
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ଉପରେ ଜୋରଦାର ବର୍ଷିଛନ୍ତି। ଗୁରୁବାର ଲୋକପାଳ ନିଯୁକ୍ତି ସମ୍ପର୍କିତ ଶୁଣାଣି ବେଳେ ଜଷ୍ଟିସ୍ ଗୋଗୋଇ କୋର୍ଟ ରୁମ୍ ପରିସରରେ ହିଁ ପ୍ରଶାନ୍ତ ଭୂଷଣଙ୍କୁ କଡ଼ା ଭାଷାରା ଭର୍ତ୍ସନା କରିଥିଲେ।
ଶୁଣାଣି ବେଳେ ପ୍ରଶାନ୍ତ ଭୂଷଣ ଲୋକପାଳ ସର୍ଚ୍ଚ କମିଟିର କାର୍ଯ୍ୟକଳାପ ଉପରେ ସନ୍ଦେହ ପ୍ରକାଶ କରିଥିଲେ। ଲୋକପାଳ ସର୍ଚ୍ଚ କମିଟି କ’ଣ ଠିକ୍ ଭାବେ କାର୍ଯ୍ୟ କରୁଛି? କ’ଣ ପାଇଁ ବାରମ୍ବାର ଲୋକପାଳ ନିଯୁକ୍ତିରେ ବିଳମ୍ବ ହେଉଛି ବୋଲି ମଧ୍ୟ ପ୍ରଶ୍ନ କରିବାକୁ ପ୍ରଶାନ୍ତ ଭୂଷଣ ପଛାଇ ନଥିଲେ।
ଏହାପରେ ଜଷ୍ଟିସ୍ ଗୋଗୋଇ କହିଥିଲେ, “ଆପଣ ସବୁ କଥାକୁ ନକାରାତ୍ମକ ଦୃଷ୍ଟିରେ ଦେଖନ୍ତୁ ନାହିଁ। ଯଦି ଆପଣ ସକାରାତ୍ମକ ଦୃଷ୍ଟି ଦେଖିବେ, ତା’ହେଲେ ଏହି ପୃଥିବୀ ଆପଣଙ୍କୁ ଏକ ସୁନ୍ଦର ସ୍ଥାନ ଭାବେ ଦୃଶ୍ୟମାନ ହେବ। ଆମେ ପୃଥିବୀକୁ ସୁନ୍ଦର କରିବାକୁ ଚେଷ୍ଟା କରୁଛୁ।”
ଏହାପରେ କୋର୍ଟ ଲୋକପାଳ ସର୍ଚ୍ଚ କମିଟିକୁ ଫେବୃଆରୀ ୨୮ ସୁଦ୍ଧା ଲୋକପାଳ ପ୍ୟାନେଲ ଗଠନ ପାଇଁ ନାଁ ଚୂଡ଼ାନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ସମୟରେ ପ୍ରଶାନ୍ତ ଭୂଷଣ ପୁଣି ପାଟି ଖୋଲିବାରୁ ଜଷ୍ଟିସ ଗୋଗୋଇ କହିଥିଲେ, “ଲାଗୁଛି ଆପଣ ବିଚାରପତିମାନଙ୍କଠାରୁ ଅଧିକ ଜାଣିଛନ୍ତି। ସବୁ କଥାରେ ଆପଣ ପ୍ରତିବାଦ କରୁଛନ୍ତି। ଆପଣ କ’ଣ କହିବେ ବିଚାରପତିମାନେ କେମିତି କାର୍ଯ୍ୟ କରିବେ?”
ଲୋକପାଳ ନିଯୁକ୍ତି ସମ୍ପର୍କିତ ଶୁଣାଣି ଆସନ୍ତା ମାର୍ଚ୍ଚ ୭ରେ କରାଯିବାକୁ ସୁପ୍ରିମକୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି।
from Odisha Reporter http://bit.ly/2DhWPyy
No comments:
Post a Comment