜିଓ ଫୋନ ‘କୁମ୍ଭ ଜିଓ-ଫୋନ’ର ଆରମ୍ଭ କରିଛି।

କୁମ୍ଭ ଜିଓ ଫୋନ ଡିଜିଟାଲ ସେବା ମଧ୍ୟରେ ରହିଛି କୁମ୍ଭ ସମ୍ବନ୍ଧରେ ସମସ୍ତ ତଥ୍ୟ ଓ ସୂଚନା, ସ୍ୱତନ୍ତ୍ର ଟ୍ରେନ୍‌ ଓ ବସ୍‌ ଭଳି ଗମନାଗମନ ସମ୍ପର୍କିତ ସମସ୍ତ ତଥ୍ୟ। ସ୍ନାନ ଓ ବୁଡ଼ ତଥା ଧାର୍ମିକ ତିଥି ସମୟ ନିର୍ଘଣ୍ଟ, ଜରୁରୀକାଳୀନ ସହାୟତା ନମ୍ବର ସମୂହ, ରାସ୍ତା ଓ ଅଞ୍ଚଳର ମ୍ୟାପ, ଟିକେଟ ବୁକିଂ ଓ ଅପଡେଟ ସୂଚନା,ଷ୍ଟେସନରେ ଯାତ୍ରୀ ଆଶ୍ରୟ ସୂଚନା, ରେଳବାଇ କ୍ୟାମ୍ପ ମେଳା ସମ୍ବନ୍ଧିତ ସୂଚନା ଏଥିରେ ଉପଲବ୍ଧ ହେବ।

ଯେକୌଣସି ଜିଓ-ଫୋନରେ ଜିଓ ଷ୍ଟୋରରେ ଉପଲବ୍ଧ ରହିଥିବା ଏହି କୁମ୍ଭ ଜିଓ ଫୋନ ଆପ୍ପରେ ରହିଛି ଫ୍ୟାମିଲି ଖାଇବା ପିଇବାର ସ୍ୱତନ୍ତ୍ର ସୁବିଧା।

ସେହିଭଳି ସମସ୍ତ ଜିଓ ଉପଭୋକ୍ତାଙ୍କୁ କୁମ୍ଭ ମେଳାର ଆନନ୍ଦ ଦେବାପାଇଁ ଜିଓ ଟିଭି ମାଧ୍ୟମରେ କୁମ୍ଭ ଦର୍ଶନରେ ଚଳିତ କୁମ୍ଭର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଗୁଡ଼ିକର ପ୍ରସାରଣ ସହିତ ପୂର୍ବରୁ ହୋଇଥିବା କୁମ୍ଭ ସମ୍ପର୍କିତ ଭିଡିଓ ଉପଲବ୍ଧ ହେବ। ସେହିଭଳି ଜିଓ ସାବନରେ ସ୍ୱତନ୍ତ୍ର କୁମ୍ଭ ରେଡ଼ିଓରେ କୁମ୍ଭ ମେଳା ସମ୍ପର୍କିତ ଭକ୍ତି ସଂଗୀତ ଓ ଶ୍ଳୋକ ଉପଲବ୍ଧ ହେବ। ଏହାବାଦ କୁମ୍ଭ ମେଳା ସମ୍ପର୍କିତ ସମସ୍ତ ନ୍ୟୁଜ ଆଲର୍ଟ କୁମ୍ଭ ଜିଓ ଫୋନ ଜରିଆରେ ସମସ୍ତଙ୍କ ହାତପାହାନ୍ତାରେ ଉପଲବ୍ଧ ହେବ। ପ୍ରତିଦିନ କୁମ୍ଭ କୁଇଜ ବ୍ୟବସ୍ଥା ରହିଛି, ଯେଉଁଥିରେ ଭାଗନେଇ ଉପଭୋକ୍ତାମାନେ ଉପହାର ଜିତି ପାରିବେ |

ଏସବୁ ସୁବିଧା ସାଙ୍ଗକୁ ଉପଭୋକ୍ତା ଜିଓ ଫୋନର ସମସ୍ତ ଆକର୍ଷଣୀୟ ସୁବିଧା ଯେପରିକି ମାଗଣା ଭଏସ କଲ, ସର୍ବନିମ୍ନ ମୂଲ୍ୟରେ ଅସୀମିତ ଇଣ୍ଟରନେଟ ଏବଂ ଜିଓ ଟିଭି, ଜିଓ ସିନେମା, ଜିଓ ସାବନ ମ୍ୟୁଜିକ, ଜିଓ ଗେମ୍ସ, ଫେସବୁକ, ହ୍ୱାଟ୍ସଅପ୍ପ, ଗୁଗୁଲ ମ୍ୟାପ୍ସ ଭଳି ବିଶ୍ୱସ୍ତରୀୟ ଆପ୍ସର ମଜା ନେଇପାରିବେ।
କୁମ୍ଭ ଜିଓ ଫୋନ ସମ୍ପର୍କରେ ସୂଚନା ଦେବା ଅବସରରେ ଜିଓ ମୁଖପାତ୍ର କହିଛନ୍ତି ଯେ ” ଜିଓ ଫୋନ ହେଉଛି ଏକ ଅଭିନବ ଉଦ୍ୟମ ଏବଂ କୁମ୍ଭ ଜିଓ-ଫୋନ ଶୁଭାରମ୍ଭ ଜିଓ ଫୋନ ଉପଭୋକ୍ତାମାନଙ୍କୁ ନୂତନ ତଥା ଅଭିନବ ସୁବିଧା ପ୍ରଦାନ କରିବା ଦିଗରେ ଆମର ପ୍ରୟାସର ପରିଚାୟକ।

ସ୍ୱଳ୍ପ ମୂଲ୍ୟରେ ସ୍ୱତନ୍ତ୍ର ସୁବିଧା ଉପଲବ୍ଧ କରାଇ ପାରିଥିବାରୁ ଜିଓ ଫୋନ ସମ୍ପ୍ରତି ଭାରତରେ ସର୍ବାଧିକ ବିକ୍ରି ହେଉଥିବା ଫୋନ ହୋଇପାରିଛି। ଆମେ ଏଥିପାଇଁ ଗର୍ବିତ ଯେ ପ୍ରତିଟି ଭାରତୀୟ ଏବେ ମାତ୍ର ୫୦୧ ଟଙ୍କାରେ ସ୍ମାର୍ଟଫୋନ ବ୍ୟବହାର କରିବାର ମଜା ନେଇପାରୁଛନ୍ତି ଏବଂ ବିଶ୍ୱସ୍ତରୀୟ ସୁବିଧା ଓ ଫିଚର ଉପଭୋଗ କରିଛନ୍ତି, ଯାହା ଭାରତରେ ନିର୍ମିତ, ଭାରତ ପାଇଁ ନିର୍ମିତ ଏବଂ ଭାରତ ଦ୍ୱାରା ନିର୍ମିତ”।
ଜିଓ ପକ୍ଷରୁ ଏସବୁ ସୁବିଧା ଓ ଅନୁଭୂତି ଉପଲବ୍ଧ କରାଇବା ପାଇଁ ଉତ୍ତରପ୍ରଦେଶ ପୁଲିସ ଓ KASH IT ସହିତ ନିରନ୍ତର ଭାବରେ କାର୍ଯ୍ୟ କରାଯାଉଛି।
ଉପଭୋକ୍ତା ଜିଓ ଫୋନରେ ଜିଓ ଷ୍ଟୋରରୁ କୁମ୍ଭ ଜିଓ ଫୋନ ସେବା ପାଇପାରିବେ। କୁମ୍ଭ ଜିଓ ଫୋନ କିମ୍ବା ଜିଓଫୋନ ସମ୍ପର୍କିତ ସମସ୍ତ ପ୍ରକାର ପ୍ରଶ୍ନ ଓ ସହାୟତା ପାଇଁ ରିଲାଏନ୍ସ ରିଟେଲ ପକ୍ଷରୁ ସ୍ୱତନ୍ତ୍ର ହେଲ୍ପଲାଇନ ନମ୍ବର ୧୯୯୧ ବ୍ୟବସ୍ଥା କରାଯାଇଛି |



from Odisha Reporter http://bit.ly/2ACzF47

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages