ଭାରତରେ ସୁନାମ କମାଇଥିଲେ କାଦର ଖାନ୍, ହେଲେ ଜନ୍ମ ଭାରତରେ ନୁହେଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 1, 2019

ଭାରତରେ ସୁନାମ କମାଇଥିଲେ କାଦର ଖାନ୍, ହେଲେ ଜନ୍ମ ଭାରତରେ ନୁହେଁ

ମୁମ୍ବାଇ:ଆଉ ନାହାନ୍ତି ବଲିଉଡ୍‌ର ଭର୍ସାଟାଇଲ ଆକ୍ଟର କାଦର ଖାନ୍। ଏକାଧାରରେ ଅଭିନେତା, ନିର୍ମାତା ଓ ଉଚ୍ଚ କୋଟିର ସଂଳାପ ଲେଖକ ଭାବେ ଦୀର୍ଘ ୫ ଦଶନ୍ଧି ଧରି ନିଜର ଯାତ୍ରା ଜାରି ରଖିଥିବା କାଦର ଖାନ୍ ଆଜି ୮୧ ବର୍ଷ ବୟସରେ କାନାଡ଼ାରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। କାଦର ଖାନ୍‌ଙ୍କ ଭଳି କଳାକାରଙ୍କୁ ହରାଇ ଶୋକରେ ବୁଡ଼ିଛି ବଲିଉଡ। ଆଉ ଝୁରୁଛନ୍ତି ସିନେ ପ୍ରେମୀ।

ରୂପେଲି ପରଦାରେ ସେ ଭାରି ପ୍ରିୟ ଥିଲେ।  କେତେବେଳେ ହସାନ୍ତି ତ କେତେବେଳେ କନ୍ଦାନ୍ତି । ଚରିତ୍ର ଅଭିନେତା ଭାବେ ବି ଅଭିନୟ ନିଖୁଣ । ହେଲେ ଆଉ ଦେଖିବାକୁ ମିଳିବନି ସେହି ପରିଚିତ କଳାକାର କାଦର ଖାନ୍‌ଙ୍କ ମୁହଁ। ୮୧ବର୍ଷ ବୟସରେ ଲିଭି ଯାଇଛି ଏହି ବର୍ଷିଆନ୍‌ ଅଭିନେତାଙ୍କ ଜୀବନ ରଙ୍ଗମଞ୍ଚର ଆଲୋକ।  ଦୁଇ ବର୍ଷ ଧରି ଅସୁସ୍ଥ ଥିବା କାଦର ଖାନ୍ ଆଜି କାନାଡାରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ୧୯୭୩ରୁ ରାଜେଶ ଖାନ୍ନାଙ୍କ ‘ଦାଗ୍’ ଫିଲ୍ମରୁ ବଲିଉଡରେ କ୍ୟାରିୟର ଆରମ୍ଭ କରିଥିବା କାଦର ଖାନ୍ ଦୀର୍ଘ ୫ ଦଶନ୍ଧି ଧରି ପ୍ରାୟ ୩ ଶହରୁ ଅଧିକ ଫିଲ୍ମରେ ତାଙ୍କ ଅଭିନୟ ଚାତୁରୀ ଦର୍ଶକଙ୍କ ହୃଦୟରେ ସବୁ ଦିନ ପାଇଁ ଅମର ହୋଇ ରହିବ।

ହାସ୍ୟ ଅଭିନେତା ଭାବେ ତାଙ୍କର ଦର୍ଶକଙ୍କ ପାଖରେ ଅଧିକ ପରିଚୟ ଥିଲେ ବି ପରବାରିସ, ଧନ ଦୌଲତ, ଲୁଟ୍ ମାର ଓ କୁରବାନି ଭଳି ବହୁ ଫିଲ୍ମରେ ତାଙ୍କୁ ଭିଲେନ୍ ରୋଲରେ ଦେଖିଥିଲେ ଦର୍ଶକ । ତା’ସହ  ଆଗଧାଡ଼ିର ସଂଳାପ ଲେଖକ ଭାବେ ତାଙ୍କର ଥିଲା ଅଜସ୍ର ଖ୍ୟାତି।  ବଲିଉଡର ପ୍ରାୟ ୨୦୦ରୁ ଅଧିକ ଫିଲ୍ମ ପାଇଁ ସେ ସଂଳାପ ଲେଖିଛନ୍ତି। ତାଙ୍କ ବିୟୋଗରେ ଆଜି ଝୁରୁଛି ବଲିଉଡ଼ ଜଗତଅ। ଆଉ ଝୁରୁଛନ୍ତି ସିନେପ୍ରେମୀ।

କାବୁଲରେ ଜନ୍ମ ଓ କାନାଡ଼ାର ନାଗରିକତ୍ୱ ଗ୍ରହଣ କରିଥିବା କାଦର ଖାନ୍ ଅଧ୍ୟାପନା ବୃତ୍ତିରୁ ଅଭିନୟକୁ ଆସିଥିଲେ। ତାଙ୍କ ବାପା କାନ୍ଧାହାରରର ହୋଇଥିବା ବଳେ ତାଙ୍କ ମା’ ବ୍ରିଟିସ୍‌ ଇଣ୍ଡିଆ ପିସିନ୍‌ର ଥିଲେ। ଯାହା ପରବର୍ତ୍ତୀ ସମୟରେ ପାକିସ୍ତାନର ବେଲୁଚିସ୍ଥାନ ନାମରରେ ପରିଚିତ ହୋଇ ଆସୁଛି। ତେବେ ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି ।



from Odisha Reporter http://bit.ly/2F1w4R5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages