
ନୂଆଦିଲ୍ଲୀ: ନିକଟରେ ରିଲିଜ୍ ହୋଇଥିବା ବଲିଉଡ୍ ଫିଲ୍ମ ସିମ୍ବାର ଚର୍ଚ୍ଚିତ ଗୀତ ‘ଆଁଖ ମାରେ ଓ ଲଡ଼କି ଆଁଖ ମାରେ’ ଗୀତରେ ଜବରଦସ୍ତ ନାଚିଛନ୍ତି ଏନ୍ସିପି ସାଂସଦ ମଧୁକର କୁକଡେ। ଏକ ସ୍କୁଲର ବାର୍ଷିକ ଉତ୍ସବରେ ଯୋଗ ଦେବାକୁ ଯାଇଥିବା ବେଳେ ସାଂସଦ କୁକଡେ ଏଭଳି ନୃତ୍ୟ ପରିବେଷଣ କରି ସମସ୍ତଙ୍କୁ ଜଳକା କରିଦେଇଥିଲେ।
୬୩ ବର୍ଷୀୟ ସାଂସଦ ଜଣଙ୍କ ଭଣ୍ଡାରା-ଗୋଣ୍ଡିୟା ନିର୍ବାଚନମଣ୍ଡଳୀରୁ ଲୋକସଭାକୁ ଯାଇଛନ୍ତି। ଗୀତ ବାଜିବା କ୍ଷଣି ସାଂସଦ ଜଣଙ୍କ ଷ୍ଟେଜ ଉପରେ ନାଚିଥିଲେ। ଏହାପରେ କିଛି ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ତାଙ୍କ ସହ ଯୋଗ ଦେବାକୁ ଡାକିଥିଲେ। ଏହାପରେ ଆରମ୍ଭ ହୋଇଥିଲା ଜବରଦସ୍ତ ଡ୍ୟାନ୍ସ। ବର୍ତ୍ତମାନ ଭିଡିଓଟି ଭାଇରାଲ ହେବାରେ ଲାଗିଛି।
ଦେଖନ୍ତୁ ଭିଡିଓ
#WATCH NCP MP from Bhandara-Gondiya Madhukar Kukade dances with students during a school function in Bhandara. #Maharashtra (5.1.19) pic.twitter.com/tCJJB9igxr
— ANI (@ANI) January 7, 2019
from Odisha Reporter http://bit.ly/2LU6bTJ
No comments:
Post a Comment