ରାସ୍ତାରେ ଧାନ ଢାଳି ପ୍ରତିବାଦ କଲେ ଚାଷୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 18, 2019

ରାସ୍ତାରେ ଧାନ ଢାଳି ପ୍ରତିବାଦ କଲେ ଚାଷୀ

narashingpur

ନରସିଂହପୁର (ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ନରସିଂହପୁର ବ୍ଲକ କୋକଳବା ଛକରେ ରାସ୍ତାରେ ଧାନ ଢାଳି ରାସ୍ତାରୋକ କରିଛନ୍ତି ଚାଷୀ। ଏହି ରାସ୍ତାରୋକ ଆନ୍ଦୋଳନରେ ଅଞ୍ଚଳର ଶତାଧିକ ଚାଷୀ ସାମିଲ ହୋଇଛନ୍ତି। ଫଳରେ କଟକ ନରସିଂହପୁର ମଧ୍ୟରେ ଯାତାୟାତ ପ୍ରଭାବିତ ହୋଇଛି। ମଣ୍ଡିରେ ଚାଲିଥିବା ଅଚଳାବସ୍ଥାକୁ ବିରୋଧ କରି ଚାଷୀମାନେ ଏପରି ପଦକ୍ଷେପ ନେଇଥିବା ଅଭିଯୋଗ ହୋଇଛି।

ଅଭିଯୋଗ ଅନୁସାରେ କୋକଳବା ମଣ୍ଡିରେ ସପ୍ତାହକୁ ଥରେ ଧାନ ସଂଗ୍ରହ ବ୍ୟବସ୍ଥା ରହିଛି। ତେବେ ମିଲର୍ସମାନେ ଦୁଇ ଦୁଇ ଥର ଧାନ ନେବାକୁ ଆସି ନଥିଲେ। ଫଳରେ ଧାନ ବିକ୍ରି କରି ନ ପାରିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା।  ପ୍ରତିବାଦ ସ୍ୱରୂପ ଚାଷୀମାନେ ମଣ୍ଡିରେ ଥିବା ଧାନବସ୍ତା ସବୁ ଆଣି ରାସ୍ତାରେ ଢାଳିଦେଇଥିଲେ।

ଖବର ଅତିରିକ୍ତ ତହସିଲଦାର ଓ ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀ ଚାଷୀଙ୍କୁ ବୁଝାଶୁଝା କରିବା ପରେ ରାସ୍ତାରୋକ ହଟିଛି।



from Odisha Reporter http://bit.ly/2U1rmX4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages