
ନାପିଅର: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ ନାପିଅରରେ ଖେଳାଯାଉଛି। ଟସ୍ ଜିତି ନ୍ୟୁଜିଲ୍ୟାଣ୍ଡ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ତେବେ ମ୍ୟାଚ୍ ଆରମ୍ଭରୁ ନ୍ୟୁଜ୍ଲ୍ୟାଣ୍ଡକୁ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମି ପ୍ରାରମ୍ଭିକ ଝଟକା ଦେଇଛନ୍ତି। ଦ୍ୱିତୀୟ ଓଭରର ପଞ୍ଚମ ବଲ୍ରେ ନ୍ୟୁଜ୍ଲ୍ୟାଣ୍ଡ ଓପ୍ନର ମାର୍ଟିନ୍ ଗପ୍ଟିଲ୍ ୫ ରନ୍ରେ କ୍ଲିନ୍ ବୋଲ୍ଡ ହୋଇଥିଲେ। ନିଜର ପ୍ରଥମ ଓଭରରେ ଶାମିଙ୍କୁ ଏହି ସଫଳତା ମିଳିଥିଲା। ନିଜର ଦ୍ୱିତୀୟ ଓଭରରେ ବି ତାଙ୍କୁ ଆଉ ଏକ ୱିକେଟ୍ ମିଳିଥିଲା। ଏଥର ତାଙ୍କ ଶିକାର ହୋଇଥିଲେ ମାର୍ଟିନ୍ଙ୍କ ସହ ମ୍ୟାଚ୍ ଓପନ୍ କରିବାକୁ ଆସିଥିଲା କଲିନ୍ ମନରୋ। କଲିନ୍ ବି କ୍ଲିନ୍ ବୋଲ୍ଡ ହୋଇଥିଲେ। ସେ ମାତ୍ର ୮ ରନ୍ କରିଥିଲେ।
ଏବେ ଅଧିନାୟକ କେନ୍ ୱିଲିମସନ୍ ଏବଂ ରସ୍ ଟେଲର ବ୍ୟାଟିଂ କରୁଛନ୍ତି।
from Odisha Reporter http://bit.ly/2WjmQFk
No comments:
Post a Comment