
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ବହୁ ଚର୍ଚ୍ଚିତ ଖଣି ଦୁର୍ନୀତି ଘଟଣାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବଙ୍କ ନାଁ ସିବିଆଇ ନେବା ପରେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ଅଖିଲେଶଙ୍କୁ ସିବିଆଇ ଜେରା କରିବାକୁ ଉଦ୍ୟମ କରୁଥିବା ବେଳେ ବିରୋଧୀ ଦଳଗୁଡ଼ିକ ଏହାକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି।
ପୂର୍ବରୁ ଅଖିଲେଶ, ମାୟାବତୀ ଏବଂ ଦିଲ୍ଲୀର କ୍ଷମତାସୀନ ଆମ୍ ଆଦ୍ମୀ ପାର୍ଟି(ଆପ୍) କଂଗ୍ରେସକୁ ବିରୋଧ କରୁଥିଲେ। କିନ୍ତୁ କଂଗ୍ରେସ ଏହି ଘଟଣାରେ ଅଖିଲେଶଙ୍କୁ ସମର୍ଥନ କରି ମୋଦି ସରକାରଙ୍କୁ ବିରୋଧ କରିଛନ୍ତି। ସେହିପରି ମାୟାବତୀ, ଆପ୍ ଏବଂ ଅଖିଲେଶ ଯାଦବ ସମାଜବାଦୀ ପାର୍ଟି ରାଜ୍ୟସଭାରେ ଏହି ପ୍ରସଙ୍ଗକୁ ନେଇ ହୁଲସ୍ତୁଲ କରିଛନ୍ତି।
ଏଥିସହ ମାୟାବତୀ ମଧ୍ୟ ଅଖିଲେଶଙ୍କୁ ଫୋନ୍ କରି ସମର୍ଥନ ମଧ୍ୟ ଜଣାଇଛନ୍ତି। ସେ ଏହି ଷଡ଼ଯନ୍ତ୍ର ବିରୋଧରେ ଲଢ଼େଇ କରିବାକୁ ଅଖିଲେଶଙ୍କୁ କହିଛନ୍ତି। ଏକ ପ୍ରେସ ଇସ୍ତାହାରରେ ମାୟାବତୀ କହିଛନ୍ତି, “ ବିଜେପି ପାଇଁ ଏଭଳି ପ୍ରତିଶୋଧମୂଳକ ରାଜନୀତି କରିବା କିଛି ନୂଆ କଥା ନୁହେଁ। ଦେଶର ଲୋକମାନେ ଏକଥାକୁ ଭଲ ଭାବେ ବୁଝୁଛନ୍ତି।”
ଅଖିଲେଶଙ୍କ ଶାସନ କାଳରେ ଉତ୍ତରପ୍ରଦେଶରେ ବେଆଇନ୍ ଖଣି ଖନନ ହୋଇଥିଲା। ମୁଖ୍ୟମନ୍ତ୍ରୀ ଥିବା ବେଳେ ଅଖିଲେଶ ଗୋଟିଏ ବର୍ଷ ପାଇଁ ଖଣି ବିଭାଗ ଦାୟିତ୍ୱରେ ଥିଲେ।
କଂଗ୍ରେସ ନେତା ଗୁଲାମ ନବୀ ଆଜାଦ କହିଛନ୍ତି, “ ଏଭଳି ରାଜନୀତି ଓ ଏକଛତ୍ରବାଦୀ ଶାସନ ପାଇଁ ଭାରତରେ ଅନୁମତି ନାହିଁ। ଆଜି ଯାଏ ବେଆଇନ୍ ଖଣି ଖନନର ତଦନ୍ତ ହେଉ ନଥିଲା। ଠିକ୍ ନିର୍ବାଚନ ପୂର୍ବରୁ ସିବିଆଇ ଏହାର ଖୋଳତାଡ଼ ଆରମ୍ଭ କରିଛି। ମାୟାବତୀ ଓ ଅଖିଲେଶଙ୍କ ମଧ୍ୟରେ ମେଣ୍ଟ ହେବାରୁ ପରାଜୟ ଭୟରେ ବିଜେପି ସିବିଆଇକୁ ବ୍ୟବହାର କରୁଛି। ”
ଅରବିନ୍ଦ କେଜ୍ରିୱାଲ ମଧ୍ୟ ଟ୍ୱିଟ୍ କରି ମୋଦି ସରକାରଙ୍କୁ ଏଥିପାଇଁ ସମାଲୋଚନା କରିଛନ୍ତି।
ଲୋକସଭାରରେ ସମାଜବାଦୀ ପାର୍ଟି ନେତା ଧର୍ମେନ୍ଦ୍ର ଯାଦବ ଏହି ପ୍ରସଙ୍ଗ ଉଠାଇଥିଲେ। ଏହାପରେ ଅନ୍ୟ ସମାଜବାଦୀ ପାର୍ଟିର ନେତାମାନେ ଗୃହର ମଧ୍ୟ ଭାଗକୁ ହୋହଲ୍ଲା କରିଥିଲେ। ରାଜ୍ୟସଭାରେ ମଧ୍ୟ ଏହି ତାତି ଦେଖିବାକୁ ମିଳିଥିଲା।
from Odisha Reporter http://bit.ly/2GUUz46
No comments:
Post a Comment