ବାମ ପଟକୁ ମୁହଁ କରି ଶୋଇଲେ, ମିଳେ ଏହି ସବୁ ଫାଇଦା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 22, 2019

ବାମ ପଟକୁ ମୁହଁ କରି ଶୋଇଲେ, ମିଳେ ଏହି ସବୁ ଫାଇଦା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମସ୍ତଙ୍କ ଶୋଇବାର ଶୈଳୀ ଭିନ୍ନ ଭିନ୍ନ। କିଛି ଲୋକ ଡାହାଣ କଡ଼କୁ ମୁହଁ କରି ଶୋଉଥିବା ବେଳେ ଅନ୍ୟ କିଛି ବାମ ପଟକୁ ମୁହଁ କରି ଶୋଇ ଥା’ନ୍ତି। କିନ୍ତୁ ଆପଣ ଜାଣିଛନ୍ତି, ଶୋଇବାର ଶୈଳୀ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଅନେକ ପ୍ରଭାବ ପକାଇଥାଏ। ଆଜି ଆମେ ଆପଣଙ୍କୁ ଶୋଇବାର ଶୈଳୀରୁ ସ୍ୱାସ୍ଥ୍ୟ ଉପରେ ପଡ଼ୁଥିବା ପ୍ରଭାବ ସମ୍ପର୍କରେ କିଛି କହିବୁ, ଯାହା ଆପଣଙ୍କୁ ଅନେକ ସାହାଯ୍ୟ କରିବ।

ବାମ ପଟକୁ ମୁହଁ କରି ଶୋଇଲେ ଏହି ସବୁ ଲାଭ ମିଳେ:
୧. ଆୟୁର୍ବେଦରେ ବାମ ପଟକୁ ମୁହଁ କରି ଶୋଇବାକୁ ସବୁଠାରୁ ଭଲ ପୋଜିସନ୍‌ ବୋଲି କୁହାଯାଇଛି। ବାମ ପଟକୁ ମୁହଁ କରି ଶୋଇଲେ ସ୍ୱାସ୍ଥ୍ୟ ଭଲ ରହେ ଏବଂ ଶରୀରରୁ ଅଙ୍ଗାରକାମ୍ଳ ଗ୍ୟାସ୍‌ ବାହାରିବାରେ ସୁବିଧା ହୋଇଥାଏ।
୨. ଆମ ଶରୀରରେ ହୃତ୍‌ପିଣ୍ଡ ବାମ ପଟେ ରହିଥିବାରୁ ବାମ ପଟକୁ ମୁହଁ କରି ଶୋଇବା ଦ୍ୱାରା ହୃତ୍‌ପିଣ୍ଡ ଉପରେ ଅଧିକ ଚାପ ପଡ଼ି ନ ଥାଏ ଏବଂ ଏହା ସୁସ୍ଥ ରହିଥାଏ।

୩. ବାମ ପଟକୁ ମୁହଁ କରି ଶୋଇଲେ, ହଜମ ପ୍ରକ୍ରିୟା ମଧ୍ୟ ତ୍ୱରାନ୍ୱିତ ହୁଏ। ପ୍ରକୃତରେ ଏପରି ଶୋଇବା ଦ୍ୱାରା ଆବଶ୍ୟକ ପୋଷକ ତତ୍ତ୍ୱର କ୍ଷରଣ ହୋଇଥାଏ। ଏହାଦ୍ୱାରା ଖାଦ୍ୟ ଭଲ ହଜମ ହୋଇଥାଏ ଏବଂ ପେଟଜନିତ ସମସ୍ୟା ଦୂର ହୋଇଥାଏ।
୪. ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ଗର୍ଭବତୀ ମହିଳାମାନେ ଅଧିକ ସମୟ ବାମ ପଟକୁ ମୁହଁ କରି ଶୋଇବା ଉଚିତ୍‌। ବାମ ପଟକୁ ମୁହଁ କରି ଶୋଇଲେ, ମହିଳାଙ୍କ ଅଣ୍ଟା ଉପରେ କମ୍ ପ୍ରେସର୍‌ ପଡ଼ିଥାଏ ଏବଂ  ଗର୍ଭସ୍ଥ ଭ୍ରୁଣକୁ ସଠିକ୍‌ ରକ୍ତ ସଞ୍ଚାଳନ ହୋଇଥାଏ।

୫. ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବାମ ପଟକୁ ମୁହଁ କରି ଶୋଇଲେ ଘୁଙ୍ଗୁଡ଼ି ମାରିବା ସମସ୍ୟା ଅନେକାଂଶରେ ହ୍ରାସ ପାଏ। ମୁଣ୍ଡ ଓ ବେକ ସଠିକ୍‌ ସ୍ଥିତିରେ ରୁହେ, ଏହାଦ୍ୱାରା ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହୁଏ ନାହିଁ।
୬. ବାମପଟକୁ ମୁହଁ କରି ଶୋଇବା ଦ୍ୱାରା ଅଣ୍ଟା ଓ ବେକଜନିତ ଯନ୍ତ୍ରଣା ଦୂର ହୋଇଥାଏ। କିଡ୍‌ନୀ ଓ ଲିଭର୍‌ ଠିକ୍‌ ଭାବେ କାର୍ଯ୍ୟ କରିଥାଏ ଏବଂ ଆସିଡିଟି ଓ ଗ୍ୟାସଜନିତ ସମସ୍ୟା ମଧ୍ୟ ଦୂର ହୋଇଥାଏ।



from Odisha Reporter http://bit.ly/2FT7lhl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages