ଟିଏମ୍‌ସି ସାଂସଦଙ୍କୁ ପାଖକୁ ଆଣି ପଶ୍ଚିମବଙ୍ଗ ଅଭିଯାନ ଆରମ୍ଭ କଲା ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 9, 2019

ଟିଏମ୍‌ସି ସାଂସଦଙ୍କୁ ପାଖକୁ ଆଣି ପଶ୍ଚିମବଙ୍ଗ ଅଭିଯାନ ଆରମ୍ଭ କଲା ବିଜେପି

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ କ୍ଷମତା ଦଖଲ ପାଇଁ ବିଜେପି ଆଜି ତୃଣମୂଳ କଂଗ୍ରେସ(ଟିଏମ୍‌ସି) ସାଂସଦ ସୌମିତ୍ର ଖାନ୍‌ଙ୍କୁ ଦଳରେ ମିଶାଇଛି। ଶ୍ରୀ ଖାନ୍‌ଙ୍କ ଜରିଆରେ ବିଜେପି ପଶ୍ଚିମବଙ୍ଗରେ ନିଜର ଅଭିଯାନ ଆରମ୍ଭ କରିବାକୁ ଯୋଜନା କରିଥିବା କୁହାଯାଉଛି।

ଦିଲ୍ଲୀ ମୁଖ୍ୟାଳୟରେ ଆଜି ବିଜେପିର ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହି ଶ୍ରୀ ଖାନ୍‌ଙ୍କୁ ଦଳରେ ମିଶାଇଥିଲେ। ଶ୍ରୀ ପ୍ରଧାନ କହିଛନ୍ତି, “ ୨୦୧୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀଙ୍କ ଫୋକସରେ ରହିଛି ଦେଶର ପୂର୍ବଭାଗ। ଏହି ଦିଗରେ ଏହା ଏକ ଛୋଟିଆ ପଦକ୍ଷେପ।”

ଶ୍ରୀ ଖାନ୍‌ କହିଛନ୍ତି, “ ମୁଁ ପ୍ରଧାନମନ୍ତ୍ରୀଙ୍କ ସବ୍‌ କା ସାଥ ସବ୍‌ କା ବିକାଶକୁ ସମର୍ଥନ କରୁଛି। ଟିଏମସିରେ କୌଣସି ଗଣତନ୍ତ୍ର ନାହିଁ। ଏହାକୁ ମୁଁ ନିନ୍ଦା କରି ବିଜେପିରେ ଯୋଗଦାନ କରିଛି।”

୨୦୧୪ରୁ ବେଙ୍ଗଲର ବନକୁରା ଜିଲ୍ଲାର ବିଷ୍ଣନପୁର ସାଂସଦ ହେଉଛନ୍ତି ସୌମିତ୍ର ଖାନ୍‌। ସେ ପୂର୍ବରୁ ଏହି ଜିଲ୍ଲାରୁ କଂଗ୍ରେସର ବିଧାୟକ ରହିଥିଲେ। ସେହିପରି ଟିଏମ୍‌ସିର ରାଜ୍ୟସଭା ସାଂସଦ ହୋଇଥିବା ମୁକୁଲ ରୟଙ୍କ ଅତ୍ୟନ୍ତ ଘନିଷ୍ଠ ସହଯୋଗୀ ଥିଲେ। ତେବେ ମୁକୁଲ ରୟ ୨୦୧୭ ନଭେମ୍ବରରେ ବିଜେପିରେ ଯୋଗଦେବା ପରେ ଶ୍ରୀ ଖାନ୍‌ ଏବେ ସମାନ ନୀତି ଆପଣାଇଛନ୍ତି।

ବିଜେପି ୨୦୧୯ରେ ପଶ୍ଚିମବଙ୍ଗର ୪୨ଟି ଲୋକସଭା ଆସନରୁ ୨୨ଟି ଜିତିବାକୁ ନଜର ରଖିଛି। ଦଳୀୟ କର୍ମୀଙ୍କୁ ଏ ଦିଗରେ କାର୍ଯ୍ୟ କରିବାକୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ କହିଛନ୍ତି। ତେଣୁ ବିଜେପି ଟିଏମ୍‌ସିକୁ ଦୁର୍ବଳ କରିବାକୁ ପ୍ରୟାସ ଆରମ୍ଭ କରିଛି।



from Odisha Reporter http://bit.ly/2H2J22W

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages