ଖୁସିରେ ସିଡ୍‌ନୀ ଗ୍ରାଉଣ୍ଡରେ କାହାକୁ ଆଲିଙ୍ଗନ କଲେ ବିରାଟ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 6, 2019

ଖୁସିରେ ସିଡ୍‌ନୀ ଗ୍ରାଉଣ୍ଡରେ କାହାକୁ ଆଲିଙ୍ଗନ କଲେ ବିରାଟ?

virat

ସିଡ୍‌ନୀ: ଭାରତୀୟ କ୍ରିକେଟ୍ ପାଇଁ ଆଜି ଏକ ଐତିହାସିକ ଦିନ। ଅଷ୍ଟ୍ରେଲିଆରେ ଦଳ ପ୍ରଥମ ଥର ପାଇଁ ଟେଷ୍ଟ୍ ସିରିଜ୍ ଜିତିଛି। ଘରୋଇ ଦଳକୁ ତା’ ମାଟିରେ ଧୂଳି ଚଟାଇ ନୂଆ ବର୍ଷରେ ଦେଶବାସୀଙ୍କୁ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ବଢ଼ିଆ ଉପହାର ଦେଇଛନ୍ତି।

anushka1ବର୍ଷା ବାଧାପ୍ରାପ୍ତ ସିଡ୍‌ନୀ ମ୍ୟାଚ୍‌କୁ ଡ୍ର’ ଘୋଷଣା କରାଯିବା ସହିତ ୨-୧ରେ ସିରିଜ୍ ଜିତି ଯାଇଥିଲା ଭାରତ।

ଅଧିନାୟକ ଭାବେ ବିରାଟ କୋହଲି ଏଥିପାଇଁ ବେଶ୍ ଖୁସି ଅଛନ୍ତି। ସୁନୀଲ ଗାଭାସ୍କର, କପିଲ୍ ଦେବ, ସୌରଭ ଗାଙ୍ଗୁଲି ଓ ମହେନ୍ଦ୍ର ସିଂହ ଧୋନିଙ୍କୁ ଅଧିନାୟକ ଭାବେ ଯେଉଁ ସଫଳତା ମିଳି ନଥିଲା, ତାହା ତାଙ୍କୁ ମିଳିଛି। ଗାଭାସ୍କର, କପିଲ ଦେବ ଓ ଗାଙ୍ଗୁଲି ଅଷ୍ଟ୍ରେଲିଆରେ ସିରିଜ୍ ଡ୍ର’ ରଖିବାରେ ସମର୍ଥ ହୋଇଥିଲେ, କିନ୍ତୁ ଜିତି ପାରି ନଥିଲେ।

ଏହି ଐତିହାସିକ ବିଜୟ ପରେ ବିରାଟ ଓ ତାଙ୍କ ଟିମ୍‌ର ସଦସ୍ୟମାନେ ସିଡ୍‌ନୀ ଗ୍ରାଉଣ୍ଡକୁ ଓହ୍ଲାଇ ଉପସ୍ଥିତ ଦର୍ଶକଙ୍କୁ ହାତ ହଲାଇ ଧନ୍ୟବାଦ ଜଣାଇଥିଲେ। ଏହି ଅବସରରେ ସିଡ୍‌ନୀ ଗ୍ରାଉଣ୍ଡରେ ବିରାଟଙ୍କ ସହିତ ତାଙ୍କ ପତ୍ନୀ ତଥା ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ବି ଦେଖିବାକୁ ମିଳିଥିଲା। ଖୁସିରେ ବିଭୋର ବିରାଟ ପଡ଼ିଆରେ ଅନୁଷ୍କାଙ୍କୁ ପାଇ ଆଲିଙ୍ଗନ କରିଥିଲେ।

virushkaଦୁହେଁ ସିଡ୍‌ନୀ ଗ୍ରାଉଣ୍ଡରେ ଅନେକ ଫଟୋ ମଧ୍ୟ ଉଠାଇଥିଲେ। ପୁରସ୍କାର ପ୍ରଦାନ ଉତ୍ସବ ବେଳେ ମଧ୍ୟ ଅନୁଷ୍କା ପଡ଼ିଆରେ ଉପସ୍ଥିତ ଥିଲେ।



from Odisha Reporter http://bit.ly/2Rc8dVi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages