ରଣଜୀ ଟ୍ରଫି: ଗୋଆ ବିପକ୍ଷରେ ଓଡ଼ିଶାର ବୃହତ ବିଜୟ, ରାଜେଶଙ୍କୁ ୫ ୱିକେଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 9, 2019

ରଣଜୀ ଟ୍ରଫି: ଗୋଆ ବିପକ୍ଷରେ ଓଡ଼ିଶାର ବୃହତ ବିଜୟ, ରାଜେଶଙ୍କୁ ୫ ୱିକେଟ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରଜଣୀ ଟ୍ରଫି ଏଲଟି ଗ୍ରୁପ୍‌ର ଶେଷ ମ୍ୟାଚ୍‌ରେ ଓଡ଼ିଶା ପ୍ରତିପକ୍ଷ ଗୋଆ ବିପକ୍ଷରେ ବିପୁଳ ବିଜୟ ହାସଲ କରିଛି। ଓଡ଼ିଶାର ବିଶାଳ ୩୮୭ ରନ୍‌ର ଟାର୍ଗେଟର ପିଛା କରି ଗୋଆ ମାତ୍ର ୧୧୧ ରନ୍‌ କରି ଅଲଆଉଟ୍‌ ହୋଇଯାଇଛି। ଫଳରେ ଘରୋଇ ଦଳ ଓଡ଼ିଶା ୨୭୬ ରନ୍‌ରେ ମ୍ୟାଚ୍‌ ଜିତି ନେଇଛି। ଦ୍ୱିତୀୟ ଇନିଂସ୍‌ରେ ରାଜେଶ ମହାନ୍ତି ୫ଟି ୱିକେଟ୍‌ ଦଖଲ କରିଛନ୍ତି।

ଏହି ବିଜୟ ସହ ଏଲିଟ ଗ୍ରୁପ୍‌ର ୯ଟି ମ୍ୟାଚ୍‌ରୁ ଓଡ଼ିଶା ୪ଟିରେ ଜିତିଥିବା ବେଳେ ୩ଟିରେ ପରାସ୍ତ ହୋଇଛି। ସେହିପରି ୨ଟି ମ୍ୟାଚ୍‌ ଡ୍ର ରଖି ଓଡ଼ିଶା ୨୬ ପଏଣ୍ଟ ପାଇ ୪ର୍ଥ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ଗୋଆ ଚଳିତ ସିଜିନ୍‌ରେ ଗୋଟିଏ ହେଲେ ବି ମ୍ୟାଚ୍‌ ଜିତି ପାରିନାହିଁ।

ସ୍ଥାନୀୟ ବିକାଶ ଗ୍ରାଉଣ୍ଡରେ ମ୍ୟାଚ୍‌ ଖେଳୁଥିବା ଓଡ଼ିଶା ତା’ର ପ୍ରଥମ ଇନିଂସ୍‌ରେ ଓପନର ସନ୍ଦୀୟ ପଟ୍ଟନାୟକଙ୍କ ଶତକ ଓ ସୂର୍ଯ୍ୟକାନ୍ତ ପ୍ରଧାନଙ୍କ ୬୫ ରନ୍‌ ବଳରେ ୩୫୨ ରନ୍‌ କରିଥିଲା। ଗୋଆ ପକ୍ଷରୁ ଲକ୍ଷ୍ୟ ଗର୍ଗ ଓ ଏଏସ୍‌ ଦେଶାଇ ୩ଟି ୱିକେଟ୍‌ ନେଇଥିବା ବେଳେ କ୍ରୀଷ୍ଣା ଦାସ ୨ଟି, ଦର୍ଶନ ମିଶାଲ ଓ ଅମୁଲ୍ୟ ପାନ୍ଦେରକର ଗୋଟିଏ ଲେଖାଏ ୱିକେଟ୍‌ ନେଇଥିଲେ।

ଏହାର ଜବାବରେ ଗୋଆ ତା’ର ପ୍ରଥମ ଇନିଂସ୍‌ରେ ମାତ୍ର ୧୧୬ ରନ୍‌ କରି ଅଲଆଉଟ୍‌ ହୋଇଯାଇଥିଲା। ଓଡ଼ିଶା ପକ୍ଷରୁ ସୂର୍ଯ୍ୟକାନ୍ତ ପ୍ରଧାନ ସର୍ବାଧିକ ୫ଟି ୱିକେଟ୍‌ ନେଇଥିବା ବେଳେ ରାଜେଶ ମହାନ୍ତି ୩ଟି ଓ ବସନ୍ତ ମହାନ୍ତି ୨ଟି ୱିକେଟ୍‌ ନେଇଥିଲେ। ପ୍ରଥମ ଇନିଂସ୍‌ରେ ୨୩୬ ରନ୍‌ ଅଗ୍ରଣୀ ପାଇଥିବା ଓଡ଼ିଶା ଦ୍ୱିତୀୟ ଇନିଂସ୍‌ରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଫଳରେ ଓଡ଼ିଶା ମାତ୍ର ୧୫୧ ରନ୍‌ରେ ଅଲଆଉଟ୍‌ ହୋଇ ଯାଇଥିଲା।

ଗୋଆ ପକ୍ଷରୁ ଲକ୍ଷ୍ୟ ଗର୍ଗ ୫ଟି ଓ କ୍ରୀଷ୍ଣା ଦାସ ୪ଟି ୱିକେଟ୍‌ ନେଇଥିବା ବେଳେ ଅମିତ ବର୍ମା ଗୋଟିଏ ୱିକେଟ୍‌ ନେଇଥିଲେ। ଓଡ଼ିଶା ପକ୍ଷରୁ ସୁଜିତ ଲେଙ୍କା ସର୍ବାଧିକ ୩୯ ରନ୍‌ର ଇନିଂସ୍‌ ଖେଳିଥିଲେ। ଓଡ଼ିଶା ୧୫୧ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିବାରୁ ଗୋଆକୁ ଜିତିବା ପାଇଁ ୩୮୭ ରନ୍‌ର ଟାର୍ଗେଟ ମିଳିଥିଲା। କିନ୍ତୁ ଦଳ ମାତ୍ର ୧୧୧ ରନ୍‌ କରିବାକୁ ସକ୍ଷମ ହୋଇଥିଲା।

ଓଡ଼ିଶା ପକ୍ଷରୁ ରାଜେଶ ମହାନ୍ତି ୫ଟି ଓ ବସନ୍ତ ମହାନ୍ତି ୪ଟି ୱିକେଟ୍‌ ନେଇଥିବା ବେଳେ ବିପ୍ଳବ ସାମନ୍ତରାୟ ଗୋଟିଏ ୱିକେଟ ନେଇଛନ୍ତି।



from Odisha Reporter http://bit.ly/2QxZ983

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages